ସେନାରେ ୩ ବର୍ଷ ରହିପାରିବେ ସାଧାରଣ ନାଗରିକ; ପ୍ରସ୍ତାବ ଉପରେ ଚାଲିଛି ବିଚାର
Advertisement
Article Detail0/zeeodisha/odisha681933

ସେନାରେ ୩ ବର୍ଷ ରହିପାରିବେ ସାଧାରଣ ନାଗରିକ; ପ୍ରସ୍ତାବ ଉପରେ ଚାଲିଛି ବିଚାର

ସାଧାରଣ ଲୋକଙ୍କୁ ଭାରତୀୟ ସେନାରେ ୩ ବର୍ଷ ପାଇଁ ନିଯୁକ୍ତି ଦେବା ପ୍ରସ୍ତାବ ଉପରେ ଜାରି ରହିଛି ବିଚାର ବିମର୍ଶ | 

  • ନୂଆଦିଲ୍ଲୀ: ଭାରତୀୟ ସେନାରେ ସାଧାରଣ ଲୋକଙ୍କୁ ୩ ବର୍ଷ ପାଇଁ ସାମିଲ କରିବା ନେଇ ଆସିଥିବା ପ୍ରସ୍ତାବ ଉପରେ ଜାରି ରହିଛି ବିଚାର | ଏନେଇ ସେନା ଅଧିକାରୀଙ୍କ ପକ୍ଷରୁ ପକ୍ଷରୁ କୁହାଯାଇଛି | ଏହି ସମୟରେ ସେନା  ସର୍ଟ ସର୍ଭିସ କମିଶନ ମାଧ୍ୟମରେ ଦେଶର ଯୁବବର୍ଗଙ୍କୁ ୧୦ ବର୍ଷର  ପ୍ରାରମ୍ଭିକ କାର୍ଯ୍ୟକାଳ ପାଇଁ ଭର୍ତ୍ତି କରୁଛି |
         
    ଏ ସମ୍ପର୍କରେ ସାମରିକ ବିଭାଗର ଜଣେ ପ୍ରବକ୍ତା କହିଛନ୍ତି ଯେ, ଭାରତୀୟ ସେନା ପକ୍ଷରୁ ସାଧାରଣ ନାଗରିକଙ୍କୁ ୩ ବର୍ଷ ପାଇଁ ସୈନ୍ୟ ବାହିନୀରେ ସାମିଲ କରିବା ଉପରେ ବିଚାର ବିମର୍ଶ ଚାଲିଛି | ପ୍ରତିଭାଶାଳୀ ଯୁବବର୍ଗଙ୍କୁ  ସେନା ପ୍ରତି ଆକୃଷ୍ଟ କରିବା ପାଇଁ ସର୍ବଦା ଉଦ୍ୟମ ଜାରି ରହିଛି| 
        
    ପ୍ରାୟ ୧୩ ଲକ୍ଷ ଅଧିକାରୀ ଏବଂ ସୈନ୍ୟଙ୍କୁ ନେଇ ଗଠିତ ଭାରତୀୟ ସ୍ଥଳସେନାର କରାଯାଉଥିବା ସୁଧାରର ଏକ ଅଂଶବିଶେଷ | ଉପରୋକ୍ତ ପ୍ରସ୍ତାବ କାର୍ଯ୍ୟକାରୀ କରିବା ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ | 
    ବିଶ୍ୱରେ ଏପରି ଅନେକ ରାଷ୍ଟ୍ର ଅଛନ୍ତି ଯେଉଁଠି ସାମରିକ ବାହିନୀରେ ପ୍ରଶିକ୍ଷଣ ନେବାକୁ ବାଧ୍ୟତାମୂଳକ କରାଯାଇଛି | ଉଦାହରଣ ସ୍ୱରୂପ ଇସ୍ରାଏଲ |  ଯେଉଁଠାରେ ଦେଶର ଯୁବବର୍ଗଙ୍କୁ ୨-୩ ବର୍ଷ ପର୍ଯ୍ୟନ୍ତ ସେନାରେ କାମ କରିବାକୁ ବାଧ୍ୟତାମୂଳକ କରାଯାଇଛି |     
  •  

Trending Photos

ସେନାରେ ୩ ବର୍ଷ ରହିପାରିବେ ସାଧାରଣ ନାଗରିକ; ପ୍ରସ୍ତାବ ଉପରେ ଚାଲିଛି ବିଚାର

ସାଧାରଣ ଲୋକଙ୍କୁ ଭାରତୀୟ ସେନାରେ ୩ ବର୍ଷ ପାଇଁ ନିଯୁକ୍ତି ଦେବା ପ୍ରସ୍ତାବ ଉପରେ ଜାରି ରହିଛି ବିଚାର ବିମର୍ଶ | 

;