• ସୁପ୍ରିମକୋର୍ଟର ୬ ବିଚାରପତିଙ୍କୁ ସ୍ୱାଇନ ଫ୍ଲୁ
  • ନାନକପୁରା ସ୍କୁଲ ବୁଲିଲେ ଆମେରିକାର ପ୍ରଥମ ମହିଳା
  • ଭାରତ ଭ୍ରମଣକୁ କେବେ ଭୁଲି ହେବ ନାହିଁ: ମେଲାନିଆ
  • ଦିଲ୍ଲୀ ହିଂସା ଘଟଣା
  • ହିଂସାକାଣ୍ଡରେ ୭ ଜଣଙ୍କ ମୃତ୍ୟୁ ନେଇ ସୂଚନା
  • ମୃତକଙ୍କ ମଧ୍ୟରେ ଜଣେ ପୋଲିସ ହେଡ୍ କଷ୍ଟବଲ
  • ହିଂସାକାଣ୍ଡକୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ
  • ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଥିଲେ ଉପସ୍ଥିତ
  • କପିଲ ମିଶ୍ରାଙ୍କ ବୟାନକୁ ନେଇ ବଢ଼ୁଛି ବିବାଦ
  • ଦଳ ଭିତରୁ ପ୍ରତିବାଦର ସ୍ୱର

ଗୁମୁରି ଗୁମୁରି କାନ୍ଦୁଛି ଗାଁ...

ପୁଲୱାମା ଆକ୍ରମଣକୁ ବର୍ଷେ ପୁରିଛି ସତ, ହେଲେ ଏବେବି ସତେଜ ରହିଛି ଆମ ଯବାନଙ୍କ ତ୍ୟାଗ ଓ ବଳିଦାନର କାହାଣୀ । 

ଗୁମୁରି ଗୁମୁରି କାନ୍ଦୁଛି ଗାଁ...
ଯବାନ ତୁମେ କେଉଁ ଧାତୁରେ ଗଢ଼ା...

ନୂଆଦିଲ୍ଲୀ: ଠିକ୍ ବର୍ଷେ ତଳେ । ଅର୍ଥାତ ୧୪ ଫେବୃଆରୀ , ୨୦୧୯ । ପ୍ରେମ ଦିବସରେ ମସଗୁଲ ଥାଆନ୍ତି ସଭିଏ । ଆମ ଯବାନ ବି । ହାତରେ ବନ୍ଧୁକ ଧରି ଆତଙ୍କୀଙ୍କୁ ସାମ୍ନା କରୁଥାନ୍ତି । ଦେଶ ପ୍ରେମ ସାମ୍ନାରେ ଅନ୍ୟ କିଛି ବି ଦେଖାଯାଉନଥାଏ । ଅନ୍ଧାଧୁନ ଗୁଳିବର୍ଷା କରୁଥାନ୍ତି ଆତଙ୍କୀ । ଆଉ ମୁହଁତୋଡ଼ ଜବାବ ଦେଉଥାନ୍ତି ଭାରତୀୟ ବୀର ଯବାନ । ନିକଟରେ ପଡ଼ି ରହିଥାଏ ସାଥୀ ଯବାନଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ । ଆତ୍ମଘାତୀ ବିସ୍ଫୋରଣରେ ଶହୀଦ ହୋଇସାରିଥାନ୍ତି ଅନେକ ଯବାନ । ଅନ୍ୟପଟେ ବିସ୍ଫୋରଣର ଶବ୍ଦ ଶୁଣି ଚତୁଃପାର୍ଶ୍ୱରେ ଭୟର ବାତାବରଣ । 

ଏ ଦୃଶ୍ୟ ଆଜିବି ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠୁଛି । ପୁଲୱାମା ଆକ୍ରମଣକୁ ବର୍ଷେ ପୁରିଛି ସତ, ହେଲେ ଏବେବି ସତେଜ ରହିଛି ଆମ ଯବାନଙ୍କ ତ୍ୟାଗ ଓ ବଳିଦାନର କାହାଣୀ । ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ବଜାୟ ରଖିବା ପାଇଁ ସତରେ ସେମାନେ କ'ଣ ନ କରିଛନ୍ତି । ଏହି ଆକ୍ରମଣରେ ଶହୀଦ ହୋଇଥିବା ୪୦ ଯବାନଙ୍କ ମଧ୍ୟରେ ଥିଲେ ୨ ଓଡ଼ିଆ ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରା । 

କେମିତି ହୋଇଥିଲା ଆକ୍ରମଣ ?

ଜମ୍ମୁରୁ ଶ୍ରୀନଗର ରାସ୍ତାରେ ଯାଉଥାଏ ସିଆରପିଏଫର ୭୮ ବସ ।  ସିଆରପିଏଫର ୨୫୪୭ ଜଣ ସୁରକ୍ଷାକର୍ମୀ ଶ୍ରୀନଗର ଅଭିମୁଖେ ଯାଉଥାନ୍ତି । ଭୋର ୩।୩୦ରୁ ବସ୍ ଗୁଡ଼ିକ ବାହାରିଥିବା ବେଳେ ସନ୍ଧ୍ୟାରେ ଶ୍ରୀନଗରରେ ପହଞ୍ଚିଥାନ୍ତା । ହେଲେ ପାଖାପାଖି ଅପରାହ୍ନ ୩ଟା ବେଳେ ୭୬ ସିଆରପିଏଫ ବାଟାଲିୟନର HR 49F 0637 ନମ୍ୱର ବସ୍‌ଟି ଆତ୍ମଘାତୀ ଆକ୍ରମଣର ଶିକାର ହୋଇଥିଲା । ୭୮ ବସ୍ ମଧ୍ୟରୁ ଆତ୍ମଘାତୀ ଆକ୍ରମଣର ଶିକାର ହୋଇଥିବା ବସଟି ୫ ନମ୍ବରରେ ଥିଲା । ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ହାତ ଏହି ଆକ୍ରମଣ ପଛରେ ଥିଲା । 

ଶହୀଦଙ୍କ ଭିତରେ ଥିଲା ୨ ଓଡ଼ିଆ ଯବାନ

ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ୪୦ ଯବାନଙ୍କ ମଧ୍ୟରେ ୨ ଓଡ଼ିଆ ଥିଲେ । ଏମାନେ ହେଲେ ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରା । ଜଗତସିଂହପୁର ଜିଲ୍ଲା ନାଉଗାଁର ଶହୀଦ ଯବାନ ପ୍ରସନ୍ନ  ସିଆରପିଏଫ୍‌ ୬୧ ବାଟାଲିୟନରେ ହାବିଲଦାର ଭାବେ ମୁତୟନ ଥିଲେ । ସେହିପରି କଟକ ଜିଲ୍ଲା ନିଆଳିର ରତନପୁର ଗାଁର ଶହୀଦ ଯବାନ ମନୋଜ ସିଆରପିଏଫ୍‌ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ । 

ଶହୀଦଙ୍କ ଉଦ୍ଦେଶ୍ୟରେ ସ୍ମାରକୀ

ଆଜି ପୁଲୱାମା ଶହୀଦଙ୍କ ଉଦ୍ଦେଶ୍ୟରେ ସ୍ମାରକୀ ଉଦଘାଟନ ହେବ । ଲେଥପୁରା କ୍ୟାମ୍ପରେ ଏହାକୁ ଉଦଘାଟନ କରାଯିବ । ଉଦଘାଟନ ହେବାକୁ ଥିବା ସ୍ମାରକୀରେ ଶହୀଦ ଯବାନଙ୍କ ନାଁ ଓ ଫଟୋ ରହିଛି । ସେହିପରି ଶହୀଦଙ୍କ ଗାଁରୁ ମାଟି ମଧ୍ୟ ଅଣାଯାଇଛି । ଏହାସହିତ ସିଆରପିଏଫର ସ୍ଲୋଗାନ 'ସେବା ଏବଂ ନିଷ୍ଠା' ଲେଖା ରହିଛି । ସିଆରପିଏଫର ଅତିରିକ୍ତ ମହାନିର୍ଦ୍ଦେଶକ ଜୁଲ୍ଫିକାର ହସନ ଗୁରୁବାର ସ୍ମାରକ ସ୍ଥଳ ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଥିଲେ ।