• ୯୮ ବର୍ଷ ବୟସରେ MDH ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ମୃତ୍ୟୁ । ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସୂଚନା ॥
  • ଧର୍ମପାଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଶୋକ ପ୍ରକାଶ ॥
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ମଧ୍ୟ ଶୋକ ପ୍ରକାଶ
  • ପରୀ ହତ୍ୟା ମାମଲାରେ CBI ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
  • ପରୀକୁ ନ୍ୟାୟ ଦେବାକୁ କଂଗ୍ରେସ ଚାହେଁନି । ଡିସେମ୍ବର ୧୫ରୁ ପ୍ରତି ବ୍ଲକରେ ପଦଯାତ୍ରା କରିବ ବିଜେପି : ପ୍ରତାପ ଷଡ଼ଙ୍ଗୀ ॥
  • ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୧୭୫୫ ଛୁଇଁଲା ।
  • ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୩୪ କୋରୋନା ସଂକ୍ରମିତ ଚିହ୍ନଟ ॥

ଯାଆରେ ଭାସି ଭାସି ଯାଆ ନୌକା ମୋର ଭାସି ଯାଆ...ମଞ୍ଚରେ ଗୀତଗାଇ ଚର୍ଚ୍ଚିତ ହେଲେ ଏହି ରାଜନେତା

ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ଓ ଜଳସଂପଦ ଓ ସୁଚନା ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ। ସମ୍ବିତ, ରାଜଶ୍ରୀ ଓ ମନ୍ତ୍ରୀ ରଘୁନନ୍ଦନ ଦାସ ମିଳିତଭାବେ ଗୋଟିଏ ସାଂସ୍କୃତିକ ମଞ୍ଚରେ ଗୀତ ଗାଇବା ଦୃଶ୍ୟକୁ ନେଇ ଏବେ ଚର୍ଚ୍ଚା। ବିଧାୟକ,ସାଂସଦ ଓ ମନ୍ତ୍ରୀ ମିଳିତ ଗୀତଗାଇବା ପରେ ପୁର୍ବରୁ ଭଜନ ସମ୍ରାଟ ଭିକାରି ବଳଙ୍କ ଭଜନ ଗାଇ ଚର୍ଚ୍ଚାକୁ ଆସିଥିବା ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଆଉଟିକେ ଆଗକୁ ବଢି ଓଡ଼ିଆ ଭଜନ ପରିବର୍ତେ ହିନ୍ଦୀ ଗୀତଗାଇ ଦର୍ଶକଙ୍କ ମନଜିଣିବାକୁ ଉଦ୍ୟମ କରିଥିଲେ। ବିଧାୟକ, ସାଂସଦ ଓ ମନ୍ତ୍ରୀ ସାଂସ୍କୃତିକ ମଞ୍ଚରେ ଗୀତଗାଇବାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି।

ଯାଆରେ ଭାସି ଭାସି ଯାଆ ନୌକା ମୋର ଭାସି ଯାଆ...ମଞ୍ଚରେ ଗୀତଗାଇ ଚର୍ଚ୍ଚିତ ହେଲେ ଏହି ରାଜନେତା

ନାରାୟଣ ବେହେରା, ପାରାଦୀପ: ରାଜନୀତି ଦୁନିଆରେ କିଛି ନା କିଛି ନୂଆ ଦେଖିବାକୁ ମିଳି ଥାଏ। ରାଜନୀତି ଓ ରାଜନେତାଙ୍କୁ ନେଇ ଲୋକ ନାକ ଟେକୁଥିବା ବେଳେ ଏବେ ଲୋକପ୍ରିୟତା ହାସଲ କରିବା ପାଇଁ ରାଜନେତାଙ୍କ ଭିନ୍ନ କୌଶଳ ଆପଣାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପେଶାଦାର ଢଙ୍ଗରେ ଗୀତଗାଇ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ସମ୍ବିତଙ୍କ ପନ୍ଥାକୁ ଆପଣାଇଥିବା ଦେଖିବାକୁମିଳିଛି ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ଓ ଜଳସଂପଦ ଓ ସୁଚନା ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ। ସମ୍ବିତ, ରାଜଶ୍ରୀ ଓ ମନ୍ତ୍ରୀ ରଘୁନନ୍ଦନ ଦାସ ମିଳିତଭାବେ ଗୋଟିଏ ସାଂସ୍କୃତିକ ମଞ୍ଚରେ ଗୀତ ଗାଇବା ଦୃଶ୍ୟକୁ ନେଇ ଏବେ ଚର୍ଚ୍ଚା।

mp singingsong goes viral

ବିଧାୟକ,ସାଂସଦ ଓ ମନ୍ତ୍ରୀ ଯାଆରେ ଭାସି ଭାସି ଯାଆ ନୌକା ମୋର ଭାସି ଯାଆ ପାରମ୍ପରିକ ଗୀତଗାଇ ଦେଖଣାହାରୀଙ୍କ ମନଜିଣିବାକୁ ଉଦ୍ୟମ କରିଥିବା ବେଳେ ନାଟ୍ୟକାର ପ୍ରଭାତ ମହାନ୍ତି ଏମାନଙ୍କ ସହ ତାଳମିଳାଇ ଥିବା ଦେଖିବାକୁମିଳିଥିଲା। ଗତକାଲି ବିଳମ୍ବିତ ରାତିରେ ତିର୍ତୋଲସ୍ଥିତକୁମାର ଉତ୍ସବ ସମିତିର୪୬ତମ ବାର୍ଷିକ ଉତ୍ସବ ଓ ପାଣି ଜୟନ୍ତୀ ସମାରୋହରେ ଏହି ରାଜନେତା ଅତିଥି ଭାବେ ଯୋଗ ଦେଇ  ଗୀତଗାଇଥିଲେ।ବିଧାୟକ,ସାଂସଦ ଓ ମନ୍ତ୍ରୀ ମିଳିତ ଗୀତଗାଇବା ପରେ ପୁର୍ବରୁ ଭଜନ ସମ୍ରାଟ ଭିକାରି ବଳଙ୍କ ଭଜନ ଗାଇ ଚର୍ଚ୍ଚାକୁ ଆସିଥିବା ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଆଉଟିକେ ଆଗକୁ ବଢି ଓଡ଼ିଆ ଭଜନ ପରିବର୍ତେ ହିନ୍ଦୀ ଗୀତଗାଇ ଦର୍ଶକଙ୍କ ମନଜିଣିବାକୁ ଉଦ୍ୟମ କରିଥିଲେ। ବିଧାୟକ, ସାଂସଦ ଓ ମନ୍ତ୍ରୀ ସାଂସ୍କୃତିକ ମଞ୍ଚରେ ଗୀତଗାଇବାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି।