ପୁଣି ସାମ୍ବାଦିକଙ୍କ ଉପରେ ଆକ୍ରମଣ: ମାଡ ମାରିଲେ, ବୁମ ଛଡାଇ ଭାଙ୍ଗିଦେଲେ...

ପୁଣି କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ । ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଦୁର୍ନୀତିଖୋରଙ୍କ ଅପଚେଷ୍ଟା । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ମୁହଁ ବନ୍ଦ କରିବାକୁ ହେଉଛି ଉଦ୍ୟମ । ମୟୂରଭଞ୍ଜରେ ସାମ୍ବାଦିକଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଅମରାବତୀ ଡିପ୍ଲୋମା କଲେଜର ଚେୟାରମ୍ୟାନ କମଳେନ୍ଦୁଲାଲ ମହାନ୍ତ ଏହି ଆକ୍ରମଣ କରିଛନ୍ତି । 

ପୁଣି ସାମ୍ବାଦିକଙ୍କ ଉପରେ ଆକ୍ରମଣ: ମାଡ ମାରିଲେ, ବୁମ ଛଡାଇ ଭାଙ୍ଗିଦେଲେ...
ଫଟୋ ସୌଜନ୍ୟ: ସମ୍ବାଦତାତା, ମୟୂରଭଞ୍ଜ

ବାରିପଦା: ପୁଣି କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ । ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଦୁର୍ନୀତିଖୋରଙ୍କ ଅପଚେଷ୍ଟା । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ମୁହଁ ବନ୍ଦ କରିବାକୁ ହେଉଛି ଉଦ୍ୟମ । ମୟୂରଭଞ୍ଜରେ ସାମ୍ବାଦିକଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଅମରାବତୀ ଡିପ୍ଲୋମା କଲେଜର ଚେୟାରମ୍ୟାନ କମଳେନ୍ଦୁଲାଲ ମହାନ୍ତ ଏହି ଆକ୍ରମଣ କରିଛନ୍ତି । 

ଦିନକୁ ଦିନ ବଢି ଚାଲିଛି କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଅତ୍ୟାଚାର । ଆଜି ମୟୂରଭଞ୍ଜ ବହଳଦା ଥାନା ଅମରାବତୀ ପଲିଟେକନିକ କଲେଜରେ ଆକ୍ରମଣର ଶୀକାର ହୋଇଛନ୍ତି ୩ ସାମ୍ବାଦିକ . ଜୀ ମିଡିଆର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ପ୍ରିୟବ୍ରତ ମିଶ୍ର, କାମୟାବ ଜିଲ୍ଲା ପ୍ରତିନିଧି ସୁବ୍ରତ ପ୍ରଧାନ ଏବଂ ଅର୍ଗସ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ଦାଶଙ୍କୁ ମିଳିତ ଭାବରେ ଆକ୍ରମଣ କରାଯାଇଛି । 

ପୁରା ଘଟଣା ଏପରି । ଅମରାବତୀ ଡିପ୍ଲୋମା କଲେଜରେ କିଛି ଅନିୟମିତତା ହେଉଥିବା ସମ୍ବାଦିକମାନେ ଜାଣିବାକୁ ପାଇଥିଲେ । ତେଣୁ ଖବର ସଂଗ୍ରହ କରିବାକୁ ଉକ୍ତ କଲେଜକୁ ଯାଇଥିଲେ । ତେବେ କଲେଜର କିଛି ଦୃଶ୍ୟ କ୍ୟାମେରାରେ କଏଦ କରୁଥିବା ବେଳେ ହଠାତ ଉକ୍ତ କଲେଜର ଚେୟାରମ୍ୟାନ କମଳେନ୍ଦୁଲାଲ ମହାନ୍ତ ସମ୍ବାଦିକଙ୍କ ଉପରେ ଆକ୍ରମଣ କରିଛନ୍ତି । 
ସେ ଜୀ ମିଡିଆ ପ୍ରତିନିଧି ପ୍ରିୟବ୍ରତ ମିଶ୍ରଙ୍କ ବୁମ ଛଡାଇ ନେବା ସହ ତାଙ୍କୁ ମାଡ ମାରିଛନ୍ତି । ଏପରିକି ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ । 

ଏ ବାବଦରେ ତୁରନ୍ତ ସ୍ଥାନୀୟ ପୋଲିସଙ୍କୁ ଖବର ଦିଆଯାଇଥିଲା । ଘଟଣା ସମ୍ପର୍କରେ ବହଳଦା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି । 

reporter attacked

ତେବେ ସମ୍ବାଦିକଙ୍କ ଉପରେ ଆକ୍ରମଣ ନୂଆ ନୁହେଁ । ବାରମ୍ବାର ଗଣମାଧ୍ୟମର କଣ୍ଠରୋଧ କରିବାକୁ ଉଦ୍ୟମ ହେଉଛି । ଭ୍ରଷ୍ଟାଚାରୀଙ୍କ କବଳରୁ ରାଜ୍ୟ ସରକାର ସାମ୍ବାଦିକଙ୍କୁ କେବେ ସୁରକ୍ଷା ଯୋଗାଉଛନ୍ତି, ତାକୁ ହିଁ ଅପେକ୍ଷା । 

ଆହୁରି ପଢନ୍ତୁ; ଖଲିକୋଟରେ ଚାଞ୍ଚଲ୍ୟ, ପଥରରେ ଛେଚି ଛେଚି ମାରିଦେଲେ ଦୁର୍ବୃତ୍ତ