ନୂଆଦିଲ୍ଲୀ: ଘନ କୁହୁଡ଼ିରେ ରାଜଧାନୀ ଦିଲ୍ଲୀ ଆଚ୍ଛାଦିତ ହୋଇ ରହୁଛି । ଏବେବି କମୁନି ବାୟୁ ପ୍ରଦୂଷଣର ମାତ୍ରା । ଗୋଟିଏ ପଟେ ଥଣ୍ଡା ବଢୁଥିବା ବେଳେ ଅନ୍ୟ ପଟେ ଖରାପ ହୋଇ ଚାଲିଥିବା ବାୟୁର ମାନକୁ ନେଇ ଚିନ୍ତାରେ ପଡିଛନ୍ତି ଦିଲ୍ଲୀବାସୀ।
ବର୍ତ୍ତମାନ ଏନସିଆର ଅଂଚଳରେ ବାୟୁର ଗୁଣବତ୍ତା ମାନକ ୪୯୮ରୁ ୫୦୦ ରହିଛି । ଯାହାକି ସାଂଘାତିକ ଶ୍ରେଣୀରେ ଆସୁଛି । ସେହିପରି ଆନନ୍ଦ ବିହାର ଅଂଚଳରେ ବାୟୁର ଗୁଣବତ୍ତା ମାନକ ୫୬୪ ରେକର୍ଡ ହୋଇଛି । ଦିଲ୍ଲୀ ପରି ଏହା ନିକଟବର୍ତୀ ଅଞ୍ଚଳ ଗାଜିଆବାଦରେ ବି ବାୟୁର ଗୁଣବତ୍ତା ମାନକ ଅତି ସାଂଘାତିକ ରହିଛି । ଏଠାରେ ବାୟୁର ଗୁଣବତ୍ତା ମାନକ ୫୬୦, ଦିଲ୍ଲୀର ନେହରୁ ଷ୍ଟାଡିୟମ ଅଂଚଳରେ ୪୮୩ , ନୋଏଡାରେ ୫୮୮, ଆଇଟିଓ ଅଂଚଳରେ ବାୟୁ ପ୍ରଦୂଷଣ ମାନକ ରହିଛି ୪୭୪ । ପ୍ରତିବର୍ଷ ଅକ୍ଟୋବର ରୁ ଡିସେମ୍ବର ମଧ୍ୟରେ ଦିଲ୍ଲୀ ଏପରି ପ୍ରଦୂଷିତ ବାୟୁ ଦେଖିବାକୁ ମିଳୁଛି ।
ବାୟୁ ପ୍ରଦୂଷଣ ହେବାର ମୁଖ୍ୟତଃ ୩ଟି କାରଣ ରହିଥିବା କୁହାଯାଉଛି । ପ୍ରଥମତଃ ପଞ୍ଜାବ, ହରିୟାଣା ରେ ନଡା ଜଳେଇବା, ଦ୍ଵିତୀୟ ରାସ୍ତା କାମ ରୁ ଆସୁଥିବା ଧୂଳି ଏବଂ ତୃତୀୟରେ ଗାଡି ପାଇଁ ଏପରି ପ୍ରଦୂଷଣ ହେଉଥିବା ପରିବେଶବିତ ମାନେ କହିଛନ୍ତି।