Trending Photos
ଗଜପତି: ନିଖୋଜ ଯୁବକର ଗଳିତ ମୃତ ଦେହ ଉଦ୍ଧାର। ଗଜପତି ଜିଲ୍ଲା ମୋହନା ଥାନା ପୋଲିସ ଖାରୀକୁଟି ଗାଁ ନିକଟସ୍ଥ ପାହାଡ଼ ଉପରୁ ଜଣେ ଯୁବକର ଗଳିତ ମୃତ ଦେହ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଲେ, ମୁକ୍ତିନଗର ଗାଁର ଜିଶାୟ ନାୟକ । ଗତ ୧୮ ତାରିଖରୁ ପାରିବାରିକ କଳହ କାରଣରୁ ଯୁବକ ଜଣକ ଘରୁ କୁଆଡେ ଚାଲିଯାଉଥିଲେ ।
ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ନ ପାଇବାରୁ ପୋଲିସରେ ସୂଚନା ଦେଇଥିଲେ. ପୁନର୍ବାର ଗାଁର କିଛି ଲୋକ ବହୁ ଖୋଜା ଖିଜି ପରେ ଆଜି ସକଳେ ଗାଁର କିଛି ଯୁବକ ପାହାଡ଼ ଉପରେ ଏକ ଗଛରେ ଯୁବକର ଝୁଲନ୍ତା ମୃତ ଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ କରୁଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।