ଆଜିଠୁ ୪ ଦିନିଆ ୱାଇନାଡ ଗସ୍ତରେ ଯିବେ ରାହୁଲ

ଆଜି ନିଜ ସଂସଦୀୟ କ୍ଷେତ୍ର ୱାଇନଡକୁ ୪ ଦିନିଆ ଗସ୍ତରେ ଯିବେ ରାହୁଲ ଗାନ୍ଧୀ । ଏହି ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ପ୍ରବଳ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ମଧ୍ୟ ଭେଟିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ।  

ଆଜିଠୁ ୪ ଦିନିଆ ୱାଇନାଡ ଗସ୍ତରେ ଯିବେ ରାହୁଲ
ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ନିଜ ସଂସଦୀୟ କ୍ଷେତ୍ର ୱାଇନଡକୁ ୪ ଦିନିଆ ଗସ୍ତରେ ଯିବେ ରାହୁଲ ଗାନ୍ଧୀ । ଏହି ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ପ୍ରବଳ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ମଧ୍ୟ ଭେଟିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ।  

କେରଳ ୱାଇନାଡ ଗସ୍ତରେ ଯିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ । ନିଜ ସଂସଦୀୟ କ୍ଷେତ୍ରରେ ୪ ଦିନ ରହିବେ ରାହୁଲ ଗାନ୍ଧୀ । ବର୍ଷା କ୍ଷତିଗ୍ରସ୍ତଙ୍କୁ ଭେଟିବେ । ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ।  ଇନ୍ଦିରା ଗାନ୍ଧୀ ମେମୋରିଆଲ ବସ ଷ୍ଟାଣ୍ଡ-ସପିଂ କମ୍ପ୍ଲେକ୍ସର ଉଦଘାଟନ ମଧ୍ୟ କରିବେ । ଏକ ଶିବ ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । 

ଡିସେମ୍ବର ୪ରେ କେରଳ କୋଝିକୋଡରେ ପହଞ୍ଚିବେ ରାହୁଲ ଗାନ୍ଧୀ । ଡିସେମ୍ବର ୫ରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । କୋଡେନଚେରୀ ଶିବ ମନ୍ଦିରରେ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବେ ରାହୁଲ । ଏହି ଦିନ ଏଡାକ୍କାରାରେ ଇନ୍ଦିରା ଗାନ୍ଧୀ ମେମୋରିଆଲ ବସ ଷ୍ଟାଣ୍ଡ-ସପିଂ କମ୍ପ୍ଲେକ୍ସର ଉଦଘାଟନ କରିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ।

ସେହିପରି ଡିସେମ୍ବର ୬ରେ ଚୋଲାୟିଲ ଅଡିଟୋରିୟମରେ ଏମଆଇ ଶନାବାସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହେବେ । ଏହାପରେ ସର୍ପାଘାତର ଶୀକାର ହୋଇଥିବା ଛାତ୍ର ଶେହାନା ଶୋରିନଙ୍କ ପରିବାର ବର୍ଗଙ୍କୁ ଭେଟିବେ ।  ଡିସେମ୍ବର ୭ରେ ରାହୁଲ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି । 

ଆହୁରି ପଢନ୍ତୁ; 'ବିଜେପିର ବଳ ମୋଦି , ରାହୁଲ କଂଗ୍ରେସର ଏକ ଦୁର୍ବଳତା'