Advertisement
Article Detail0/zeeodisha/odisha674880
Zee OdishaOther Newsପଞ୍ଚଭୂତରେ ବିଲୀନ ଋଷି

ପଞ୍ଚଭୂତରେ ବିଲୀନ ଋଷି

ପଞ୍ଚଭୂତରେ ବିଲୀନ ହେଲେ ବଲିଉଡ଼ର ବର୍ଷିଆନ ଅଭିନେତା ଋଷି କପୁର। ମୁମ୍ବାଇସ୍ଥିତ ଚନ୍ଦନଓ୍ୱାଡି ଶ୍ମସାନ ଘାଟରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ଶେଷ ହୋଇଛି। ଗୁରୁବାର ସକାଳ ପ୍ରାୟ ସାଢେ ୮ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା। ତେବେ ଦେଶରେ ମାରାତ୍ମକ କୋରୋନା ପାଇଁ ଲକଡାଉନ ଜାରି ରହିଥିବାରୁ ଅନ୍ତିମ ଦର୍ଶନରୁ ତାଙ୍କର ପ୍ରଶଂସକମାନେ ବଞ୍ଚିତ ହୋଇଥିଲେ।

ପଞ୍ଚଭୂତରେ ବିଲୀନ ଋଷି

ମୁମ୍ବାଇ: ପଞ୍ଚଭୂତରେ ବିଲୀନ ହେଲେ ବଲିଉଡ଼ର ବର୍ଷିଆନ ଅଭିନେତା ଋଷି କପୁର। ମୁମ୍ବାଇସ୍ଥିତ ଚନ୍ଦନଓ୍ୱାଡି ଶ୍ମସାନ ଘାଟରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ଶେଷ ହୋଇଛି। ଗୁରୁବାର ସକାଳ ପ୍ରାୟ ସାଢେ ୮ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା। ତେବେ ଦେଶରେ ମାରାତ୍ମକ କୋରୋନା ପାଇଁ ଲକଡାଉନ ଜାରି ରହିଥିବାରୁ ଅନ୍ତିମ ଦର୍ଶନରୁ ତାଙ୍କର ପ୍ରଶଂସକମାନେ ବଞ୍ଚିତ ହୋଇଥିଲେ। ତେବେ ମୁମ୍ବାଇ ପୋଲିସର ଅନୁମତି ପାଇ ମାତ୍ର ୨୦ ଜଣ ତାଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ।

ଚନ୍ଦନଓ୍ୱାଡି ଶ୍ମସାନ ଘାଟରେ ଅପରାହ୍ଣ ୪।୨୫ ମିନିଟରେ ବୈଦୁତିକ ଚୁଲ୍ଲାରେ ଋଷିଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ମାତ୍ର ଏହା ପୂର୍ବରୁ ଦିନ ୧ଟା ସମୟରେ ଋଷିଙ୍କର ଧର୍ମପତ୍ନୀ ନିତୁ କପୁର ଏକ ଚିଠି ମାଧ୍ୟମରେ ସମସ୍ତଙ୍କୁ ସୂଚନା ଦେଇଥିଲେ। ତାଙ୍କର ଶେଷ ଯାତ୍ରାରେ ଧର୍ମପତ୍ନୀ ନିତୁ କପୁର, ରଣବୀର କପୁରଙ୍କ ସହିତ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ସାମିଲ ହୋଇଥିଲେ। 

ସେମାନଙ୍କ ମଧ୍ୟରେ ଆଲିଆ ଭଟ୍ଟ, ଅଭିଷେକ ବଚ୍ଚନ, କରିନା କପୁର, ସୈଫ ଅଲ୍ଲୀଖାନ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଡାକ୍ତରଖାନାର ଡାକ୍ତର ଏବଂ କର୍ମଚାରୀ କହିଛନ୍ତି ଯେ ସେ ଶେଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମନୋରଞ୍ଜନ କରୁଥିଲେ। ବିଗତ ୨ ବର୍ଷରେ ଏହି ରୋଗ ସହିତ ଲଢିବା ପରେ ମଧ୍ୟ ସେ ଖୁସି ଥିଲେ। ତାଙ୍କର ଧ୍ୟାନ କେବଳ ପରିବାର, ବନ୍ଧୁ, ଖାଦ୍ୟ ଏବଂ ଚଳଚ୍ଚିତ୍ର ଉପରେ ଥିଲା। ଏହି ରୋଗରେ ସେ କେବେ ବି ଉଦାସ ହେଉନଥିଲେ, ଯାହା ତାଙ୍କୁ ଭେଟିବାକୁ ଆସୁଥିବା ପ୍ରଶଂସକ, ବନ୍ଧୁ ପରିଜନମାନେ ବେଶ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। 

Add Zee News as a Preferred Source
About the Author