ନିର୍ବାଚନୀ ଉଷ୍ମତାରେ ଆଇସକ୍ରିମର ସ୍ୱାଦ ଚାଖିଲେ ରାହୁଲ
Advertisement

ନିର୍ବାଚନୀ ଉଷ୍ମତାରେ ଆଇସକ୍ରିମର ସ୍ୱାଦ ଚାଖିଲେ ରାହୁଲ

ନିର୍ବାଚନୀ ଉଷ୍ମତାରେ ଆଇସକ୍ରିମର ମଜା ନେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସେ ନେହେରୁ ପ୍ଲେସ ଷ୍ଟେସନ ସ୍ଥିତ ଫୁଡ କୋର୍ଟରେ ଆଇସକ୍ରିମ ଖାଉଥିବାର ନଜରକୁ ଆସିଛି । ଏହାସହ ସେ ସାଧାରଣ ଜନତାଙ୍କ ମିଶିଛନ୍ତି । ସେ ପ୍ରାୟ ୧୫ ମିନିଟ ଯାଏ ଫୁଡ କୋର୍ଟରେ ରହିଥିଲେ । 

Rahul Gandhi in pic

ନୂଆଦିଲ୍ଲୀ: ନିର୍ବାଚନୀ ଉଷ୍ମତାରେ ଆଇସକ୍ରିମର ମଜା ନେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସେ ନେହେରୁ ପ୍ଲେସ ଷ୍ଟେସନ ସ୍ଥିତ ଫୁଡ କୋର୍ଟରେ ଆଇସକ୍ରିମ ଖାଉଥିବାର ନଜରକୁ ଆସିଛି । ଏହାସହ ସେ ସାଧାରଣ ଜନତାଙ୍କ ମିଶିଛନ୍ତି । ସେ ପ୍ରାୟ ୧୫ ମିନିଟ ଯାଏ ଫୁଡ କୋର୍ଟରେ ରହିଥିଲେ । 
ଏହା ବ୍ୟତୀତ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଲୋକଙ୍କ ସହ ସେଲ୍ଫି ମଧ୍ୟ ଉଠାଇଥିଲେ । ଶନିବାର ମଧ୍ୟ ରାହୁଲ ବିନ୍ଦାସ ମୁଡରେ ଦେଖିବାକୁ ମିଳିଥିଲା । ସେ ଦିଲ୍ଲୀରେ ବଙ୍ଗାଳୀ ମାର୍କେଟରେ ଚାଟର ସ୍ୱାଦ ଚାଖିଥିଲେ ।  

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି । ହରିୟାଣାରେ କଂଗ୍ରେସ ସିଧା ସଳଖ ବିଜେପିକୁ ଟକ୍କର ଦେଉଥିବା ବେଳେ ମହାରାଷ୍ଟ୍ରରେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ଓ ବିଜେପି ନେତୃତ୍ୱାଧୀନ ମେଣ୍ଟ ମଧ୍ୟରେ କଡା ଟକ୍କର ଚାଲିଛି ।  

ମୁଖ୍ୟତଃ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ବା ମହାଯତି ମେଣ୍ଟ ଓ କଂଗ୍ରେସ ଓ ଏନସିପି ମେଣ୍ଟ ଅର୍ଥାତ ମହା ଅଘାଡ଼ି(ମୋର୍ଚ୍ଚା) ମଧ୍ୟରେ ଲଢେଇ ହେଉଛି । ଏହି ନିର୍ବାଚନରେ ୪,୨୮,୪୩,୬୩୫ ମହିଳା ମତଦାତା ସହିତ ସର୍ବମୋଟ ୮,୯୮,୩୯,୬୦୦ ମତଦାତା ମତଦାନ କରୁଛନ୍ତି ।

ଅନ୍ୟପଟେ ହରିୟାଣା ବିଧାନସଭା ନିର୍ବାଚନରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେଇ ହେଉଛି । ଏହାଛଡା ଜନନାୟକ ଜନତା ଦଳ, ଇଣ୍ଡିଆନ ନ୍ୟାଶନାଲ ଲୋକଦଳ(ଆଇଏନଏଲଡି) ପରି ଆଞ୍ଚିଳିକ ଦଳ ମଧ୍ୟ କ୍ଷମତା ଫେରି ପାଇବା ପାଇଁ ମୈଦାନରେ ଅଛନ୍ତି । ଦୁଇ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ କରାଇବା ପାଇଁ ନିର୍ବାଚନ ଆୟୋଗ ମଧ୍ୟ ନିଜ ଦାୟିତ୍ୱରେ ଲାଗିଛି ।