• ଆଜି ରାଜ୍ୟରେ ହେବନି କୋରୋନା ଟିକାକରଣ
  • ରାଜ୍ୟର ୮୫% କୋଭିଡ ଯୋଦ୍ଧା ନେଲେ କୋରୋନା ଟିକା
  • ଚିଲିକା, ଗହୀରମଥା ଓ ଭିତରକନିକାରେ ଆଜିଠାରୁ ଡଲଫିନ ଗଣନା
  • ଭୁବନେଶ୍ୱରସ୍ଥିତ ୫ଟି ସ୍କୁଲ ବୁଲିଲେ 5T ସଚିବ ଭି.କେ.ପାଣ୍ଡିଆନ
  • ସୁନ୍ଦରଗଡ଼ ବାହିୟାମ ଗାଁରେ ମାଆର ତଣ୍ଟି କାଟିଲା ପୁଅ
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୦.୨୯ ଲକ୍ଷକୁ ବୃଦ୍ଧି
  • ଜାମ୍ମୁ ଓ କାଶ୍ମୀରର କାଟ୍ରାରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ
  • ଆସନ୍ତାକାଲି ଖୋଲିବ ଘଟଗାଁ ତାରିଣୀ ମନ୍ଦିର
  • ସମ୍ବଲପୁରରେ ନକଲି ସର୍ଫ କାରଖାନା ଠାବ
  • ମନବଦଳାଇଲା ହ୍ୱାଟସଆପ୍, ମେ' ୧୫ ପର୍ଯ୍ୟନ୍ତ ପ୍ରାଇଭେସି ପଲିସିରେ ଲାଗିଲା ରୋକ୍

ଗିରଫ ହେବେ କୋରିଓଗ୍ରାଫର ରେମୋ ଡି’ସୁଜା !

ନାମଜାଦା କୋରିଓଗ୍ରାଫର ଓ ନିର୍ଦ୍ଦେଶକ ରେମୋ ଡି’ସୁଜାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।  ରେମୋଙ୍କୁ ଯେ କୌଣସି ସମୟରେ ପୋଲିସ ଗିରଫ କରିପାରେ ବୋଲି ଜଣା ପଡ଼ିଛି। ତାଙ୍କ ଉପରେ ଲାଗିଛି ୫ କୋଟି ଟଙ୍କା ହଡ଼ପ କରିବାର ଅଭିଯୋଗ। ତାଙ୍କ ବିରୋଧରେ ଗାଜିଆବାଦ୍‌ରେ ଏକ ଅଦାଲତ ଜାମିନ ବିହୀନ ପରଓ୍ଵାନା ଜାରି କରାଯାଇଛି। 

ଗିରଫ ହେବେ କୋରିଓଗ୍ରାଫର ରେମୋ ଡି’ସୁଜା !

ମୁମ୍ବାଇ: ନାମଜାଦା କୋରିଓଗ୍ରାଫର ଓ ନିର୍ଦ୍ଦେଶକ ରେମୋ ଡି’ସୁଜାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।  ରେମୋଙ୍କୁ ଯେ କୌଣସି ସମୟରେ ପୋଲିସ ଗିରଫ କରିପାରେ ବୋଲି ଜଣା ପଡ଼ିଛି। ତାଙ୍କ ଉପରେ ଲାଗିଛି ୫ କୋଟି ଟଙ୍କା ହଡ଼ପ କରିବାର ଅଭିଯୋଗ। ତାଙ୍କ ବିରୋଧରେ ଗାଜିଆବାଦ୍‌ରେ ଏକ ଅଦାଲତ ଜାମିନ ବିହୀନ ପରଓ୍ଵାନା ଜାରି କରାଯାଇଛି। 

remo

ସୂଚନା ଅନୁସାରେ, ୨୦୧୬ରେ ରେମୋ ଡି’ସୁଜାଙ୍କ ବିରୋଧରେ ଠକେଇର ଅଭିଯୋଗ ଆସିବା ସହ ଗାଜିଆବାଦ୍‌ର ଜିଲ୍ଲା ଅଦାଲତରେ ଏହାର ଶୁଣାଣି ଚାଲୁଥିଲା। କିନ୍ତୁ ଶୁଣାଣି ସମୟରେ ସେ ଅଦାଲତରେ ହାଜର ହେଉ ନ ଥିବାରୁ ତାଙ୍କ ବିରୋଧରେ ଅଦାଲତ ଜାମିନ ବିହୀନ ପରଓ୍ଵାନା ଜାରି କରିଥିବା ଜଣାପଡ଼ିଛି। ବଲିଉଡ୍‌ର ଲୋକପ୍ରିୟ କୋରିଓଗ୍ରାଫରମାନଙ୍କ ମଧ୍ୟରୁ ସେ ଜଣେ ହୋଇଥିବା ବେଳେ ତାଙ୍କୁ ନେଇ ଏଭଳି ଖବର ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।