)
ନୂଆଦିଲ୍ଲୀ: କୋରୋନା ମୁକାବିଲା କରିବାକୁ ଯାଇ ସମଗ୍ର ଦେଶ ଲକ୍ ଡାଉନ୍ ରହିଛି । ସମଗ୍ର ଦେଶବାସୀ ଘରେ ରହିଛନ୍ତି । ମାତ୍ର ଏହି ସମୟରେ ମଧ୍ୟ ନିଜ କର୍ତ୍ତବ୍ୟ ସମ୍ବାଦନ କରୁଛନ୍ତି ଡାକ୍ତରଖାନା କର୍ମଚାରୀ, ପୋଲିସ, ଗଣମାଧ୍ୟମ ଓ ସଫେଇ କର୍ମଚାରୀ । ତେବେ ସଫେଇ କର୍ମଚାରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବାକୁ ଯାଇ ତାଙ୍କ ଉପରେ ଫୁଲ ବର୍ଷା କରାଯାଇଥିବା ଦେଖିବାକୁ ମିଳିଛି ।
ପଞ୍ଜାବରୁ ଏଭଳି ଚିତ୍ର ସାମ୍ନାକୁ ଆସୁଛି । କିଛି ଲୋକ ନିଜ ଛାତ ଉପରେ ଛିଡ଼ା ହୋଇ ସଫେଇ କର୍ମଚାରୀଙ୍କ ଉପରେ ଫୁଲ ବର୍ଷା କରିଛନ୍ତି । ଏପରିକି ସଫେଇ କର୍ମଚାରୀଙ୍କ ଗଳାରେ ଟଙ୍କାର ମାଳ ମଧ୍ୟ ପିନ୍ଧା ଯାଇଛି ।
#WATCH Punjab: Residents of Nabha in Patiala applauded sanitation workers by clapping for them and showering flower petals on them. Some even offered garlands of currency notes to one of the workers. #COVID19 (31-3-2020) pic.twitter.com/238f6oBlWn
— ANI (@ANI) March 31, 2020