close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଡୋପ୍ ଟେଷ୍ଟରେ ଧରାପଡିଲେ ରବି କୁମାର

ଟୋକିଓ ଅଲମ୍ପିକ୍ସ ପୂର୍ବରୁ ଭାରତକୁ ବଡ ଝଟକା । ଡୋପ ଟେଷ୍ଟରେ ଧରାପଡିଲେ ଓଡିଆ ଭାରୋତ୍ତୋଳନ ଖେଳାଳି କେ. ରବି କୁମାର । ତାଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି ।  ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସି(ନାଡା) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

ଡୋପ୍ ଟେଷ୍ଟରେ ଧରାପଡିଲେ ରବି କୁମାର
ଫାଇଲ ଫଟୋ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସ ପୂର୍ବରୁ ଭାରତକୁ ବଡ ଝଟକା । ଡୋପ ଟେଷ୍ଟରେ ଧରାପଡିଲେ ଓଡିଆ ଭାରୋତ୍ତୋଳନ ଖେଳାଳି କେ. ରବି କୁମାର । ତାଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି ।  ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସି(ନାଡା) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

କେବଳ ରବି କୁମାର ନୁହେଁ, ଅନ୍ୟ ୪ ଖେଳାଳି ମଧ୍ୟ ଡୋପ୍ ଟେଷ୍ଟରେ ଧରା ପଡିଛନ୍ତି ।  ପୂର୍ଣ୍ଣିମା ପାଣ୍ଡେ, ଡିସ୍କସ୍ ଥ୍ରୋର ଧରମ୍‌ରାଜ ଯାଦବ, ସ୍ପ୍ରିଣ୍ଟର ସଞ୍ଜିତ ଏବଂ ଭାରୋତ୍ତୋଳକ ଗୁରୁମିଲ ସିଂହଙ୍କୁ ମଧ୍ୟ ୪ ବର୍ଷ ପାଇଁ ବାସନ୍ଦ କରାଯାଇଥିବା ଜଣାପଡିଛି । ଆଉ ଏହାସହ ୨୦୨୦ ଅଲମ୍ପିକ ଖେଳିବା ଆଶା ରବି କୁମାରଙ୍କ ଗୋଟିଏ ପ୍ରକାର ଭାଙ୍ଗି ଯାଇଛି । ତେବେ ନାଡାରୁ ତାଙ୍କୁ ନ୍ୟାୟ ମିଳିବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । 

୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୬୯ କିଲୋଗ୍ରାମ ବର୍ଗରେ ରବି କୁମାର ସ୍ୱର୍ଣ୍ଣ  ପଦକ ପାଇଥିଲେ। ସେହିପରି ୨୦୧୪ରେ ୭୭ କିଲୋଗ୍ରାମ ବର୍ଗରେ ସେ ରୌପ୍ୟ ପଦକ ହାସଲ କରିଥିଲେ। ଅର୍ଜୁନ ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଛନ୍ତି ।