କେନ୍ଦ୍ରାପଡାରେ ମୟୂର ମାଛ, ଦାମ ୨ ଲକ୍ଷ

ରାଜନଗର ତାଳଚୁଆରେ ମାଛହାଟ । ଗ୍ରାହକ ନୁହେଁ, ସଭିଏଁ ଦେଖଣାହାରୀ । ମାଛ ଦେଖିବାକୁ ପ୍ରବଳ ଭିଡ । କାହିଁକିନା ଏହା ଏମିତି ସେମିତି ମାଛ ନୁହେଁ । ବିରଳ ଏବଂ ମୂଲ୍ୟବାନ ମାଛ । ଯାହାର ମୂଲ୍ୟ ପାଖାପାଖି ୨ ଲକ୍ଷ । କେଜିଏକୁ ୧୦ ହଜାର ଟଙ୍କା । 

 କେନ୍ଦ୍ରାପଡାରେ ମୟୂର ମାଛ, ଦାମ ୨ ଲକ୍ଷ
ରାଜନଗର ତାଳଚୁଆରୁ ମିଳିଛି ମୟୂର ମାଛ

ଅମିତ ମହାନ୍ତି, କେନ୍ଦ୍ରାପଡା: ରାଜନଗର ତାଳଚୁଆରେ ମାଛହାଟ । ଗ୍ରାହକ ନୁହେଁ, ସଭିଏଁ ଦେଖଣାହାରୀ । ମାଛ ଦେଖିବାକୁ ପ୍ରବଳ ଭିଡ । କାହିଁକିନା ଏହା ଏମିତି ସେମିତି ମାଛ ନୁହେଁ । ବିରଳ ଏବଂ ମୂଲ୍ୟବାନ ମାଛ । ଯାହାର ମୂଲ୍ୟ ପାଖାପାଖି ୨ ଲକ୍ଷ । କେଜିଏକୁ ୧୦ ହଜାର ଟଙ୍କା । 

କେନ୍ଦ୍ରାପଡା ରାଜନଗର ତାଳଚୁଆରୁ ମିଳିଛି ଏହି ବିରଳ ମାଛ । ଏହାର ନାଁ ମୟୂର ମାଛ ।ମଯୂର ପରି କାତି । ଦେଖିବାକୁ ପୁରା ଅଜବ । ଆପଣ ଏମିତି ମାଛ କେବେ ଦେଖିନଥିବେ । ମାଛ ଧରୁଥିବା ବେଳେ ନାବିକଙ୍କ ଜାଲରେ ଏହି ମାଛ ପଡିଥିଲା । ଆଉ ତାପରେ ଜମିଛି ଭିଡ । ଏ ନିଆରା ମାଛକୁ ଆଖ ପାଖ ଅଞ୍ଚଳରୁ ଲୋକେ ଦେଖିବାକୁ ଆସୁଛନ୍ତି । ତେବେ ମାଛଟିକୁ ଦୀଘାରେ ବିକ୍ରି କରାଯିବ ବୋଲି ଜଣାପଡିଛି ।