ଅପହର୍ତ୍ତା ପାଲଟିଲେ ମଥାର ସିନ୍ଦୁର
Advertisement

ଅପହର୍ତ୍ତା ପାଲଟିଲେ ମଥାର ସିନ୍ଦୁର

କ୍ଷଣିକ ସୁଖ ପାଇଁ ଭିଆଇଥିଲେ ଭୟଙ୍କର ଅପରାଧ l ଆଉ ସେହି ଅପରାଧରୁ ଜନ୍ମ ନେଇଛି ଏକ ସୁନ୍ଦର ତଥା ମଝଭୁତ ସମ୍ପର୍କ l ଆଉ ଏହାର ମଧ୍ୟସ୍ଥି ସାଜିଛନ୍ତି ଖୋଦ ଜେଲ ସୁପରିଣ୍ଟେଣ୍ଟେଣ୍ଟଓ କରଞ୍ଜିଆର ଅତିରିକ୍ତ ଜିଲ୍ଲା ଦୌରାଜଜ l ଅପହରଣ ତଥା ଦୁଷ୍କର୍ମ ଅଭିଯୋଗରେ ଦଣ୍ଡ ଭୋଗୁଥିବା ଯୁବକ ଆପଣେଇଛନ୍ତି ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଯୁବତୀଙ୍କୁ l କେବଳ ପୀଡ଼ିତା ଓ ଅଭିଯୁକ୍ତଙ୍କ ମଧ୍ୟରେ ସମ୍ପର୍କ ମଝଭୁତ ହୋଇନାହିଁ, ଏହା ସହିତ ଉଭୟ ପକ୍ଷର ପରିବାରଙ୍କ ମଧ୍ୟରେ ଏକ ମଧୁର ସମ୍ପର୍କ ମଧ୍ୟ ସ୍ଥାପନ ହୋଇଛି l  

ଅପହର୍ତ୍ତା ପାଲଟିଲେ ମଥାର ସିନ୍ଦୁର

ମୟୂରଭଞ୍ଜ: କ୍ଷଣିକ ସୁଖ ପାଇଁ ଭିଆଇଥିଲେ ଭୟଙ୍କର ଅପରାଧ l ଆଉ ସେହି ଅପରାଧରୁ ଜନ୍ମ ନେଇଛି ଏକ ସୁନ୍ଦର ତଥା ମଝଭୁତ ସମ୍ପର୍କ l ଆଉ ଏହାର ମଧ୍ୟସ୍ଥି ସାଜିଛନ୍ତି ଖୋଦ ଜେଲ ସୁପରିଣ୍ଟେଣ୍ଟେଣ୍ଟଓ କରଞ୍ଜିଆର ଅତିରିକ୍ତ ଜିଲ୍ଲା ଦୌରାଜଜ l ଅପହରଣ ତଥା ଦୁଷ୍କର୍ମ ଅଭିଯୋଗରେ ଦଣ୍ଡ ଭୋଗୁଥିବା ଯୁବକ ଆପଣେଇଛନ୍ତି ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଯୁବତୀଙ୍କୁ l କେବଳ ପୀଡ଼ିତା ଓ ଅଭିଯୁକ୍ତଙ୍କ ମଧ୍ୟରେ ସମ୍ପର୍କ ମଝଭୁତ ହୋଇନାହିଁ, ଏହା ସହିତ ଉଭୟ ପକ୍ଷର ପରିବାରଙ୍କ ମଧ୍ୟରେ ଏକ ମଧୁର ସମ୍ପର୍କ ମଧ୍ୟ ସ୍ଥାପନ ହୋଇଛି l  

ସୂଚନା ଯୋଗ୍ୟ ୧୦ ମାସ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ସାରିପଦା ଗ୍ରାମର କୁମାର ହେମ୍ବ୍ରମ l ସେ ମିରିଗିନେଣ୍ଡି ଗ୍ରାମର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୀର୍ଘ ୧୦ ମାସ ହେବ ଜେଲରେ ଦଣ୍ଡ ଭୋଗୁଥିଲେ l ତେବେ ଅଭିଯୁକ୍ତର ଓକିଲଙ୍କ କହିବାନୁଯାୟୀ ଅଭିଯୁକ୍ତ ଯୁବକ ଜଣକ ଯୁବତୀଙ୍କ ଘର ନିକଟରେ ଚାଲୁଥିବା ପ୍ରକଳ୍ପ କାମରେ ଗାଡି ଡ୍ରାଇଭର ଭାବେ ନିୟୋଜିତ ଥିଲେ। ଆଉ ଏହି ସମୟରେ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ତେବେ ଏହାରି ଭିତରେ ଉଭୟ ବିବାହ ପାଇଁ ପ୍ରସ୍ତୁତି ଚଲାଇଥିଲେ ବି ଦୁର୍ଭାଗ୍ୟବସତଃ ପ୍ରେମିକାଙ୍କ ପରିବାରବର୍ଗ, ସମ୍ପର୍କୀୟଙ୍କ ଭୁଲ ବୁଝାମଣା ଓ ବିଶେଷକରି ପୀଡ଼ିତା ଯୁବତୀଙ୍କ ଘର ପାଖ କିଛି ଖଳପ୍ରକୃତିର ଲୋକଙ୍କ ଷଡଯନ୍ତ୍ର ପାଇଁ ଏହିପରି ଅବସ୍ଥା ହୋଇଥିଲା।

ଗତ ନଭେମ୍ବର ମାସରେ ଜେଲ ପରିଦର୍ଶନ ସମୟରେ ଏହି ଘଟଣାକୁ ନେଇ ପ୍ରଥମେ ଜେଲ ସୁପରିଟେଣ୍ଡେନ୍ତ ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ପରେ ଉଭୟ ପକ୍ଷଙ୍କ ପରିବାର ଓ ଓକିଲ ଏନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାରୁ,ଜେଲ ପରିସରରେ ସ୍ଥାନୀୟ ସବ ରେଜିଷ୍ଟରଙ୍କ ଉପସ୍ଥିତରେ ବିଧିବଦ୍ଧ ରେଜେଷ୍ଟ୍ରି ମ୍ୟାରେଜ ହୋଇଛି। ବର୍ତ୍ତମାନ ସବୁକିଛି ଠିକଥାକ ହେବା ସହ ବାକି ଜୀବନ ହସଖୁସିରେ କଟାନ୍ତୁ ବୋଲି କହିଛନ୍ତି ଉଭୟ ଜେଲ ସୁପରିଟେଣ୍ଡେନ୍ତ ଓ ଅଭିଯୁକ୍ତଙ୍କ ଓକିଲ।