ଟ୍ରାଫିକରେ ଆମ୍ବୁଲାନ୍ସ ଫସିବା ଘଟଣା, ମୁଁହ ଖୋଲିଲେ ପରିବହନ ମନ୍ତ୍ରୀ

ଟ୍ରାଫିକ୍ ଜାମରେ ଆମ୍ବୁଲାନ୍ସ ଫସିଯିବା ଯୋଗୁଁ ରାଜଧାନୀରେ ଏକ ଶିଶୁର ମୃତ୍ୟୁ ଅଭିଯୋଗର ୨ ଦିନ ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି, ଟ୍ରାଫିକ୍ ଜାମ୍‌ରେ ଆମ୍ବୁଲାନ୍ସ ଫସିବା କଥାର କୌଣସି ପ୍ରମାଣ ନାହିଁ । 

ଟ୍ରାଫିକରେ ଆମ୍ବୁଲାନ୍ସ ଫସିବା ଘଟଣା, ମୁଁହ ଖୋଲିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଟ୍ରାଫିକ୍ ଜାମରେ ଆମ୍ବୁଲାନ୍ସ ଫସିଯିବା ଯୋଗୁଁ ରାଜଧାନୀରେ ଏକ ଶିଶୁର ମୃତ୍ୟୁ ଅଭିଯୋଗର ୨ ଦିନ ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି, ଟ୍ରାଫିକ୍ ଜାମ୍‌ରେ ଆମ୍ବୁଲାନ୍ସ ଫସିବା କଥାର କୌଣସି ପ୍ରମାଣ ନାହିଁ । 

ସିସିଟିଭି କ୍ୟାମେରାରୁ ଜଣାପଡ଼ୁଛି ଯେ, କୌଣସି ଟ୍ରାଫିକ୍ ସିଗ୍ନାଲରେ ଆମ୍ବୁଲାନ୍ସ ଅଟକି ନଥିଲା । ଶିଶୁର ମୃତ୍ୟୁ ପରେ ବୋଧହୁଏ ତାଙ୍କ ବାପା ଭାବବିହ୍ୱଳ ହୋଇ ଏପରି ଅଭିଯୋଗ କରିଥାଇ ପାରନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ଗତ ୧୧ ତାରିଖରେ ଟ୍ରାଫିକରେ ଫସି ଯିବାରୁ ଆମ୍ବୁଲାନ୍ସରେ ଜଣେ ଶିଶୁର ମୃତ୍ୟୁ ହୋଇଥିଲା. ଏହାକୁ ନେଇ ରାଜ୍ୟ ତମାମ ଚର୍ଚ୍ଚାଲୋଚନା ହୋଇଥିଲା.