ଲାଞ୍ଚ ନେବାରେ ଆଗୁଆ ରାଜସ୍ଥାନ, ପଛରେ ଅଛି କେରଳ... ଜାଣନ୍ତୁ ଓଡ଼ିଶାର ସ୍ଥାନ

ପ୍ରକାଶ ପାଇଛି ଇଣ୍ଡିଆ କରପ୍ସନ ସର୍ଭେ ୨୦୧୯ ରିପୋର୍ଟ 

ଲାଞ୍ଚ ନେବାରେ ଆଗୁଆ ରାଜସ୍ଥାନ, ପଛରେ ଅଛି କେରଳ... ଜାଣନ୍ତୁ ଓଡ଼ିଶାର ସ୍ଥାନ
ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ଆସିଛି ଇଣ୍ଡିଆ କରପ୍ସନ ସର୍ଭେ ୨୦୧୯ ରିପୋର୍ଟ । ଯେଉଁଠି ଦେଶରେ ବିଭିନ୍ନ ରାଜ୍ୟରେ ହେଉଥିବା ଲାଞ୍ଚ କାରବାରକୁ ନେଇ ରିପୋର୍ଟ ପ୍ରସ୍ତୁତ ହୋଇଛି । ଟ୍ରାନ୍ ସପରେନ୍ ସି ଇଣ୍ଟରନ୍ୟାସନାଲ ଇଣ୍ଡିଆ ଓ ଲୋକାଲ ସର୍କଲ ଏହି ରିପୋର୍ଟକୁ ପ୍ରସ୍ତୁତ କରାଯାଇଛି । ଗତ ଏକ ବର୍ଷ ଭିତରେ କେତଜଣ ଲାଞ୍ଚ ଦେଇଛନ୍ତି, ତାକୁ ସର୍ଭେ କରି ରିପୋର୍ଟ ପ୍ରସ୍ତୁତ ହୋଇଛି । ବିଭିନ୍ନ ରାଜ୍ୟକୁ ନେଇ ତାଲିକା ପ୍ରସ୍ତୁତ ହୋଇଛି । ଏଥିରେ ସବୁଠାରୁ ଅଧିକ ଲାଞ୍ଚୁଆ ରାଜ୍ୟ ତାଲିକାରେ ଅଛନ୍ତି ରାଜସ୍ଥାନ, ବିହାର ଓ ଉତ୍ତରପ୍ରଦେଶ । କମ୍ ଲାଞ୍ଚ କାରବାର ହେଉଥିବା ରାଜ୍ୟଗୁଡିକ ମଧ୍ୟରେ ଅଛି ଓଡ଼ିଶା । କେରଳ, ଗୋଆ ଓ ଓଡ଼ିଶାରେ ଲାଞ୍ଚ କାରବାର କମ ରହିଛି ।

ଏବେ ଆସନ୍ତୁ ଜାଣିବା ଗତ ଏକ ବର୍ଷରେ କେଉଁ ରାଜ୍ୟର କେତେ ପ୍ରତିଶତ ଲୋକ ଲାଞ୍ଚ ପ୍ରଦାନ କରିଛନ୍ତି । ରାଜସ୍ଥାନ-୭୮ ପ୍ରତିଶତ, ବିହାର –୭୫, ଉତ୍ତରପ୍ରଦେଶ-୭୪, ଝାଡ଼ଖଣ୍ଡ-୭୪, ତେଲେଙ୍ଗାନା-୬୭, ତାମିଲନାଡୁ-୬୨, ପଞ୍ଜାବ-୬୩, କର୍ଣ୍ଣାଟକ-୬୩, ଛତିଶଗଡ଼-୫୭, ମହାରାଷ୍ଟ୍ର-୫୫, ମଧ୍ୟପ୍ରଦେଶ-୫୫, ଆନ୍ଦ୍ରପ୍ରଦେଶ-୫୦, ଉତ୍ତରାଖଣ୍ଡ-୫୦, ଗୁଜରାଟ-୪୮, ପଶ୍ଚିମବଙ୍ଗ-୪୬ ପ୍ରତିଶତ, ଦିଲ୍ଲୀ-୪୬, ହରିୟାଣା-୪୪, ଓଡ଼ିଶା-୪୦, ଗୋଆ-୨୦ ଓ କେରଳରେ ୧୦ ପ୍ରତିଶତ ଲୋକ ଗତ ଏକ ବର୍ଷରେ ଲାଞ୍ଚ ପ୍ରଦାନ କରିଥିବା ରିପୋର୍ଟରେ ପ୍ରକାଶ କରାଯାଇଛି ।