Advertisement
Article Detail0/zeeodisha/odisha667519
Zee OdishaOther Newsଉଡ଼ିବନି ବିମାନ, ଗଡ଼ିବନି ଟ୍ରେନ...

ଉଡ଼ିବନି ବିମାନ, ଗଡ଼ିବନି ଟ୍ରେନ...

ଯେଉଁ ଯାତ୍ରୀମାନେ ଏପ୍ରିଲ ୧୪ ପରେ ଯାତ୍ରା କରିବା ପାଇଁ ଟିକେଟ ବୁକ୍ କରିଥିଲେ, ସେମାନଙ୍କ ଟିକଟ ସ୍ୱତଃ ଭାବେ କ୍ୟାନସେଲ ହୋଇଯିବ । ଏପରିକି ଟଙ୍କା ମଧ୍ୟ ସମ୍ପୃକ୍ତ ଆକାଉଣ୍ଟକୁ ଫେରସ୍ତ କରାଯିବ । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଉ ୧୯ ଦିନ ପାଇଁ ବୃଦ୍ଧି ହୋଇଛି ଲକ୍ ଡାଉନ୍ । ଆସନ୍ତା ମେ ୩ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ତେବେ ଏହି ସମୟ ମଧ୍ୟରେ ରେଳ ସେବା ମଧ୍ୟ ବନ୍ଦ ରହିବ । ଅନ୍ୟପଟେ ମାଲବାହୀ ଟ୍ରେନ ଗୁଡ଼ିକ ପୂର୍ବଭଳି ଚାଲୁ ରହିବ । ଦେଶବାସୀଙ୍କୁ ମୋଦି ସମ୍ବୋଧନ କରିବା ପରେ ହିଁ ରେଳ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

ଅର୍ଥାତ ମେ ୩ ପର୍ଯ୍ୟନ୍ତ କୌଣସି ଯାତ୍ରୀବାହୀ ଟ୍ରେନ ଦେଶରେ ଚଳାଚଳ କରିବ ନାହିଁ । ଯେଉଁ ଯାତ୍ରୀମାନେ ଏପ୍ରିଲ ୧୪ ପରେ ଯାତ୍ରା କରିବା ପାଇଁ ଟିକେଟ ବୁକ୍ କରିଥିଲେ, ସେମାନଙ୍କ ଟିକଟ ସ୍ୱତଃ ଭାବେ କ୍ୟାନସେଲ ହୋଇଯିବ । ଏପରିକି ଟଙ୍କା ମଧ୍ୟ ସମ୍ପୃକ୍ତ ଆକାଉଣ୍ଟକୁ ଫେରସ୍ତ କରାଯିବ । ମେ ୩ ପର୍ଯ୍ୟନ୍ତ ରେଳ ଷ୍ଟେସନ ଭିତର ଓ ବାହାରର ସମସ୍ତ ରିଜର୍ଭେଶନ କାଉଣ୍ଟର ବନ୍ଦ ରହିବ । ସେହିପରି ବିଭିନ୍ନ ସହରରେ ଥିବା ମେଟ୍ରୋ ସେବା ମଧ୍ୟ ବନ୍ଦ ରହିବ । 

 ତେବେ ଏହି ସମୟ ମଧ୍ୟରେ ବିମାନ ସେବା ମଧ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବ ନାହିଁ । ଅର୍ଥାତ ମେ ୩ ପର୍ଯ୍ୟନ୍ତ ବିମାନ ସେବା ଓ ରେଳ ସେବା ମଧ୍ୟ ଲକ୍ ଡାଉନ୍ ରହିବ । 

Add Zee News as a Preferred Source

ଆଜି ଠିକ ସକାଳ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । କୋରୋନା ମୁକାବିଲା ପାଇଁ ଦେଶବାସୀ ଯେଉଁପ୍ରକାର ସମର୍ଥନ ଜଣାଇଛନ୍ତି, ସେନେଇ ଧନ୍ୟବାଦ ଦେଇଛନ୍ତି । ଦେଶବାସୀ ବହୁ ଘାତ ପ୍ରତିଘାତ ସତ୍ତ୍ୱେ ଲକ୍ ଡାଉନକୁ ସଫଳ କରୁଛନ୍ତି । ଦେଶବାସୀଙ୍କ ଧୋର୍ଯ୍ୟ ଯୋଗୁଁ ଆମେ କୋରୋନାକୁ କିଛି ମାତ୍ରାରେ ରୋକିବାରେ ସଫଳ ହୋଇଛୁ । ତେଣୁ ଶତଶତ ନମସ୍କତର ବୋଲି କହିଥିଲେ ମୋଦି । ଭାରତରେ ହେଉଥିବା କୋରୋନା ମୁକାବିଲାକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ହେବା ସ୍ୱାଭାବିକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କାହିଁକିନା ଦେଶରେ ମାତ୍ର ୫୫୦ ଆକ୍ରାନ୍ତ ଥିବା ବେଳେ ୨୧ ଦିନିଆ ଲକ୍ ଡାଉନ ଘୋଷଣା କରାଯାଇଥିଲା । 

ସେହିପରି ଯଦିଓ ଏପ୍ରକାର ମହାମାରୀକୁ ନେଇ ଦେଶ ଦେଶ ମଧ୍ୟରେ ତୁଳନା କରିବା ଠିକ୍ ନୁହେଁ, ତଥାପି ମଧ୍ୟ ପୂର୍ବର ସ୍ଥିତି ଏବଂ ବର୍ତ୍ତମାନର ସ୍ଥିତି ମଧ୍ୟରେ ପ୍ରଭେଦ ସ୍ପଷ୍ଟ ଦେଖାଯାଉଛି ବୋଲି ମୋଦି କହିଛନ୍ତି । ଅର୍ଥାତ ଦେଢ଼ ମାସ ପୂର୍ବରୁ ଭାରତର ସ୍ଥିତି ଅନ୍ୟ କିଛି ଦେଶର ସ୍ଥିତି ସହ ସମାନ ଥିଲା । ମାତ୍ର ଏବେ ଏହି ଦେଶଗୁଡ଼ିକରେ ଭାରତ ଅପେକ୍ଷା ଆହୁରି ୩୦ରୁ ୪୦ ଗୁଣ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଯାଇଛି । ମାତ୍ର ଭାରତର ଆଗୁଆ ପଦକ୍ଷେପ ଯୋଗୁଁ କୋରୋନା ଆଜି ନିୟନ୍ତ୍ରଣରେ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । 

About the Author