Advertisement
Article Detail0/zeeodisha/odisha692900
Zee OdishaOther Newsରାଜ୍ୟସଭା ନିର୍ବାଚନ: ଚର୍ଚ୍ଚାରେ ଗୁଜୁରାଟର ଏକମାତ୍ର ଏନସିପି ବିଧାୟକ

ରାଜ୍ୟସଭା ନିର୍ବାଚନ: ଚର୍ଚ୍ଚାରେ ଗୁଜୁରାଟର ଏକମାତ୍ର ଏନସିପି ବିଧାୟକ

 ଗୁଜୁରାଟରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ରାଜ୍ୟର ଏକମାତ୍ର ଏନସିପି ବିଧାୟକଙ୍କୁ ନେଇ ଲାଗି ରହିଛି ଚର୍ଚ୍ଚା | 

ରାଜ୍ୟସଭା ନିର୍ବାଚନ: ଚର୍ଚ୍ଚାରେ ଗୁଜୁରାଟର ଏକମାତ୍ର ଏନସିପି ବିଧାୟକ

ନୂଆଦିଲ୍ଲୀ: ରାଜ୍ୟସଭାକୁ ନିର୍ବାଚନକୁ ନେଇ ଚର୍ଚ୍ଚାରେ ରହିଛି ଗୁଜୁରାଟ ରାଜନୀତି | ଜୁନ ୧୯ ତାରିଖରେ ହେବାକୁ ଥିବା ମତଦାନ ଅନୁଷ୍ଠିତ ହେବା ପୂର୍ବରୁ ବିରୋଧି କଂଗ୍ରେସର ୮ ବିଧାୟକ ଇସ୍ତଫା ଦେବା ପରେ ଦଳର ସଦସ୍ୟ ସଂଖ୍ୟା ୬୫ରେ ପହଞ୍ଛିଛି | ନିର୍ବାଚନ ପୂର୍ବରୁ ସମସ୍ତ ବିଧାୟକଙ୍କୁ ଦଳ ସହ ଯୋଡି ରଖିବା ପାଇଁ ଦଳୀୟ ମହଲରେ ଉଦ୍ୟମ ଜାରି ରହିଛି |  

ଅନ୍ୟପଟେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି ଗୁଜୁରାଟ ବିଧାନସଭାକୁ ପ୍ରତିନିଧିତ୍ୱ କରୁଥିବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ର ଏକମାତ୍ର ବିଧାୟକ ଜାଡେଜା ଶ୍ରୀ କାନ୍ଦଲଭାଇ ଶରମଣଭାଇ | ସେ ରାଜ୍ୟରେ କୁଟିୟାନା ବିଧାନସଭା ଆସନରୁ ଗତ ୨୦୧୭ ବିଧାନସଭା ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ | ଚଳିତ ମାସରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ତାଙ୍କର ଭୂମିକାକୁ ନେଇ ଚର୍ଚ୍ଚା ଲାଗିରହିଛି | ଗୁଜୁରାଟର ଏକମାତ୍ର ଏନସିପି ବିଧାୟକ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବେ କି ନାହିଁ ତାକୁ ନେଇ ଆରମ୍ଭ ହୋଇଯାଇଛି ସସପେନ୍ସ | ଏନେଇ ଏନସିପିର ବରିଷ୍ଠ ନେତା ପ୍ରଫୁଲ ପଟେଲ କହିଛନ୍ତି ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଦଳୀୟ ବିଧାୟକଙ୍କୁ ହ୍ୱିପ୍ ଜାରି କରାଯାଇଛି |  

ବର୍ତ୍ତମାନର କଂଗ୍ରେସର ୬୫ ବିଧାୟକଙ୍କ ମଧ୍ୟରୁ ୧୯ ଜଣଙ୍କୁ ରାଜସ୍ଥାନର ଏକ ରିସୋର୍ଟରେ ରଖାଯାଇଛି | ଅନ୍ୟ ୨୬ ବିଧାୟକଙ୍କୁ ରାଜସ୍ଥାନର ମାଉଣ୍ଟଆବୁସ୍ଥିତ ୱାଇଲ୍ଡ ଉଇଣ୍ଡ୍ସ ରିସୋର୍ଟରେ ପହଞ୍ଚାଇବାକୁ ଯୋଜନା ଚାଲିଛି |  ବିଧାୟକଙ୍କୁ ରାଜସ୍ଥାନ ପଠାଇବା ପଛରେ କାରକ ହେଉଛି, ସେଠାରେ କଂଗ୍ରେସ ସରକାର ଶାସନ କରୁଥିବାରୁ ବିଧାୟକ ସୁରକ୍ଷିତ ରହିବେ |  ବାକି ବିଧାୟକଙ୍କୁ ଦୁଇ ଭାଗରେ ବାଣ୍ଟି ଦିଆଯାଇଛି | ସୌରାଷ୍ଟ୍ର ଅଞ୍ଚଳର ବିଧାୟକଙ୍କୁ  ରାଜକୋଟସ୍ଥିତ ଏକ ରିସୋର୍ଟରେ ରଖାଯାଇଛି | ଅନ୍ୟ ବିଧାୟକ ଆଣନ୍ଦସ୍ଥିତ ରିସୋର୍ଟରେ ପହଞ୍ଚାଯାଇଛି | 

Add Zee News as a Preferred Source

ମୋଟ ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭାରେ ସାମ୍ପ୍ରତିକ ସ୍ଥିତିରେ ଶାସକ ବିଜେପିର ୧୦୩ ବିଧାୟକ ଥିବା ବେଳେ, ବିରୋଧି କଂଗ୍ରେସର ୬୫ ବିଧାୟକ ଅଛନ୍ତି | ଶାସକ ଦଳ ପକ୍ଷରୁ ଅଭୟ ଭରଦ୍ୱାଜ, ରାମିଲାବେନ ବାରା, ନରହରି ଅମିନଙ୍କୁ ପ୍ରାର୍ଥୀ କରାଯାଇଛି | ଅନ୍ୟପଟେ କଂଗ୍ରେସରୁ ଭରତ ସିଂହ ସୋଲାଙ୍କି ଦଳୀୟ ପ୍ରାର୍ଥୀ ଭାବେ ରାଜ୍ୟସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି |