ଆରଏସଏସ ମୁଖ୍ୟଙ୍କ ବୟାନକୁ ନାପସନ୍ଦ କଲେ କେନ୍ଦ୍ରମନ୍ତ୍ରୀ
Advertisement

ଆରଏସଏସ ମୁଖ୍ୟଙ୍କ ବୟାନକୁ ନାପସନ୍ଦ କଲେ କେନ୍ଦ୍ରମନ୍ତ୍ରୀ

ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଏକ ବୟାନକୁ ନାପସନ୍ଦ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ବିଜେପିର ସହଯୋଗୀ ଦଳ  ରିପବ୍ଲିକାନ ପାର୍ଟିର ସଭାପତି ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ 'ସମସ୍ତ ଭାରତୀୟ ହିନ୍ଦୁ' ବୟାନକୁ ସମାଲୋଚନା କରିଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି ବୟାନ ରଖିଥିଲେ ଆରଏସଏସ ମୁଖ୍ୟ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଏକ ବୟାନକୁ ନାପସନ୍ଦ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ବିଜେପିର ସହଯୋଗୀ ଦଳ  ରିପବ୍ଲିକାନ ପାର୍ଟିର ସଭାପତି ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ 'ସମସ୍ତ ଭାରତୀୟ ହିନ୍ଦୁ' ବୟାନକୁ ସମାଲୋଚନା କରିଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି ବୟାନ ରଖିଥିଲେ ଆରଏସଏସ ମୁଖ୍ୟ । 

ହାଇଦ୍ରାବାଦର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋହନ ଭାଗବତ କହିଥିଲେ, ଭାରତ ମାତାର କୋଳରେ ଜନ୍ମ ନେଉଥିବା ପ୍ରତ୍ୟେକ ସନ୍ତାନ ହିନ୍ଦୁ । ସେ କୌଣସି ଧର୍ମ କିମ୍ବା ଜାତିର ହୁଅନ୍ତୁ । ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ । କହିଛନ୍ତି, ଭାଗବତଙ୍କ ବୟାନ ତାଙ୍କ ଆଧାରରେ ଠିକ ହୋଇପାରେ । ହେଲେ ଦିନେ ଦେଶର ନାଗରିକ ବୌଦ୍ଧ ଧର୍ମାବଲମ୍ବି ମଧ୍ୟ ଥିଲେ । 

ବୁଧବାର ସଙ୍ଘ ମୁଖ୍ୟ କହିଥିଲେ, ଧର୍ମ ଓ ସଂସ୍କୃତି ନିର୍ବିଶେଷରେ ଦେଶର ସମସ୍ତ ୧୩୦ କୋଟି ଜନତା ହିନ୍ଦୁ ସମାଜର ।  ଯାହାକୁ ନାପସନ୍ଦ କରିଛନ୍ତି ଅଠାୱାଲେ । କହିଛନ୍ତି, ସମସ୍ତ ଭାରତୀୟ ହିନ୍ଦୁ କହିବା ଠିକ୍ ନୁହେଁ । ଆମ ଦେଶରେ ହିନ୍ଦୁ, ଖ୍ରୀଷ୍ଟିଆନ, ପାର୍ସି, ଜୈନ ଭଳି ବିଭିନ୍ନ ଧର୍ମାବଲମ୍ବିର ଲୋକ ଅଛନ୍ତି । 

ଆହୁରି ପଢନ୍ତୁ; ଢୋଲ ବଜାଇଲେ, ପାଦରେ ପାଦ ମିଶାଇ ନାଚିଲେ କଂଗ୍ରେସ ଯୁବରାଜ