ଶରୀର ପାଇଁ ଲାଭଦାୟକ ନାଲି ରଙ୍ଗର ପରିବା ଓ ଫଳ
ଖାସ କରି ଶୀତଦିନେ ନାଲି ରଙ୍ଗର ପନିପରିବା ଓ ଫଳ ନିୟମିତ ଖାଇବା ଦ୍ୱାରା ରକ୍ତ ସଫା ହେବା ସହ ତ୍ୱଚା ଉଜ୍ୱଳ ହୋଇଥାଏ । ଏହା ସହ ଶରୀର ମଧ୍ୟ ଫିଟ ରହେ । ତେବେ ଆସନ୍ତୁ ଜାଣିବା ନାଲି ରଙ୍ଗର ଫଳ ବା ପନିପରିବା ଖାଇଲେ ଶରୀରକୁ କେଉଁ ସବୁ ଲାଭ ମିଳେ ।
Trending Photos

ସୁଚିତ୍ରା ସେଣ୍ଡ୍, ଭୁବନେଶ୍ୱର: ସାଧାରଣତଃ ଡାକ୍ତରମାନେ ଫିଟ ରହିବା ପାଇଁ ଅଧିକ ମାତ୍ରାରେ ସବୁଜ ପନିପରିବା ଖାଇବାକୁ ପରାମର୍ଶ ଦିଅନ୍ତି । ସବୁ ରଙ୍ଗର ଫଳ ଓ ପନିପରିବାର ଅଲଗା ଅଲଗା ମହତ୍ୱ ରହିଛି । ଖାସ କରି ଶୀତଦିନେ ନାଲି ରଙ୍ଗର ପନିପରିବା ଓ ଫଳ ନିୟମିତ ଖାଇବା ଦ୍ୱାରା ରକ୍ତ ସଫା ହେବା ସହ ତ୍ୱଚା ଉଜ୍ୱଳ ହୋଇଥାଏ । ଏହା ସହ ଶରୀର ମଧ୍ୟ ଫିଟ ରହେ । ତେବେ ଆସନ୍ତୁ ଜାଣିବା ନାଲି ରଙ୍ଗର ଫଳ ବା ପନିପରିବା ଖାଇଲେ ଶରୀରକୁ କେଉଁ ସବୁ ଲାଭ ମିଳେ ।
ଇମ୍ୟୁନିଟି ସିଷ୍ଟମକୁ ଠିକ ରଖେ
ସବୁଜ ପନିପରିବା ଭଳି ନାଲି ରଙ୍ଗର ଫଳ ବା ପନିପରିବା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର ରୋଗ ଓ ଥକାପଣ ଦୂର କରାଏ । ଏହା ବ୍ୟତୀତ ଏହା ଶରୀରର ଇମ୍ୟୁନିଟି ସିଷ୍ଟମକୁ ଠିକ ରଖେ ।
ହୃଦ୍ ରୋଗ ଭଲ କରେ
ନାଲି ରଙ୍ଗର ଫଳ ବା ପନିପରିବାରେ Lycopene ଓ Anthocyanins ଅଧିକ ମାତ୍ରା ରହିବା କାରଣରୁ ଏହା ହୃଦ୍ ରୋଗ ସହ ଲଢିବା ପାଇଁ ଶରୀରକୁ ଶକ୍ତି ଯୋଗାଇଥାଏ ।
କ୍ୟାନସର ବିପଦକୁ ଦୂର କରେ
ନାଲି ରଙ୍ଗର ଫଳ ବା ପନିପରିବା ନିୟମିତ ଖାଇବା ଦ୍ୱାରା ପ୍ରୋଷ୍ଟେଟ କ୍ୟାନ୍ସର ହେବାର ଆଶଙ୍କା କମ ରହିଥାଏ ।
ଖାସକରି ଶୀତଦିନେ ନାଲି ପନିପରିବା ଓ ଫଳ ଖାଇବା ନିହାତି ଜରୁରୀ । ବିଟ୍, ଗାଜର, ଟମାଟୋ ଓ କୋଶଳା ଶାଗରେ ଫାଇବର, ଭିଟାମିନ ସି ପୋଟାସିୟମ ଓ ନାଇଟ୍ରେଟ ଶରୀରରକୁ ରୋଗପ୍ରତିଶେଧକ ଶକ୍ତି ସହ ଲଢିବା ପାଇଁ ସହାୟକ ହୋଇଥାଏ । ଏହା ବ୍ୟତୀତ ବିଟ୍ ରେ ହିମଗ୍ଲୋବିନର ମାତ୍ରା ଅଧିକ ରହିଛି । ଗାଜରରେ ମାଙ୍ଗାନିଜ, ଆଇରନ୍, କ୍ୟାଲସିୟମ, ପୋଟାସିୟମ, ଜିଙ୍କ, ଫସଫରସ ଭଳି ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ଥିବାରୁ ଏହା ଶରୀରକୁ ମଜଭୁତ କରେ । ସେହିପରି ପ୍ରତିଦିନ ଟମାଟୋ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଭଲ ।
ସେହିପରି ନାଲି ରଙ୍ଗର ଫଳ ଯଥା ସେଓ ଓ ଡାଳିମ୍ୱ ଶରୀରକୁ ମଜଭୁତ କରେ । ଡାଳିମ୍ୱରେ ଅଧିକ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । ସେହିପରି ସେଓରେ ମଧ୍ୟ ଫାଇଭର, ପ୍ରୋଟିନ, ଭିଟାମିନ୍ ରହିଥିବାରୁ ଏହା ଶରୀରକୁ ଫିଟ୍ ରଖିବାରେ ବେଶ ସହାୟକ ହୋଇଥାଏ ।
More Stories