କଏଦୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି କୋରୋନା
Advertisement

କଏଦୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି କୋରୋନା

ପାରୋଲରେ ଯିବେ ୭ ହଜାରରୁ ଊର୍ଦ୍ଧ୍ୱ କଏଦି

କଏଦୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି କୋରୋନା

ନୂଆଦିଲ୍ଲୀ: କଏଦୀଙ୍କ ପାଇଁ ଆଶୀର୍ବାଦ ପାଲୁଟିଛି କୋରୋନା ଭାଇରସ। କୋରୋନାକୁ ନେଇ ସମଗ୍ର ଦେଶରେ ବର୍ତ୍ତମାନ ହଇଚଇ ସୃଷ୍ଟି କରିଛି। ଏଥିପାଇଁ ସରକାର ସତର୍କ ଓ ସୁରକ୍ଷିତ ରହିବାକୁ ବାରମ୍ବାର କହି ଆସୁଛନ୍ତି। ତେବେ ଏହି ଭାଇରସ ପାଇଁ ଜେଲରେ ଥିବା କଏଦୀମାନଙ୍କୁ ମଧ୍ୟ ଏବେ ପାରୋଲ ମିଳିବା ଆରମ୍ଭ କରିଛି। ପୂର୍ବରୁ ତିହାର କିଛି କଏଦୀମାନଙ୍କୁ ପାରୋଲ ଛାଡ଼ିବା ପାଇଁ ଘୋଷଣା କରିଥିବା ବେଳେ ପଞ୍ଜାବ ସରକାର ମଧ୍ୟ ପ୍ରାୟ ୬ ହଜାର ଲୋକଙ୍କୁ ପାରୋଲ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। 

ପଞ୍ଜାବର ଜେଲ ମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧଓ୍ୱା ଘୋଷଣା କହିଛନ୍ତି କି, ସାତ ବର୍ଷରୁ କମ ସଜ୍ଜା ପାଇଥିବା ପ୍ରାୟ ୬ ହଜାର କଏଦୀ ପାରୋଲରେ ଛଡ଼ାଯିବ। ଏନେଇ ସେ ଟ୍ୱିଟମାଧ୍ୟମରେ ସୂଚନା ଦେଇଛନ୍ତି। ତେବେ ଏହା ପୂର୍ବରୁ ତିହାର ଜେଲ ପକ୍ଷରୁ ମଧ୍ୟ କଏଦୀମାନଙ୍କୁ ପାରୋଲରେ ଛଡ଼ାଯିବାର ବ୍ୟବସ୍ଥା କରିଛି। ପ୍ରାୟ ୧୫ ଶହ କଏଦୀଙ୍କୁ ପାରୋଲରେ ଛାଡିବ ବୋଲି ସୂଚନା ରହିଛି। 

ସୂଚନା ଯୋଗ୍ୟ ଦେଶରେ ଏହି କୋରୋନା ମହାମାରୀଙ୍କ ସଂଖ୍ୟା ଧିରେଧିରେ ବଢିବାକୁ ଲାଗିଛି। ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଦେଶରେ ୭୨୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏଥିରେ ୧୬ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ସେହିପରି ସମଗ୍ର ବିଶ୍ୱରେ ପ୍ରାୟ ୨୦୦ ରାଷ୍ଟ୍ରକୁ ଏହି ଭାଇରସ ବ୍ୟାପିସାରିଲାଣି। ତମାମ ବିଶ୍ୱରେ ୪୯୪୩୧୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୨ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇ ସାରିଲେଣି। ଇଟାଲିରେ ସର୍ବାଧିକ ୭୫୦୩ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଚୀନରେ ୩୨୮୭ ଜଣ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।