ଅଠାୱାଲେଙ୍କ ନୂଆ ଫର୍ମୁଲା, ମହାରାଷ୍ଟ୍ରରେ ସରକାର ଗଢ଼ିବ କି ବିଜେପି-ଶିବସେନା?
Advertisement

ଅଠାୱାଲେଙ୍କ ନୂଆ ଫର୍ମୁଲା, ମହାରାଷ୍ଟ୍ରରେ ସରକାର ଗଢ଼ିବ କି ବିଜେପି-ଶିବସେନା?

ସୋମବାର ମୋଦି ସରକାରଙ୍କ ମନ୍ତ୍ରୀ ରାମଦାସ ଅଠାୱାଲେ ମହାରାଷ୍ଟ୍ରରେ ସରକାର ଗଢିବାର ନୂଆ ଫର୍ମୁଲା ପ୍ରଦାନ କରିଛନ୍ତି । ସେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ଆଗରେ ଏହି ଫର୍ମୁଲା ଉପସ୍ଥାପନ କରିଛନ୍ତି । 

ଅଠାୱାଲେଙ୍କ ନୂଆ ଫର୍ମୁଲା, ମହାରାଷ୍ଟ୍ରରେ ସରକାର ଗଢ଼ିବ କି ବିଜେପି-ଶିବସେନା?

ମୁମ୍ୱାଇ: ମହାରାଷ୍ଟ୍ରରେ ଜାରି ରହିଛି ରାଷ୍ଟ୍ରପତି ଶାସନ । ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇପାରି ନାହିଁ ରାଜ୍ୟରେ ଆଗାମୀ ସରକାର କାହାର ହେବ । ଏନେଇ କ୍ରମାଗତ ରାଜନୈତିକ ଦଳଗୁଡିକ ମଧ୍ୟରେ ଜାରି ବୈଠକ ପରେ ବୈଠକ । ଏନସିପି-କଂଗ୍ରେସ-ଶିବସେନା ମଧ୍ୟରେ ସରକାର ଗଢିବାର ସଂପୂର୍ଣ୍ଣ କାହାଣୀ ଲେଖା ହୋଇ ସାରିଛି କିନ୍ତୁ ବର୍ତ୍ତମାନ ଯାଏ ତାହାକୁ ପରଦାରେ ଆଣିବାକୁ ଅପେକ୍ଷା । 

ଏହି କ୍ରମରେ ସୋମବାର ମୋଦି ସରକାରଙ୍କ ମନ୍ତ୍ରୀ ରାମଦାସ ଅଠାୱାଲେ ମହାରାଷ୍ଟ୍ରରେ ସରକାର ଗଢିବାର ନୂଆ ଫର୍ମୁଲା ପ୍ରଦାନ କରିଛନ୍ତି । ସେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ଆଗରେ ଏହି ଫର୍ମୁଲା ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ ମୁଁ ସଞ୍ଜୟ ରାଉତଙ୍କ ସହ ଆଲୋଚନା କରିଛି । ତାଙ୍କୁ ୩-୨ ଫର୍ମୁଲା ପ୍ରଦାନ କରିଛି । ଏହା ଅନ୍ତର୍ଗତ ତିନି ବର୍ଷ ବିଜେପିର ମୁଖ୍ୟମନ୍ତ୍ରୀ ହେବ ଓ ୨ ବର୍ଷ ଶିବସେନାରୁ ମୁଖ୍ୟମନ୍ତ୍ରୀ ହେବ ।

ଅଠାୱାଲେ ଆହୁରି କହିଛନ୍ତି ଯେ "ଏହି ଫର୍ମୁଲା ଉପରେ ରାଜି ହୋଇଛନ୍ତି ରାଉତ । ଯଦି ବିଜେପି ଏହି ଫର୍ମୁଲା ଉପରେ ରାଜି ଅଛି, ତେବେ ଶିବସେନା ମଧ୍ୟ ଏହା ଉପରେ ବିଚାର କରିବ ବୋଲି ସଞ୍ଜୟ ରାଉତ କହିଛନ୍ତି । ଏହି ବିଷୟକୁ ନେଇ ବିଜେପି ସହ ମୁଁ ଆଲୋଚନା କରିବୁ" ଅନ୍ୟପକ୍ଷେ ବିଗତ ଦିନରେ ବିଜେପି ମଧ୍ୟ ମହାରାଷ୍ଟ୍ରରେ ସରକାର ଗଢିବାର ଦାବି କରିଥିଲା । ବିଜେପି କହିଥଲା ଯେ ଆମ ସହାୟତା ବିନା ରାଜ୍ୟରେ କେହି ସରକାର ଗଠନ କରି ପାରିବେ ନାହିଁ । ବିଜେପିର ପ୍ରଦେଶାଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ଗଣମାଧ୍ୟମ ଆଗରେ ରାଜ୍ୟରେ ସରକାର ଗଠନକୁ ନେଇ ବଡ଼ ବୟାନ ଦେଇ କହିଥିଲେ ଯେ ଆମ ପାଖରେ ସର୍ବାଧିକ ବିଧାୟକ ରହିଛି । ୧୧୯ ବିଧାୟକଙ୍କ ସମର୍ଥନ ରହିଛି । ତେଣୁ ଆମେ ରାଜ୍ୟରେ ସରକାର ଗଢିବୁ । ବିଜେପି ବିନା ମହାରାଷ୍ଟ୍ରରେ କେହି ସରକାର ଗଢି ପାରିବେ ନାହିଁ ।