ଜାମିଆରେ ପୋଲିସ ଆକ୍ସନର ରିଆକ୍ସନ

୯ ଅଭିଯୁକ୍ତଙ୍କୁ ପୋଲିସ ଜେରା କରିଛି । 

ଜାମିଆରେ ପୋଲିସ ଆକ୍ସନର ରିଆକ୍ସନ
ଫାଇଲ ଫଟୋ

ନୂଆଦିଲ୍ଲୀ: JNU ହିଂସାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଛି । ୯ ଅଭିଯୁକ୍ତଙ୍କୁ ପୋଲିସ ଜେରା କରିଛି । ସେପଟେ ବିଶ୍ୱବିଦ୍ୟାଳୟର ୩ ପ୍ରଫେସରଙ୍କ ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି ହୋଇଛି । ସିସିଟିଭି ଫୁଟେଜ ଉପରେ ଦିଲ୍ଲୀ ପୋଲିସକୁ ରିପୋର୍ଟ ମାଗିବା ସହ ଗୁଗୁଲ, ହ୍ୱାଟ୍ସଆପ ଓ ଫେସବୁକକୁ ହିଂସାକାଣ୍ଡ ସହ ଜଡ଼ିତ ତଥ୍ୟ ମାଗିଛନ୍ତି ହାଇକୋର୍ଟ । 

ଅନ୍ୟପଟେ ଜାମିଆ କ୍ୟାମ୍ପସରେ ୧୫ ଡିସେମ୍ବରରେ ହୋଇଥିବା ହିଂସାକାଣ୍ଡକୁ ନେଇ VCଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ବିଶ୍ୱବିଦ୍ୟାଳୟର ଭାଇସ ଚାନସେଲର ନଜମା ଅଖତରଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଦିଲ୍ଲୀ ପୋଲିସ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ବିରୋଧ ପ୍ରଦର୍ଶନ ପରେ VC ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏପରିକି ଦାବି ମଧ୍ୟ ସ୍ୱୀକାର କରିଛନ୍ତି । 

ପୋଲିସ ବିରୋଧରେ ମାମଲା ରୁଜୁ କରାଯିବା ସହ ଆହତ ଛାତ୍ରଙ୍କୁ କ୍ଲିନଚିଟ ଦେବା ପାଇଁ ଆବେଦନ କରାଯିବ ବୋଲି VC ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରିଛନ୍ତି ଛାତ୍ରଛାତ୍ରୀ ।

ଆହୁରି ପଢ଼ନ୍ତୁ; ବଞ୍ଚିବାର ଶେଷ ସୁଯୋଗ