ଜୟପୁର: ରାଜସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବରଯାତ୍ରୀ ବସ୍ ନଦୀରେ ଖସି ପଡ଼ିଛି । ଫଳରେ ୨୪ ଜଣଙ୍କ ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାଟି କୋଟା-ଦୌସା ମେଗା ହାଇୱେରେ ଘଟିଛି । ବସଟି ୩୦ ଜଣ ବରଯାତ୍ରୀଙ୍କୁ ନେଇ ଯାଉଥିଲା । ଦୁର୍ଘଟଣାରେ ଆହତଙ୍କୁ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି । ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Rajasthan: 24 people dead, 5 people injured after a bus fell into a river in Bundi today. https://t.co/wipW2lGbdr
— ANI (@ANI) February 26, 2020
ପୋଲିସ ମୁତାବକ, କୋଟାର ଦାଦୀବାଡ଼ିରୁ ବରଯାତ୍ରୀ ବସ ସବାଇ ମାଧୋପୁର ଯାଉଥିଲା । କୋଟା-ଲାଲସୋଟ ମେଗା ହାଇୱେରେ ବସ ଅନିୟନ୍ତ୍ରିତ ହୋଇ ମେଜ ନଦୀରେ ଖସି ପଡିଥିଲା । ଦୁର୍ଘଟଣା ସୂଚନା ପାଇଁ ଆଖପାଖ ଗାଁ ଲୋକମାନେ ଆସି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ପରେ ପୋଲିସ ଓ ପ୍ରଶାସନକୁ ଏହାର ସୂଚନା ଦିଆଯାଇଥିଲା ।
ଅନ୍ୟପକ୍ଷେ ରାଜସ୍ଥାନର ଗେହଲୋଟ ସରକାର ଦୁର୍ଘଟଣାରେ ଆହତ ବ୍ୟକ୍ତଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଦେବାର ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ମୃତକଙ୍କ ପରିବାର ପରିବାର ପାଇଁ ୨-୨ ଲକ୍ଷ ଟଙ୍କାର ଆର୍ଥିକ ସାହାଯ୍ୟ ରାଶି ଦେବାକୁ ଘୋଷଣା କରାଯାଇଛି ।
ଆହୁରି ପଢ଼ନ୍ତୁ; ଧାର୍ମିକ ସ୍ୱତନ୍ତ୍ରତାକୁ ଦୁର୍ବଳ କରୁଛି ସିଏଏ: ଆମେରିକୀୟ ସାଂସଦ