close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଦିଲ୍ଲୀ ପ୍ରଦୂଷଣର କାହାଣୀ

ଦିଲ୍ଲୀରେ ସାଙ୍ଘାତିକ ସ୍ତରରେ ବାୟୁ ପ୍ରଦୁଷଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏହି ସମସ୍ୟାର ସମାଧାନ ଦାୟିତ୍ୱ କେବଳ ଦିଲ୍ଲୀ ସରକାରଙ୍କ ଉପରେ ଛାଡି ଦିଆନଯାଉ । କେନ୍ଦ୍ର ସରକାର ନିଜେ ଏହାର ସମାଧାନର ରାସ୍ତା ବାହାର କରନ୍ତୁ । ଏହାର ଏକ ସ୍ଥାୟୀ ସମାଧାନ ହେବା ଉଚିତ ବୋଲି କହିଛନ୍ତି ରାଜସ୍ତାନ ମୁଖ୍ୟମନ୍ତ୍ରୀ । 

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଦିଲ୍ଲୀ ପ୍ରଦୂଷଣର କାହାଣୀ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଦିଲ୍ଲୀରେ ସାଙ୍ଘାତିକ ସ୍ତରରେ ବାୟୁ ପ୍ରଦୁଷଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏହି ସମସ୍ୟାର ସମାଧାନ ଦାୟିତ୍ୱ କେବଳ ଦିଲ୍ଲୀ ସରକାରଙ୍କ ଉପରେ ଛାଡି ଦିଆନଯାଉ । କେନ୍ଦ୍ର ସରକାର ନିଜେ ଏହାର ସମାଧାନର ରାସ୍ତା ବାହାର କରନ୍ତୁ । ଏହାର ଏକ ସ୍ଥାୟୀ ସମାଧାନ ହେବା ଉଚିତ ବୋଲି କହିଛନ୍ତି ରାଜସ୍ତାନ ମୁଖ୍ୟମନ୍ତ୍ରୀ । 

ଗେହଲଟ କହିଛନ୍ତି, ବର୍ତ୍ତମାନ ଦିଲ୍ଲୀ ପ୍ରଦୂଷଣ ଅନ୍ୟ ବର୍ଷର ସମସ୍ତ ରେକର୍ଡ ଭାଙ୍ଗିଛି । ସ୍ଥିତି ଏପରି ହୋଇଛି ଯେ ସ୍କୁଲ, କଳ କାରଖାନା ବନ୍ଦ କରିବାକୁ ପଡୁଛି । କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ । ତେଣୁ ଏହାର ସ୍ଥାୟୀ ସମାଧାନ ଉପରେ ସେ ଗୁରୁତ୍ୱାରୋପ କହିଛନ୍ତି । 

ଦିଲ୍ଲୀ ପ୍ରଦୂଷଣକୁ ନେଇ ନିଜ ଅଭିଜ୍ଞତା ବଖାଣିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ଯଦି ଦେଶର ରାଜଧାନୀ ଗ୍ୟାସ ଚେମ୍ବର ହୋଇଯାଏ, ତେବେ ସେଠିକାର ଲୋକଙ୍କ ଅବସ୍ଥା କେମିତି ହେଉଥିବା ତାହା ସହଜରେ ଅନୁମେୟ । ଗେହଲଟ ଆହୁରି ମଧ୍ୟ କହିଛନ୍ତି, ମୁଁ ଏବେ ଦୁଇ ଦିନ ଦିଲ୍ଲୀରେ ଥିଲି । ଅତି ନିକଟରୁ ଅନୁଭବ କରିଛି ଦିଲ୍ଲୀରେ ଏବେ କଣ ଚାଲିଛି । ପ୍ରଦୂଷଣ କେତେ ସଙ୍ଘାତିକ ସ୍ତରରେ ପହଞ୍ଚିଛି । 

କେବଳ ଏତିକି ନୁହେଁ, ଗେହଲଟ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଦୂଷଣ ଏବେ ରାଜସ୍ଥାନ ମୁହାଁ । ତେଣୁ ଏହାର ସମାଧାନ ଦିଗରେ ଆମ ସମସ୍ତଙ୍କୁ କାମ କରିବାକୁ ହେବ । କେନ୍ଦ୍ର ସରକାର କେବଳ ଦିଲ୍ଲୀ ସରକାର ଉପରେ ଏହାକୁ ଲଦି ନଦେବା ପାଇଁ ଅନୁରୋଧ କରିଛନ୍ତି ଅଶୋକ ଗେହଲଟ । 

କହିରଖୁଛୁ, ଦିଲ୍ଲୀ-ଏନସିଆରରେ ଏବେ ଚିନ୍ତା ବଢ଼ାଉଛି ପ୍ରଦୂଷଣ ସ୍ତର । ଗତକାଲି ୧୨ଶହ ଅତିକ୍ରମ କରିଛି ଏୟାର କ୍ୱାଲିଟି ଇଣ୍ଡେକ୍ସ ।  ଗୁରୁଗ୍ରାମ ଓ ନୋଇଡ଼ାରେ ସାଙ୍ଘାତିକ ସ୍ଥିତି ଦେଖା ଦେଇଛି । ପ୍ରଦୂଷଣ ସହ ଏବେ କୁହୁଡ଼ି ମଧ୍ୟ ଦାଉ ସାଧୁଛି । ଦିଲ୍ଲୀ ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ସହାୟତା ପାଇଁ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଚିଠି ଲେଖାଯାଇଛି । ଏହାସହିତ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏନେଇ ଜରୁରୀ ବୈଠକ କରିଛନ୍ତି । ରାଜଧାନୀ ଦିଲ୍ଲୀରେ ସାଧାରଣ ବାୟୁ ମାନକଠାରୁ ୨୦ ଗୁଣ ଅଧିକ ପ୍ରଦୂଷିତ ହୋଇଛି । 

ରବିବାର ଭିଜିବିଲିଟି କମ ହେବା ଯୋଗୁଁ ଦିଲ୍ଲୀ ବିମାନ ବନ୍ଦରରେ ୩୨ଟି ବିମାନର ଡାଇଭର୍ଟ କରାଯାଇଥିଲା । । ସେପଟେ ଆଜିଠୁ ରାଜଧାନୀରେ ପୁଣିଥରେ ଆରମ୍ଭ ହେଉଛି ଅଡ ଇଭେନ ଫର୍ମୁଲା । ଏହାସହିତ ଦିଲ୍ଲୀ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଯାଉଛି । 

ନୋଏଡା, ଗାଜିଆବାଦ ଓ ଫରୀଦାବାଦରେ ସ୍କୁଲ, କଲେଜକୁ ନଭେମ୍ବର ୫ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ସେପଟେ ପ୍ରଦୂଷଣକୁ ନେଇ ଦିଲ୍ଲୀ, ହରିୟାଣା ଓ ପଞ୍ଜାବ ସରକାର ପରସ୍ପରକୁ ଦୋଷରୋପ କରୁଛନ୍ତି । ଦିଲ୍ଲୀ ସରକାର ହରିୟାଣାକୁ ପରାଲୀ ଜାଳିବା ନେଇ ଦୋଷ ଦେଉଥିବାବେଳେ ପ୍ରଦୂଷଣର ମୁଖ୍ୟ କାରଣ ପରଲୀ ନୁହେଁ ବୋଲି ହରିୟାଣା ସରକାର କହିଛନ୍ତି ।

ଜାତୀୟ ବାୟୁ ସୁଚକାଙ୍କ ବା ଏକ୍ୟୁଆଇ ଅନୁସାରେ ଆକାଶରେ ବିଭିନ୍ନ ଗ୍ୟାସ ଓ ଧୁଳିକଣାର ଅନୁପାତ ୦ରୁ ୫୦ ରହିଲେ ମଣିଷ ସ୍ୱାସ୍ଥ୍ୟ ପାଇଁ ଭଲ । ୮୧ରୁ ୧୦୦ ରହିଲେ ସନ୍ତୋଷ ଜନକ, ୧୦୧ରୁ ୨୦୦ ଚଳନୀୟ । ଏବେ ଭୁବନେଶ୍ୱର ଚଳନୀୟ ଭଳି ପରି ସ୍ଥିତିର ଶେଷ ପର୍ଯ୍ୟାୟରେ ରହିଛି । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ସର୍ଭେ ଅନୁସାରେ ଓଡିଶା ଭାରତର ୧୦୬ ଅତ୍ୟନ୍ତ ପ୍ରଦୂଷିତ ସହର ମଧ୍ୟରୁ ୭ମ ସ୍ଥାନରେ ରହିଛି । ଆଗକୁ ଏହାର ସମାଧାନ କରାନଗଲେ ପରିସ୍ଥିତି ଅଣାୟତ ହେବ ବୋଲି ପରିବେଶବିତ ଆଶଙ୍କା କରିଛନ୍ତି । ଦେଶରେ ବର୍ଷକୁ ପ୍ରାୟ ୧୩ ଲକ୍ଷ ଲୋକଙ୍କ ପ୍ରଦୂଷଣ ଯୋଗୁଁ ମୃତ୍ୟୁ ଘଟୁଛି । ବାୟୁ ପ୍ରଦୂଷଣ ମନୁଷ୍ୟର ହାରାହାରି ଆୟୁ ୨୦ ପ୍ରତିଶତ ହ୍ରାସ କରିଦେଉଛି ।