ବୈଜ୍ଞାନିକଙ୍କ ଅଧ୍ୟୟନ କହୁଛି, ସମୁଦ୍ରରେ ଥିବା ନାଲି ଶୈବାଳକୁ ବ୍ୟବହାର କରି କୋରୋନା ପାଇଁ ଆଣ୍ଟି ଭାଇରସ୍ ଔଷଧ ପ୍ରସ୍ତୁତ କରାଯାଇପାରିବ ।
Trending Photos
)
ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ କିଲର୍ କୋରୋନା ପାଇଁ କୌଣସି ଔଷଧ ବାହାରିନାହିଁ । ଯେଉଁଥିପାଇଁ ତ ସମଗ୍ର ବିଶ୍ୱରେ ତାଣ୍ଡବ ରଚୁଛି କୋରୋନା । ତେବେ ଏହି ଭାଇରସ୍ ପାଇଁ ଔଷଧ ପ୍ରସ୍ତୁତ କରିବାକୁ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି । ଆଉ ଏସବୁ ଭିତରେ Reliance Industries Limitedର ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ବେଶ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ସାମ୍ନାକୁ ଆସିଛି । କିଲର୍ କୋରୋନାକୁ ମାତ୍ ଦେବା ପାଇଁ ଏକ ଶୈବାଳ ସହାୟକ ହେବ ବୋଲି ଏହି ଅଧ୍ୟୟନରୁ ଜଣାପଡ଼ିଛି ।
ବୈଜ୍ଞାନିକଙ୍କ ଅଧ୍ୟୟନ କହୁଛି, ସମୁଦ୍ରରେ ଥିବା ନାଲି ଶୈବାଳକୁ ବ୍ୟବହାର କରି କୋରୋନା ପାଇଁ ଆଣ୍ଟି ଭାଇରସ୍ ଔଷଧ ପ୍ରସ୍ତୁତ କରାଯାଇପାରିବ । ସାନିଟାରୀ ବସ୍ତୁ ଉପରେ ଆବରଣ ପାଇଁ ମଧ୍ୟ ଏହି ଶୈବାଳକୁ ବ୍ୟବହାର କରାଯାଇପାରିବ । ବୈଜ୍ଞାନିକଙ୍କ କହିବା କଥା ହେଲା, ପ୍ରାକୃତିକ ସ୍ରୋତରୁ ମିଳୁଥିବା ବନସ୍ପତି, ବ୍ୟାକ୍ଟେରିଆ, କବକ ଏବଂ ବଡ଼ ଉଦ୍ଭିଦରୁ ପ୍ରସ୍ତୁତ ହେଉଥିବା ଔଷଧ ଭାଇରସ୍ ଜନିତ ରୋଗରୁ ଉପଚାର ପାଇଁ ବେଶ୍ ଫଳପ୍ରଦ ।
ଅଧ୍ୟୟନର ଶୀର୍ଷକ ଥିଲା, 'Marine Red Alga Porphyridium as a Source of Sulfated Polysaccharides for Combining Against Covid-19' . ଯେଉଁ ଅଧ୍ୟୟନରୁ ବୈଜ୍ଞାନିକମାନେ ଏପରି କିଛି ଜାଣିବାକୁ ପାଇଛନ୍ତି ।