ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ହେବା ପରେ ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳର ଲୋକଙ୍କୁ ସାମାନ୍ୟ ଅଶ୍ୱସ୍ତି ମିଳିଛି |
Trending Photos
)
ନୂଆଦିଲ୍ଲୀ: କୋରୋନା ଏବଂ ତାପାମାତ୍ରାକୁ ନେଇ ବେଶ କିଛି ଦିନ ଧରି ଅସ୍ତବ୍ୟସ୍ତ ହୋଇ ପଡିଥିଲା ଦିଲ୍ଲୀ | ବୁଧବାର ଅପରାହ୍ନରେ ଏଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି | ନୂଆଦିଲ୍ଲୀ ଏବଂ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର (NCR) ଅଞ୍ଚଳରେ ଧୂଳିଝଡ ସହ ବର୍ଷା ହୋଇଛି | ଏହା ସହିତ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିଛି |
ପ୍ରଥମେ ବର୍ଷା ଏବଂ ପରେ ଧୂଳିଝଡ ହୋଇଥିଲା | ଯାହା ଫଳରେ ବିଗତ କିଛି ଦିନ ଧରି ଖରାରେ ତାତି ଉଠିଥିବା ଦିଲ୍ଲୀର ତାପମାତ୍ରାରେ ହ୍ରାସ ଘଟିଛି | ତାଉ କମିବା ପରେ ଏବେ ଲୋକଙ୍କୁ ଆଶ୍ୱସ୍ତି ମିଳିଛି | ଅନ୍ୟ ପଟେ ତାତି ଉଠିଥିବା ପାଗରେ ପରିବର୍ତ୍ତନ ଆସିଛି |
ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବରୁ ପୂର୍ବାନୁମାନ କରାଯାଇଥିଲା ଯେ ଏ ସପ୍ତାହ ସାରା ଆର୍ଦ୍ରତା ଏବଂ ଉତ୍ତାପ ରହିବ | ଶନିବାର ଠାରୁ ପାଗ ବଦଳିବାର ସମ୍ଭାବନା ରହିଛି | ରବିବାର ଠାରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ | ମାତ୍ର ତାପମାତ୍ରା ଏବଂ ଆର୍ଦ୍ରତା ଜାରି ରହିବ |
ପରବର୍ତ୍ତୀ ସପ୍ତାହରେ ବର୍ଷା ହେବାର ସମ୍ଭାବନା ରହିଛି | ଜୁନ ୧୫ ତାରିଖରୁ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୩୫ ଡିଗ୍ରୀ ଏବଂ ୨୬ ଡିଗ୍ରୀ ଡିଗ୍ରୀ ସେଲସିୟସ ରହିବ | ପାଣିପାଗର ପରିବର୍ତ୍ତନ ଉଭୟ ତାପାମାତ୍ରା ଏବଂ ଆର୍ଦ୍ରତାରୁ ଲୋକଙ୍କୁ ଆରାମ ପ୍ରଦାନ କରିବ |
ଏହା ସହିତ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁସାରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦିଲ୍ଲୀ ଏବଂ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳରେ ଚଳିତ ମାସ ଶେଷ ସପ୍ତାହରେ ପହଞ୍ଚିପାରେ |