ଗୋଦାମରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ସମ୍ପତ୍ତି
topStories0hindi611165

ଗୋଦାମରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ସମ୍ପତ୍ତି

ଖବର ପାଇ ୨ ଦମକଳ ଗାଡି ସହ ୮ ଜଣ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ । 

 ଗୋଦାମରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ସମ୍ପତ୍ତି

ମୟୂରଭଞ୍ଜ: ମୟୂରଭଞ୍ଜ ପାଲବଣି ସ୍ଥିତ ଜୁହି ଇଣ୍ଟରନେସନାଲ ପ୍ରାଇଭେଟ ଲିମିଟେଡ଼ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୩ ଲକ୍ଷ ଟଙ୍କା ସମ୍ପତ୍ତି ନଷ୍ଟ ହୋଇଛି । ଖବର ପାଇ ୨ ଦମକଳ ଗାଡି ସହ ୮ ଜଣ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ । 

ଉକ୍ତ ଗୋଦାମରେ ୮ଟି ରୁମ୍‌ ଥିବା ବେଳେ ସେଠାରେ କାଗଜ ପେଟି ଓ ଅନ୍ୟାନ୍ୟ ସାମଗ୍ରୀ ରହୁଥିଲା । ଫଳରେ ନିଆଁ ଖୁବ୍‌ ଶୀଘ୍ର ବ୍ୟାପି ଯାଇଥିଲା । ଏଥିଯୋଗୁ ଗୋଦାମର ପ୍ରାୟ ୫ଟି ରୁମ୍‌ରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ସର୍ଟ ସର୍କିଟରୁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଅଗ୍ନକାଣ୍ଡର କାରଣ ଜଣାପଡି ନଥିବା ବେଳେ ସର୍ଟସର୍କିଟ୍ ରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଗୋଦାମରେ ଅଗ୍ନିନିର୍ବାପକ ବ୍ୟବସ୍ଥା ନଥିଲା । ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି । 

Trending news