ମୋଦି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ, କହିଲେ ଅର୍ଥ ବ୍ୟବସ୍ଥାକୁ ଧ୍ୱଂସ କରିଛି 'ମୋଦିନୋମିକ୍ସ'

ଦିନକୁ ଦିନ ଭାରତୀୟ ଅର୍ଥ ବ୍ୟବସ୍ଥା ଦୁର୍ବଳ ହେବାକୁ ଲାଗିଛି । ଦେଶର ବିଭିନ୍ନ ସେକ୍ଟରରେ ମାନ୍ଦାବସ୍ଥା ଜାରି ରହିଛି । ଏହି କ୍ରମରେ ପ୍ରତି ବ୍ୟକ୍ତି ଆୟରେ ମଧ୍ୟ ହ୍ରାସ ଦେଖା ଦେଇଛି । ଯାହାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ମୋଦି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ, କହିଲେ ଅର୍ଥ ବ୍ୟବସ୍ଥାକୁ ଧ୍ୱଂସ କରିଛି 'ମୋଦିନୋମିକ୍ସ'

ନୂଆଦିଲ୍ଲୀ: ଦିନକୁ ଦିନ ଭାରତୀୟ ଅର୍ଥ ବ୍ୟବସ୍ଥା ଦୁର୍ବଳ ହେବାକୁ ଲାଗିଛି । ଦେଶର ବିଭିନ୍ନ ସେକ୍ଟରରେ ମାନ୍ଦାବସ୍ଥା ଜାରି ରହିଛି । ଏହି କ୍ରମରେ ପ୍ରତି ବ୍ୟକ୍ତି ଆୟରେ ମଧ୍ୟ ହ୍ରାସ ଦେଖା ଦେଇଛି । ଯାହାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ଶୁକ୍ରବାର ସେ କହିଛନ୍ତି ମୋଦିନୋମିକ୍ସ(ମୋଦିଙ୍କ ଅର୍ଥ ବ୍ୟବସ୍ଥା) ଏତେ ପରିମାଣରେ କ୍ଷତି ପହଞ୍ଚାଇଛି ଯେ  ଏବେ ସରକାରଙ୍କୁ ନିଜ ରିପୋର୍ଟ ଲୁଚାଇବାକୁ ପଡୁଛୁ । ସେ ଏକ ମିଡିଆ ରିପୋର୍ଟକୁ ଆଧାର କରି ଟ୍ୱିଟ କରି ଏହା କହିଛନ୍ତି । ରାହୁଲ ଯେଉ ମିଡିଆ ରିପୋର୍ଟ କଥା ଉଲ୍ଲେଖ କରିଛନ୍ତି, ସେଥିରେ ଅନ୍ତରାଷ୍ଟ୍ରୀୟ ସାଂଖିକୀ କାର୍ଯ୍ୟଳୟ(ଏନଏସଓ)ର ଟାଡାର ଉଦାହାରଣ ଦିଆଯାଇଛି ।

ଏହି ରିପୋର୍ଟ ଅନୁସାରେ, ଭାରତରେ ୨୦୧୧-୧୨ରେ ପ୍ରତି ବ୍ୟକ୍ତିଙ୍କ ଖର୍ଚ୍ଚ ରାଶିର ପରିମାଣ ୧୫୦୧ ଟଙ୍କା ଥିଲା, ଯାହା ୨୦୧୭-୧୮ରେ ୩.୭ ପ୍ରତିଶତ ହ୍ରାସ ଘଟି ୧୪୪୬ ଟଙ୍କା ହୋଇଯାଇଛି । କଂଗ୍ରେସ ପ୍ରବକ୍ତା ପବନ ଖେଡ଼ା ମଧ୍ୟ ଏହି ରିପୋର୍ଟକୁ ଆଧାର କରି ମୋଦି ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ ପୁଣିଥରେ ପ୍ରମାଣିତ ହୋଇଯାଇଛି ଯେ ବିମୁଦ୍ରୀକରଣ ଓ ଜିଏସଟି ଦେଶର ଅର୍ଥ ବ୍ୟବସ୍ଥାକୁ ବହୁତ କ୍ଷତି ପହଞ୍ଚାଇଛି ।