• ରାତି ପାହିଲେ ଗଣତନ୍ତ୍ର ଦିବସ । କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ।
  • ଅଭିନେତା ଶାନ୍ତି ମିଶ୍ରଙ୍କ ପରଲୋକ ।
  • ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ମିଡିଆକୁ ମନା
  • ରାଜ୍ୟରେ ହୁ ହୁ ହୋଇ ବଢୁଛି ତେଲ ଦର । ମାଲକାନଗିରିରେ ୯୧ ଛୁଇଁଲା ତେଲ । ରାଜଧାନୀରେ ୮୫ ପାର ।
  • ଲଦାଖରେ ଚୀନ ସେନାର ଅନୁପ୍ରବେଶ । ଭାରତୀୟ ସୀମା ମଧ୍ୟରେ ଥିବା ରାସ୍ତା ବ୍ୟବହାର କରୁଥିବା ନେଇ ଲଦାଖବାସୀଙ୍କ ସୂଚନା ।
  • ଭାରତ-ଚୀନ କର୍ପ୍‌ସ କମାଣ୍ଡର ସ୍ତରୀୟ ବୈଠକ ଶେଷ । ମୋଲ୍‌ଡୋରେ ୧୫ ଘଣ୍ଟା ଧରି ଚାଲିଥିଲା ନବମ ପର୍ଯ୍ୟାୟ ଦ୍ବିପାକ୍ଷିକ କଥାବାର୍ତ୍ତା ।

ଆକ୍ସନ ମୁଡରେ ପଞ୍ଜାବ ସରକାର, ୧୯୬ ଚାଷୀ ଗିରଫ

ପ୍ରଦୂଷଣ ହ୍ରାସ ନେଇ ଦିଲ୍ଲୀରୁ ଚାପ ପଡିବା ପରେ ଆକ୍ସନ ମୁଡରେ ପଞ୍ଜାବ ସରକାର ।ନିୟମ ଖିଲାପକାରୀ ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ।

 ଆକ୍ସନ ମୁଡରେ ପଞ୍ଜାବ ସରକାର, ୧୯୬ ଚାଷୀ ଗିରଫ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ପ୍ରଦୂଷଣ ହ୍ରାସ ନେଇ ଦିଲ୍ଲୀରୁ ଚାପ ପଡିବା ପରେ ଆକ୍ସନ ମୁଡରେ ପଞ୍ଜାବ ସରକାର ।ନିୟମ ଖିଲାପକାରୀ ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ରୁଜୁ ହେଲା ୩୨୭ଟି ମାମଲା । ଗିରଫ ହେଲା ୧୯୬ ଜଣ ଚାଷୀ । ଆଗକୁ ନିୟମ ଖିଲାପକାରୀ ଚାଷୀଙ୍କ ବିରୋଧରେ ଆହୁରି କୋଠର ଆଭିମୁଖ୍ୟ ଗ୍ରହଣ କରିପାରନ୍ତି ରାଜ୍ୟ ସରକାର । 

ସାଙ୍ଘାତିକ ସ୍ତରରେ ଦିଲ୍ଲୀର ପ୍ରଦୂଷଣ ପହଞ୍ଚିବା ପରେ ପ୍ରଦୂଷଣ ହ୍ରାସ ନେଇ ହରିୟାଣା ଏବଂ ପଞ୍ଜାବ ସରକାରଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଥିଲା । ଉଭୟ ରାଜ୍ୟର ଚାଷୀ ବହୁଳ ମାତ୍ରାରେ ପରାଲୀ(ଫସଲ ଉତ୍ପାଦନ ପରେ ଅବ୍ୟବହୃତ ନଡା) ପୋଡୁଥିବାରୁ ପ୍ରଦୂଷଣ ବଢୁଥିବା କହିଥିଲା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଆଉ ପରାଲୀ ପୋଡି ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ଉଭୟ ରାଜ୍ୟର ସରକାରଙ୍କୁ ତାଗିଦ କରାଯାଇଥିଲା । ଆଉ ଏହା ପରେ ଆକ୍ସନ ମୁଡକୁ ଆସିଛନ୍ତି ପଞ୍ଜାବ ସରକାର । 

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଖିଲାପ କରି ପରାଲୀ ପୋଡି ଥିବାରୁ ଆଇପିସିର ଧାରା ୧୮୮ ଅନୁଯାୟୀ ସମ୍ପୃକ୍ତ ଚାଷୀଙ୍କୁ ଗିରଫ କରଯାଇଛି । ୩୨୭ଟି ମାମଲା ମଧ୍ୟ ରୁଜୁ ହୋଇଛି । ଯିଏ ବି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଅମାନ୍ୟ କରିବ, ତା ଉପରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଚେତାଇ ଦିଆଯାଇଛି । 

ତେବେ ଚଳିତ ବର୍ଷ ପରାଲୀ ପୋଡିର ୩୭୯୩୫ ଘଟଣା ସାମ୍ନାକୁ ଆସିଛି । ଯାହାକି ପୂର୍ବବର୍ଷ ତୁଳନାରେ ବେଶ ଅଧିକ । ୨୦୧୮ରେ ୨୭୨୨୪  ଏବଂ ୨୦୧୭ରେ ୩୭୨୯୮ଟି ପରାଲୀ ପୋଡି ଘଟଣା ସାମ୍ନାକୁ  ଆସିଥିଲା । 

ଦିଲ୍ଲୀ ପ୍ରଦୂଷଣକୁ ନେଇ ସାରା ଦେଶ ଏବେ ଚିନ୍ତିତ । ଯଦିଓ ଗତକାଲିଠୁ ପ୍ରଦୂଷଣ ଟିକିଏ କମିଛି, ତଥାପି ବି ଏହାକୁ ସବୁବେଳେ ନିୟନ୍ତ୍ରଣରେ ରଖିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ । ନାସା ସାଟେଲାଇଟ ଚିତ୍ର ଦେଖିଲେ ହୃଦସ୍ପନ୍ଦନ ବଢିଯାଉଛି ।  । 

ଆଜି ଲୋଧି ରୋଡରେ ବାୟୁର ଗୁଣବତ୍ତା ରହିଛି ୨୭୯ । ଯଦିଓ ଏବେବି ଦିଲ୍ଲୀ ଝାପସା ଦିଶୁଛି, ତଥାପି ବି ପୂର୍ବାପେକ୍ଷା ପ୍ରଦୂଷଣ କମିଛି । କିଛି ଦିନ ପୂର୍ବରୁ ରାଜଧାନୀରେ ଏକ୍ୟୁଆଇ ୧୨ଶହ ପାର କରିଥିଲା । ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣକୁ ଆଣିବା ବଡ ଚ୍ୟାଲେଞ୍ଜ ହୋଇଥିଲା । ନଭେମ୍ବର ୫ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ କରିଥିଲେ ଦିଲ୍ଲୀ ସରକାର । ଆଜି ପୁଣି ଥରେ ଶିକ୍ଷାନୁଷ୍ଠାନ ଖୋଲିଛି ।