ମନ ମୋହୁଛି କୁଞ୍ଜ ଉତ୍ସବ
Advertisement

ମନ ମୋହୁଛି କୁଞ୍ଜ ଉତ୍ସବ

ରାହାସ ଯାତ୍ରାର ମୁଖ୍ୟ ଆକର୍ଷଣ ରାହାସ କୁଞ୍ଜ । ହରିପୁରର ରାହାସ ବିହାରୀ ମଠ, ବୃନ୍ଦାବନଚନ୍ଦ୍ର ମଠ ଓ ନରସିଂହପୁରର ଠାକୁର ଦାସ ମଠରେ ପାଳିତ ହୋଇଛି କୁଞ୍ଜ ମହୋତ୍ସବ । ସେହିପରି ଗୋପୀନାଥପୁର ଡିହସାହିରେ ଆୟୋଜିତ ହୋଇଛି ବହୁ ପୁରାତନ କୁଞ୍ଜ ଉତ୍ସବ । ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ କୁଞ୍ଜର ସାଜସଜା ଖୁବ୍ ଆକର୍ଷଣୀୟ ହୋଇଛି । ଏଥିପାଇଁ ବିଭିନ୍ନ  ଅଞ୍ଚଳର କାରିଗର ଦେଢ ମାସ ଧରି  କୁଞ୍ଜ ତିଆରି କରିଛନ୍ତି  । କୁଞ୍ଜକୁ ଉପଭୋଗ କରିବାକୁ ପ୍ରତିଦିନ ସନ୍ଧ୍ୟାରେ ଦେଖିବାକୁ ମିଳୁଛି ଦର୍ଶକଙ୍କ ଖଚାଖଚ୍ ଭିଡ ।

ଫାଇଲ ଫଟୋ

ଗାୟତ୍ରୀ ଚକ୍ରବର୍ତ୍ତୀ, ନୂଆଦିଲ୍ଲୀ: ରାହାସ ଯାତ୍ରାର ମୁଖ୍ୟ ଆକର୍ଷଣ ରାହାସ କୁଞ୍ଜ । ହରିପୁରର ରାହାସ ବିହାରୀ ମଠ, ବୃନ୍ଦାବନଚନ୍ଦ୍ର ମଠ ଓ ନରସିଂହପୁରର ଠାକୁର ଦାସ ମଠରେ ପାଳିତ ହୋଇଛି କୁଞ୍ଜ ମହୋତ୍ସବ । ସେହିପରି ଗୋପୀନାଥପୁର ଡିହସାହିରେ ଆୟୋଜିତ ହୋଇଛି ବହୁ ପୁରାତନ କୁଞ୍ଜ ଉତ୍ସବ । ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ କୁଞ୍ଜର ସାଜସଜା ଖୁବ୍ ଆକର୍ଷଣୀୟ ହୋଇଛି । ଏଥିପାଇଁ ବିଭିନ୍ନ  ଅଞ୍ଚଳର କାରିଗର ଦେଢ ମାସ ଧରି  କୁଞ୍ଜ ତିଆରି କରିଛନ୍ତି  । କୁଞ୍ଜକୁ ଉପଭୋଗ କରିବାକୁ ପ୍ରତିଦିନ ସନ୍ଧ୍ୟାରେ ଦେଖିବାକୁ ମିଳୁଛି ଦର୍ଶକଙ୍କ ଖଚାଖଚ୍ ଭିଡ ।

ମନ୍ଦିରରେ ରାଧାକୃଷ୍ଣ, ବାଳଗୋପାଳ, ଜଗନ୍ନାଥ-ବଳଭଦ୍ର-ସୁଭଦ୍ରା, ନିତାଇ ଗୌରାଙ୍ଗ ଓ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କର ନୀତିକାନ୍ତିରେ କରାଯାଉଛି ପୂଜାର୍ଚ୍ଚନା । କିମ୍ବଦନ୍ତୀ ଅନୁସାରେ ପଞ୍ଚଦଶ ଶତାଦ୍ଦୀରେ ଶ୍ରୀ ଚୈତନ୍ୟ ଦେବ ଶ୍ରୀକ୍ଷେତ୍ର ପୁରୀକୁ ଯାତ୍ରା କରୁଥିବା ସମୟରେ ହରିପୁରରେ କିଛି ଦିନ ରହିଥିଲେ । ସ୍ଥାନୀୟ ଅଞ୍ଚଳର କିଛି ଲୋକ ଶ୍ରୀଚୈତନ୍ୟ ଦେବଙ୍କ ସସ୍ପର୍ଶରେ ଆସି ରାଧାକୃଷ୍ଣ ପ୍ରେମରେ ନିଜକୁ ଉତ୍ସର୍ଗ କରି ତାଙ୍କର ସାନିଧ୍ୟ ଲାଭ କରିଥିଲେ ।

ସେହି ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଏଠାକାର ପ୍ରାୟ ୫-୬ଟି ମନ୍ଦିରରେ କୁଞ୍ଜ ଉତ୍ସବ ପାଳିତ ହୋଇଆସୁଛି । ସେପଟେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ମେଳା ପରିସରରେ ଖୋଲିଛି ମୀନା ବଜାର ଓ ସୁସ୍ୱାଦୁ ଖାଦ୍ୟର ଷ୍ଟଲ । ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ସପ୍ତାହେ ବ୍ୟାପି ଆୟୋଜିତ ହୋଇଛି ଅପେରା ପୁଞ୍ଜ । ଅଞ୍ଚଳବାସୀ ଆନନ୍ଦ ଉଲ୍ଲାସର ସହ ରାହାସ ଯାତ୍ରା ଓ କୁଞ୍ଜ ପାଳନ କରିଆସୁଛନ୍ତି ।

ଆହୁରି ବି ପଢନ୍ତୁ; ବେସନ ରୁଟି ଖାଆନ୍ତୁ ଆଉ ବିଭିନ୍ନ ପ୍ରକାର ରୋଗରୁ ଦୂରେଇ ରୁହନ୍ତୁ