close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବିରାଟ ବାହିନୀର ପ୍ରାକ୍ ଦୀପାବଳି ଭେଟି, ଶାସ୍ତ୍ରୀ ଖୁସ୍

ତୃତୀୟ ଟେଷ୍ଟରେ ବି କମାଲ କଲା ଭାରତ । ଭ୍ରମଣକାରୀ ଦଳ ଦକ୍ଷିଣ ଆଫିକ୍ରାକୁ ଧୂଳି ଚଟାଇଲା ବିଟାଟ ବାହିନୀ । 

ବିରାଟ ବାହିନୀର ପ୍ରାକ୍ ଦୀପାବଳି ଭେଟି, ଶାସ୍ତ୍ରୀ ଖୁସ୍
ରାହାଣେ ଓ ରୋହିତଙ୍କୁ ପ୍ରଂଶସା କଲେ ଶାସ୍ତ୍ରୀ

ଭୁବନେଶ୍ୱର: ତୃତୀୟ ଟେଷ୍ଟରେ ବି କମାଲ କଲା ଭାରତ । ଭ୍ରମଣକାରୀ ଦଳ ଦକ୍ଷିଣ ଆଫିକ୍ରାକୁ ଧୂଳି ଚଟାଇଲା ବିଟାଟ ବାହିନୀ । ଇନିଂସ ଓ ୨୦୨ରନରେ ପରାସ୍ତ ହେଲା ଦକ୍ଷିଣ ଆଫ୍ରିକା । ବିରାଟ କହିଲେ, ଦଳ ଭାବରେ ଆମେ ଭଲ ଖେଳିଲୁ । 

ବିରାଟଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପୁଣି ଏକ ଇତିହାସ ରଚିଛି । ଭ୍ରମଣକାରୀ ଦଳକୁ ୩।୦ରେ ଧୂଳି ଚଟାଇଛି ଭାରତ । ୫ ଦିନିଆ ବିଶିଷ୍ଟ ଟେଷ୍ଟ ମ୍ୟାଚ୍‌ ୪ ଦିନରେ ଶେଷ ମଧ୍ୟ ହୋଇଯାଇଛି । ଆଉ ଏହାପରେ ବଡ ବୟାନ ଦେଇଛନ୍ତି ଟିମ ଇଣ୍ଡିଆର କୋଚ ରବିଶାସ୍ତ୍ରୀ । ସେ କହିଛନ୍ତି, ଆମର ଏକମାତ୍ର ଲକ୍ଷ୍ୟ ଥିଲା ୨୦ ୱିକେଟ ହାସଲ କରିବା । ପିଚ ଯାହା ହେଉ, ଆମକୁ କେବଳ ୱିକେଟ ହିଁ ଦରକାର ଥିଲା । 

ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଦଳର ବିଜୟକୁ ନେଇ ଖୁସି ହୋଇଯାଇଥିଲେ ରବିଶାସ୍ତ୍ରୀ । ପିଚ ଯାହା ହେଉ ପଛକେ, ୱିକେଟ ପାଇଁ ଆମେ ରଣନୀତି ପ୍ରସ୍ତୁତ କରିଥିଲୁ । ଏଥିପାଇଁ ଏକ ବୋଲିଂ ୟୁନିଟର ଆବଶ୍ୟକ ଥିଲା, ଯାହାକୁ ପ୍ରସ୍ତୁତି କରିବା ପାଇଁ ଉଦ୍ୟମ କରାଯାଇଥିଲା ବୋଲି କହିଛନ୍ତି ଶାସ୍ତ୍ରୀ । କେବଳ ବୋଲିଂ ୟୁନିଟ କାହିଁକି, ବ୍ୟାଟିଂ ଲାଇନକୁ ବି ପ୍ରଶଂସା କରିଛନ୍ତି ସେ । ଅଜିଙ୍କ୍ୟେ ରାହାଣେ ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂଙ୍କୁ ତାରିଫ କରିଛନ୍ତି । ପିଚକୁ ଠିକ ଭାବରେ ରୋହିତ ବୁଝିଥିଲେ ବୋଲି କହିଛନ୍ତି ରବି ଶାସ୍ତ୍ରୀ । 

ଭାରତର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ୨୦୪ ରନ୍‌ ପଛରେ ଥିଲା ଦକ୍ଷିଣ ଆଫ୍ରିକା । ସୋମବାର ସ୍କୋର ୧୩୨/୮ରେ ଥିବା ବେଳେ ଆଜି କେବଳ ଗୋଟିଏ ରନ କରିବାକୁ ସକ୍ଷମ ହୋଇଥିଲା ଭ୍ରମଣକାରୀ ଦଳ । ପ୍ରଥମ ଇନିଂସ୍‌ରେ ମାତ୍ର ୧୬୨ ରନ୍‌ କରିପାରି ଥିବା ଦକ୍ଷିଣ ଆଫ୍ରିକା ପରାଜୟ ଏଡ଼ାଇବାକୁ ଚେଷ୍ଟା କରିଥିଲେ ହେଁ ଭାରତୀୟ ବୋଲରଙ୍କ ଆଗରେ ଏହା ସମ୍ଭବ ହୋଇନଥିଲା । ଇ ପେସ ବୋଲର ଉମେଶ ଯାଦବ ଓ ମହମ୍ମଦ ଶାମି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ୍‌ ଅପ୍‌କୁ ଛିନଛତ୍ର କରିଦେଇଥିଲେ।

ଦ୍ୱିତୀୟ ଇନିଂସ୍‌ରେ ମହମ୍ମଦ ଶାମି ୩ଟି ୱିକେଟ୍‌ ନେଇଥିବା ବେଳେ ଉମେଶ ଯାଦବ ଓ ନଦୀମ ୨ଟି ଲେଖାଏ ୱିକେଟ ନେଇଛନ୍ତି। ରବିଚନ୍ଦ୍ରନ ଅଶ୍ୱିନୀ ଓ ରବୀନ୍ଦ୍ର ଜାଡେଜାଙ୍କ ଖାତାକୁ ଗୋଟିଏ ଲେଖାଏ ୱିକେଟ୍‌ ଯାଇଛି ।