Advertisement
Article Detail0/zeeodisha/odisha678320
Zee OdishaOther Newsଯୁବକର ଗଳିତ ମୃତଦେହ ଉଦ୍ଧାର

ଯୁବକର ଗଳିତ ମୃତଦେହ ଉଦ୍ଧାର

ନିଖୋଜ ଯୁବକର ଗଳିତ ମୃତ ଦେହ ଉଦ୍ଧାର। ଗଜପତି ଜିଲ୍ଲା ମୋହନା ଥାନା ପୋଲିସ ଖାରୀକୁଟି ଗାଁ ନିକଟସ୍ଥ ପାହାଡ଼ ଉପରୁ ଜଣେ ଯୁବକର ଗଳିତ ମୃତ ଦେହ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଲେ, ମୁକ୍ତିନଗର ଗାଁର ଜିଶାୟ ନାୟକ । ଗତ ୧୮ ତାରିଖରୁ ପାରିବାରିକ କଳହ କାରଣରୁ ଯୁବକ ଜଣକ ଘରୁ କୁଆଡେ ଚାଲିଯାଉଥିଲେ ।  ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିଥି

ଯୁବକର ଗଳିତ ମୃତଦେହ ଉଦ୍ଧାର

ଗଜପତି: ନିଖୋଜ ଯୁବକର ଗଳିତ ମୃତ ଦେହ ଉଦ୍ଧାର। ଗଜପତି ଜିଲ୍ଲା ମୋହନା ଥାନା ପୋଲିସ ଖାରୀକୁଟି ଗାଁ ନିକଟସ୍ଥ ପାହାଡ଼ ଉପରୁ ଜଣେ ଯୁବକର ଗଳିତ ମୃତ ଦେହ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଲେ, ମୁକ୍ତିନଗର ଗାଁର ଜିଶାୟ ନାୟକ । ଗତ ୧୮ ତାରିଖରୁ ପାରିବାରିକ କଳହ କାରଣରୁ ଯୁବକ ଜଣକ ଘରୁ କୁଆଡେ ଚାଲିଯାଉଥିଲେ । 

ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ନ ପାଇବାରୁ ପୋଲିସରେ ସୂଚନା ଦେଇଥିଲେ. ପୁନର୍ବାର ଗାଁର କିଛି ଲୋକ ବହୁ ଖୋଜା ଖିଜି ପରେ ଆଜି ସକଳେ ଗାଁର କିଛି ଯୁବକ ପାହାଡ଼ ଉପରେ ଏକ ଗଛରେ  ଯୁବକର ଝୁଲନ୍ତା ମୃତ ଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ କରୁଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

 

Add Zee News as a Preferred Source
About the Author