ବଦଳିଲା ରାଜ୍ୟସଭା ମାର୍ଶଲଙ୍କ ଡ୍ରେସ୍
Advertisement

ବଦଳିଲା ରାଜ୍ୟସଭା ମାର୍ଶଲଙ୍କ ଡ୍ରେସ୍

ପ୍ରଥମେ ସଂସଦରେ ମାର୍ଶଲଙ୍କୁ ଧଳା ରଙ୍ଗର ପୋଷାକ ପିନ୍ଧିବାକୁ ପଡୁଥିଲା । ଯାହା ଏବେ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ମାର୍ଶଲମାନେ ସେନା ଅଧିକାରୀଙ୍କ ପରି ପୋଷାକ ପିନ୍ଧିବେ । 

ବଦଳିଲା ରାଜ୍ୟସଭା ମାର୍ଶଲଙ୍କ ଡ୍ରେସ୍

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଯାଇଛି । ଏହା ହେଉଛି ରାଜ୍ୟସଭାର ୨୫୦ତମ ଅଧିବେଶନ । ଏହି ଅବସରରେ ରାଜ୍ୟସଭାରେ କିଛି ନୂଆ ପରିବର୍ତ୍ତନ ଦେଖିବାକୁ ମିଳଛି । ସୋମବାର ଯେତେବେଳେ ରାଜ୍ୟସଭାରେ ଉପସଭାପତି ଭେଙ୍କାୟା ନାଇଡୁ ଆସିଥିଲେ, ସେତେବେଳେ ତାଙ୍କ ସହ ଆସିଥିବା ୨ ମାର୍ଶଲଙ୍କ ବେଶଭୂଷାରେ ପରିବର୍ତ୍ତନ ଦେଖା ଦେଖିବାକୁ ମିଳିଥିଲା ।

ପ୍ରଥମେ ସଂସଦରେ ମାର୍ଶଲଙ୍କୁ ଧଳା ରଙ୍ଗର ପୋଷାକ ପିନ୍ଧିବାକୁ ପଡୁଥିଲା । ଯାହା ଏବେ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ମାର୍ଶଲମାନେ ସେନା ଅଧିକାରୀଙ୍କ ପରି ପୋଷାକ ପିନ୍ଧିବେ । ଯେତେବେଳେ ସଦନର କାର୍ଯ୍ୟ ଆରମ୍ଭ ହୋଇଥିଲା, ଉପରାଷ୍ଟ୍ରପତିଙ୍କ ସହ ଆସିଥିବା ୨ ମାର୍ଶଲଙ୍କ ପୋଷାକକୁ ଦେଖି ଉପସ୍ଥିତ ସାଂସଦମାନେ ଚକିତ ହୋଇଯାଇଥିଲେ । କାରଣ ମାର୍ଶଲଙ୍କ ପୋଷାକର ରଙ୍ଗ ବଦଳି ଯାଇଥିଲା ।

ସଂସଦର ମାର୍ଶଲଙ୍କ ଡ୍ରେସ ଏବେ ସେନା ଅଧିକାରୀଙ୍କ ପରି ହୋଇଯାଇଛି । ଏହାର ରଙ୍ଗ ଅଲିଭ ଗ୍ରୀନ ହୋଇଯାଇଛି । ମାର୍ଶଲଙ୍କୁ ଏଣିକି ପଗଡ଼ି ବଦଳରେ ଟୋପି ପିନ୍ଧିବାକୁ ହେବ । ରାଜ୍ୟସଭାର ଏହା ୨୫୦ ତମ ଅଧିବେଶନ । ରାଜ୍ୟସଭାର ସଦସ୍ୟ ସଂଖ୍ୟା ହେଉଛି ୨୪୫ । ଏହାର ଗଠନ ୧୯୫୨ ମସିହାରେ ହୋଇଥିଲା । ନଭେମ୍ୱର ୨୬କୁ ସମ୍ୱିଧାନର ୭୦ ବର୍ଷ ପୂରଣ ହୋଇଯିବ । ଏହି ଅବସରରେ ମିଳିତ ଅଧିବେଶନ ଡକାଯିବ । ରାଜ୍ୟସଭା ଓ ଲୋକସଭାର ସଦସ୍ୟମାନେ ଏକାଠି ମିଳିତ ଅଧିବେଶନରେ ଭାଗ ନେବେ ।