Advertisement
Article Detail0/zeeodisha/odisha691944
Zee OdishaOther Newsରାଜ୍ୟସଭା ନିର୍ବାଚନ: କଂଗ୍ରେସକୁ ଘାରିଛି ବିଧାୟକଙ୍କ ସୁରକ୍ଷା ଚିନ୍ତା

ରାଜ୍ୟସଭା ନିର୍ବାଚନ: କଂଗ୍ରେସକୁ ଘାରିଛି ବିଧାୟକଙ୍କ ସୁରକ୍ଷା ଚିନ୍ତା

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦଳୀୟ ବିଧାୟକଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡିଛି କଂଗ୍ରେସ |

 ରାଜ୍ୟସଭା ନିର୍ବାଚନ: କଂଗ୍ରେସକୁ ଘାରିଛି ବିଧାୟକଙ୍କ ସୁରକ୍ଷା ଚିନ୍ତା

ଗାନ୍ଧୀନଗର: ଭାରତୀୟ ରାଜନୀତିରେ ଏବେ ବିଧାୟକଙ୍କ ଘୋଡା ବ୍ୟାପାର ଏକ ପ୍ରମୁଖ ଚର୍ଚ୍ଚିତ ପ୍ରସଙ୍ଗ ପାଲଟି ଗଲାଣି | ବିଧାୟକଙ୍କ ଆଭିମୁଖ୍ୟ କାରଣରୁ ଦୁଇଟି ରାଜ୍ୟ କର୍ଣ୍ଣାଟକ ଏବଂ ମଧ୍ୟ ପ୍ରଦେଶରେ ପୁରୁଣା ସରକାର ଗାଦିଚ୍ୟୁତ ହେବା ସହ ନୂତନ ସରକାର କ୍ଷମତାସୀନ ହୋଇଥିଲା | ସେହିପରି ମହାରାଷ୍ଟ୍ରରେ ବିଧାୟକଙ୍କ ସଂଖ୍ୟା କମ ହେବା କାରଣରୁ ସରକାର ଗଠନ କରିବାକୁ ନେଇ ସସପେନ୍ସ ଲାଗି ରହିଥିଲା | 

ସମାନ ଅବସ୍ଥା ଦେଖିବାକୁ ମିଳିଛି ଗୁଜୁରାଟରେ | ବିଧାୟକଙ୍କ ଇସ୍ତଫା ଯୋଗୁଁ ରାଜ୍ୟ ନିର୍ବାଚନରେ ରାଜ୍ୟର ମୁଖ୍ୟ ବିରୋଧି ଦଳ କଂଗ୍ରେସକୁ ମିଳିବାକୁ ଯାଉଛି ଜୋରଦାର ଝଟକା | ଗତ ମାର୍ଚ୍ଚରୁ ଏ ପର୍ଯ୍ୟନ୍ତ ୮ ବିଧାୟକ ଇସ୍ତଫା ଦେବା କାରଣରୁ ଗୁଜୁରାଟ ବିଧାନସଭାରେ ଦଳୀୟ ସଦସ୍ୟଙ୍କ ସଂଖ୍ୟା ୬୫କୁ ହ୍ରାସ ପାଇଛି | ଯାହା ଫଳରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀଙ୍କ ନିର୍ବାଚନରେ ଜିତିବା କଷ୍ଟକର ହୋଇ ପଡିଛି |    
        
କଂଗ୍ରେସର ୨୧ ବିଧାୟକଙ୍କୁ ଅମ୍ବାଜୀ ରିସୋର୍ଟକୁ ପଠାଯାଇଛି | କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦିତା କରୁଥିବା ଦ୍ୱିତୀୟ ପ୍ରାର୍ଥୀଙ୍କୁ ଜିତାଇବା ଜରୁରୀ ହୋଇପଡିଛି | ବର୍ତ୍ତମାନ ସମସ୍ତ ୬୫ ବିଧାୟକଙ୍କୁ ଅଲଗା ଅଲଗା ରିସୋର୍ଟରେ ରଖାଯାଇଛି | ଜୟପୁର ରିସୋର୍ଟରେ ରହୁଥିବା ବିଧାୟକଙ୍କ ମଧ୍ୟରୁ ୩ ବିଧାୟକ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି | କଂଗ୍ରେସ ଦଳୀୟ ବିଧାୟକଙ୍କ ଇସ୍ତଫା ପରେ ବାକି ସମସ୍ତ ବିଧାୟକଙ୍କୁ ବଞ୍ଚାଇବା ପକ୍ଷରୁ ଦଳ ପକ୍ଷରୁ ଉଦ୍ୟମ ଜାରି ରହିଛି | ଏପରିକି ସେମାନଙ୍କୁ ରାଜ୍ୟସ୍ତରୀୟ ନେତାଙ୍କ ହେପାଜତରେ ବିଭିନ୍ନ ରିସୋର୍ଟରେ ରଖାଯାଇଛି | ରାଜକୋଟର ନିଲସିଟି ରିସୋର୍ଟରେ ସୌରାଷ୍ଟ୍ର ଅଞ୍ଚଳର ବିଧାୟକଙ୍କୁ ରଖାଯାଇଛି | ଗୁଜୁରାଟ ପ୍ରଦେଶ କଂଗ୍ରେସ କମିଟି ନେତା ପରେଶ ଧନାଣୀ, ଲଲିତ ବସୋୟା, ଲଲିତ କଗଥରା, ମହମ୍ମଦ ପୀରଜାଦା ଗତକାଲି ରାତିରୁ ରାଜକୋଟରେ ଅଛନ୍ତି | ଅନ୍ୟ ବିଧାୟକ ଆଜି ସଠାକୁ ଆସିଛନ୍ତି | 

ସୌରାଷ୍ଟ୍ର ଅଞ୍ଚଳରେ ମୋଟ ୪୮ଟି ବିଧାନସଭା ରହିଛି | ଏଥିରୁ ୨୩ଟି ସିଟ ଶାସକ ବିଜେପି ଏବଂ ୧୯ଟି ସିଟ ବିରୋଧି କଂଗ୍ରେସ ହାତରେ ରହିଛି | ଅନ୍ୟ ଏକ ଆସନ ଏନସିପି ହାତରେ ରହିଛି | ବର୍ତ୍ତମାନ କଂଗ୍ରେସ ପାଖରେ ଥିବା ମୋଟ ୬୫ ବିଧାୟକଙ୍କ ମଧ୍ୟରୁ ୧୯ ଜଣ ସୌରଷ୍ଟ୍ର ଅଞ୍ଚଳରୁ ପ୍ରତିନିଧିତ୍ୱ କରୁଛନ୍ତି | ରାଜ୍ୟସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସମସ୍ତ ବିଧାୟକଙ୍କୁ ଏକାଠି ରଖିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି ବିରୋଧି କଂଗ୍ରେସ | ବିଧାୟକଙ୍କୁ ଜୋନ ହିସାବରେ ଅଲଗା ଅଲଗା କରି ରଖାଯାଇଛି | ଉତ୍ତର ଜୋନ ଅଧିନରେ ଆସୁଥିବା ୨୧ ଦଳୀୟ ବିଧାୟକଙ୍କୁ ଅମ୍ୱାଜୀର କୋଟେଶ୍ୱର ସ୍ଥିତ ବିଲ୍ଡ ବାଇଡ ରିସୋର୍ଟରେ ରଖାଯାଇଛି |  ଏହି ଦାୟିତ୍ୱରେ ଦଳୀୟ ନେତା ସିଦ୍ଧାର୍ଥ ପଟେଲଙ୍କୁ ରଖାଯାଇଛି |

Add Zee News as a Preferred Source