ଦିନକ ପାଇଁ ନିଜ ନାଁ ବଦଳାଇଲେ ପଞ୍ଜାବ DGP, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha673187

ଦିନକ ପାଇଁ ନିଜ ନାଁ ବଦଳାଇଲେ ପଞ୍ଜାବ DGP, ଜାଣନ୍ତୁ କାରଣ

କୋରୋନା ଯୋଦ୍ଧାଙ୍କ ପ୍ରତି ସମ୍ମାନ ଦେଖାଇବାକୁ 'ମୁଁ ମଧ୍ୟ ହରଜୀତ' କ୍ୟାମ୍ପେନ କରିଛନ୍ତି । 

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ଚଣ୍ଡିଗଡ଼: ପଞ୍ଜାବ ଡିଜିପି ଦିନକର ଗୁପ୍ତା ଦିନକ ପାଇଁ ନିଜ ନାମକୁ ବଦଳାଇଛନ୍ତି । ନିଜ ନାଁ ସ୍ଥାନରେ ହରଜୀତ ସିଂହ (Harjeet Singh) ନାଁରେ ବ୍ୟାଜ୍ ପିନ୍ଧିଛନ୍ତି ଦିନକର ଗୁପ୍ତା । କେବଳ ଡିଜିପି କାହିଁକି, ପଞ୍ଜାବ ପୋଲିସର ସମସ୍ତ ଅଧିକାରୀ ଏପରି କରିଛନ୍ତି । କିଛି ଦିନ ପୂର୍ବରୁ ASI ହରଜୀତ ସିଂହଙ୍କ ଉପରେ ପରିବା ମାର୍କେଟରେ ହୋଇଥିବା ଆକ୍ରମଣକୁ ନେଇ ଏପରି କରିଛନ୍ତି ପଞ୍ଜାବର ପୋଲିସ ଅଧିକାରୀ । କୋରୋନା ଯୋଦ୍ଧାଙ୍କ ପ୍ରତି ସମ୍ମାନ ଦେଖାଇବାକୁ 'ମୁଁ ମଧ୍ୟ ହରଜୀତ' କ୍ୟାମ୍ପେନ କରିଛନ୍ତି । 

 ପଞ୍ଜାବ ଡିଜିପି କହିଛନ୍ତି, ହରଜୀତ ସିଂହଙ୍କୁ ଏଏସଆଇରୁ ସବ୍ ଇନ୍ସପେକ୍ଟର ଭାବେ ପଦୋନ୍ନତି ମଧ୍ୟ କରାଯାଇଛି । କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଦେଖାଇବାକୁ ଆମେ ଏପରି କରିଛୁ । ଏହା ପଞ୍ଜାବ ପୋଲିସର ଏକ ଛୋଟ ପ୍ରୟାସ ବୋଲି କହିଛନ୍ତି ଡିଜିପି ଦିନକର ଗୁପ୍ତା । 

ଏଠାରେ ଆପଣଙ୍କୁ ଆମେ କହିରଖୁଛୁ, ଗତ ୧୨ ଏପ୍ରିଲରେ ପଞ୍ଜାବ ପଟିଆଲାରେ ଆକ୍ରମଣର ଶିକାର ହୋଇଥିଲେ ଏଏସଆଇ ହରଜୀତ ସିଂହ । କିଛି ଲୋକ ଲକଡାଉନ୍ ନିୟମ ଉଲଙ୍ଘନ କରି ମାର୍କେଟ ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲେ ହରଜୀତ । ଆଉ ପାସ୍ ମଧ୍ୟ ମାଗିଥିଲେ । ଆଉ ଏକଥାରୁ ବିବାଦ ବଢ଼ିଥିଲା । ହରଜୀତଙ୍କ ଉପରେ ଆକ୍ରମଣ ହୋଇଥିଲା । ଆକ୍ରମଣକାରୀ ହରଜୀତଙ୍କ ହାତ କାଟି ଦେଇଥିଲେ । 

ତେବେ ଡାକ୍ତରଙ୍କ ୭ ଘଣ୍ଟାର ଅପରେଶନ ପରେ ଏଏସଆଇ ହରଜୀତଙ୍କ ହାତ ଯୋଡ଼ିବା ସମ୍ଭବ ହୋଇଥିଲା । ଅପରେଶନ ମଧ୍ୟ ସଫଳ ହୋଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏବେ ହରଜୀତଙ୍କ ସ୍ୱାସ୍ଥ୍ୟବସ୍ଥାରେ ବେଶ୍ ସୁଧାର ଆସିଲାଣି । 

;