ରିଭର୍ସ ରେପୋ ରେଟ୍ ହ୍ରାସ କଲା ଆରବିଆଇ
Advertisement
Article Detail0/zeeodisha/odisha668977

ରିଭର୍ସ ରେପୋ ରେଟ୍ ହ୍ରାସ କଲା ଆରବିଆଇ

ଆଜି ଆରବିଆଇ ଗଭର୍ଣ୍ଣର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରିଭର୍ସ ରେପୋ ରେଟ୍ ୦.୨୫ ପ୍ରତିଶତ କମିଛି ।

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ପୁଣିଥରେ ବଡ଼ ଘୋଷଣା କଲା ଆରବିଆଇ । ରିଭର୍ସ ରେପୋ ରେଟ୍ ୦.୨୫ ପ୍ରତିଶତ କମିଛି । ଅର୍ଥାତ ପୂର୍ବରୁ ରିଭର୍ସ ରେପୋ ରେଟ୍ ୪ ପ୍ରତିଶତ ଥିବା ବେଳେ ଏବେ ୩.୭୫ ପ୍ରତିଶତ ହୋଇଛି । ଅର୍ଥନୀତିରେ ସୁଧାର ଆଣିବା ପାଇଁ ଏଭଳି ପଦକ୍ଷେପ ନେଇଛି ଆରବିଆଇ । ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । 

ଆଜି ଆରବିଆଇ ଗଭର୍ଣ୍ଣର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରିଭର୍ସ  ରେପୋ ରେଟ୍ ୦.୨୫ ପ୍ରତିଶତ କମିଛି । ବ୍ୟାଙ୍କଗୁଡ଼ିକ ଯେପରି ଅଧିକ ଋଣ ଦେଇପାରିବେ, ତାହାକୁ ଦୃଷ୍ଟିରେ ରଖି ରିଭର୍ସ ରେପୋ ହାର କଟାଯାଇଛି । ସେହିପରି ବ୍ୟାଙ୍କରେ ନଗଦ କାରବାର ବୃଦ୍ଧି ନେଇ ମଧ୍ୟ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ।

ଏଠାରେ କହିରଖୁଛୁ, କରୋନା ଚେନକୁ ରୋକିବା ପାଇଁ କେନ୍ଦ୍ର ସରକାର ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ଫଳରେ ଅନେକ ଶିଳ୍ପ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ଆଉ ଏହାରି ଯୋଗୁଁ ଦେଶର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି । ଆଉ ଏସବୁକୁ ନଜରରେ ରଖି ଆରବିଆଇ ଏପ୍ରକାର ନିଷ୍ପତ୍ତି ନେଇଛି । 

;