ରାଜୀବ ଗାନ୍ଧୀ ହତ୍ୟାକାରୀଙ୍କୁ ଗଣମାଧ୍ୟମ ମନା !
ପାରୋଲରେ ବାହାରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଏଜୀ ପେରାରିୱଲନ । ତାଙ୍କୁ ନଭେମ୍ବର ୧୨ ଅର୍ଥାତ ଆଜିଠୁ ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ପାରୋଲରେ ଯିବାକୁ ଅନୁମତି ମିଳିଛି । ତେବେ ଏହି ସମୟ ମଧ୍ୟରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ଅଦାଲତ ।
Trending Photos

ନୂଆଦିଲ୍ଲୀ: ପାରୋଲରେ ବାହାରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଏଜୀ ପେରାରିୱଲନ । ତାଙ୍କୁ ନଭେମ୍ବର ୧୨ ଅର୍ଥାତ ଆଜିଠୁ ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ପାରୋଲରେ ଯିବାକୁ ଅନୁମତି ମିଳିଛି । ତେବେ ଏହି ସମୟ ମଧ୍ୟରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ଅଦାଲତ ।
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ଘଟଣାରେ ଦୋଷୀସାବ୍ୟସ୍ତ ହୋଇ ଗଲା ୨୮ ବର୍ଷ ହେଲା ଜେଲ ଦଣ୍ଡ ଭୋଗୁଛନ୍ତି ଏଜୀ ପେରାରିୱଲନ । ତାଙ୍କ ପିତା ଅସୁସ୍ଥ ଥିବାରୁ ପାରୋଲ ପାଇଁ ସେ ଆବେଦନ କରିଥିଲେ । ତେବେ ତାମିଲନାଡୁ ସରକାରଙ୍କ ପକ୍ଷରୁ ତାଙ୍କୁ ମାସେ ପାଇଁ ପାରୋଲ ମିଳିଛି । ତେବେ ଏହି ସମୟ ମଧ୍ୟରେ ଭାଣିଜୀର ବାହାଘର ଉତ୍ସବରେ ମଧ୍ୟ ସେ ସାମିଲ ହେବେ । ପୋଲିସ ପକ୍ଷରୁ ତାଙ୍କୁ ଏସକର୍ଟ ଯୋଗାଇ ଦିଆଯିବ ।
Rajiv Gandhi assassination case: Convict AG Perarivalan has been released on parole for 30 days from Vellore Central Prison due to his father's poor health. #TamilNadu pic.twitter.com/MDC97sDu05
— ANI (@ANI) November 12, 2019
ପେରାରିୱଲନଙ୍କୁ ଏହା ପୂର୍ବରୁ ୨୦୧୭ ମସିହାରେ ମଧ୍ୟ ପାରୋଲ ମିଳିଥିଲା । ସମାନ କାରଣ ଦର୍ଶାଇ ୨ ମାସ ପାରୋଲରେ ସେ ଆସିଥିଲେ ।
More Stories