Advertisement
Article Detail0/zeeodisha/odisha671980
Zee OdishaOther Newsକୋରୋନା ସଂକଟ ସମୟରେ ପ୍ଲାଜମା ଥେରାପି ପାଲଟିବ ସଞ୍ଜିବନୀ

କୋରୋନା ସଂକଟ ସମୟରେ ପ୍ଲାଜମା ଥେରାପି ପାଲଟିବ ସଞ୍ଜିବନୀ

ସମଗ୍ର ଦେଶରେ ଏବେ କୋରୋନା ସଂକଟ ଗୁରୁତର ରୂପ ନେବାରେ ଲାଗିଛି। ଭାରତ ସହିତ ସମଗ୍ର ବିଶ୍ୱର ବୈଜ୍ଞାନିକ ତଥା ଡାକ୍ତରମାନେ ଏହାର ପ୍ରତିକାରକ ବାହାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ତେବେ ଏହାରି ମଧ୍ୟରେ ଦିଲ୍ଲୀ ସରକାର ଏକ ଆଶ୍ୱସ୍ତିକର ଖବର ଦେଇଛନ୍ତି। କୋରୋନା ରୋଗୀଙ୍କ ଉପରେ ପ୍ରାଥମିକ ପର୍ଯ୍ୟାୟରେ ହୋଇଥିବା ପ୍ଲାଜମା ପରୀକ୍ଷା ସଫଳ ହୋଇଛି।

କୋରୋନା ସଂକଟ ସମୟରେ ପ୍ଲାଜମା ଥେରାପି ପାଲଟିବ ସଞ୍ଜିବନୀ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଏବେ କୋରୋନା ସଂକଟ ଗୁରୁତର ରୂପ ନେବାରେ ଲାଗିଛି। ଭାରତ ସହିତ ସମଗ୍ର ବିଶ୍ୱର ବୈଜ୍ଞାନିକ ତଥା ଡାକ୍ତରମାନେ ଏହାର ପ୍ରତିକାରକ ବାହାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ତେବେ ଏହାରି ମଧ୍ୟରେ ଦିଲ୍ଲୀ ସରକାର ଏକ ଆଶ୍ୱସ୍ତିକର ଖବର ଦେଇଛନ୍ତି। କୋରୋନା ରୋଗୀଙ୍କ ଉପରେ ପ୍ରାଥମିକ ପର୍ଯ୍ୟାୟରେ ହୋଇଥିବା ପ୍ଲାଜମା ପରୀକ୍ଷା ସଫଳ ହୋଇଛି। ଏହି ପରୀକ୍ଷାରେ କୋରୋନା ରୋଗୀ ଖୁବ କମ ସମୟ ମଧ୍ୟରେ ସୁସ୍ଥ ହୋଇ ପାରୁଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ସରକାର।  

ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ଦିଲ୍ଲୀର ୪ ଜଣ କୋରୋନା ରୋଗୀଙ୍କୁ ଉପରେ ପ୍ଲାଜମା ଥେରାପି ପ୍ରୟୋଗ କରାଯାଇ ପରୀକ୍ଷଣ କରାଯାଇଥିଲା। ଆଉ ଏହି ପରୀକ୍ଷଣ ଉପରେ ସମସ୍ତ ରୋଗୀଙ୍କ ଉପରେ ସକରାତ୍ମକ ଫଳାଫଳ ଦେଖାଇଥିଲା। ଦୁଇ ଜଣ ରୋଗୀ ଖୁବ ଶୀଘ୍ର ସୁସ୍ଥ ହେଉଛନ୍ତି ବୋଲି ଡାକ୍ତର କହିଛନ୍ତି। ଆଉ ଦୁଇ ଜଣ ଧିରେଧିରେ ସୁସ୍ଥ ହେଉଥିବା ଡାକ୍ତର ସୂଚନା ଦେଇଛନ୍ତି। ସେପଟେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।  

 

Add Zee News as a Preferred Source

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ କହିଛନ୍ତି କି, ଦୁଇ ଜଣ କୋରୋନା ରୋଗୀ ସୁସ୍ଥ ହେଇ ଖୁବ ଶୀଘ୍ର ଘରକୁ ଯିବେ। ଆସନ୍ତା ଦୁଇ ଦିନ ମଧ୍ୟରେ ତାଙ୍କୁ ଡାକ୍ତରଖାନାରୁ ମୁକ୍ତି ମିଳିବ ବୋଲି ସେ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଏହି ରୋଗୀଙ୍କୁ ଉପରେ ଗତ ମଙ୍ଗଳବାର ଏହି ୪ ରୋଗୀଙ୍କ ଉପରେ ପ୍ଲାଜମା ଥେରାପିର ପରୀକ୍ଷଣ କରାଯାଇଥିଲା। ଏହି ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଆଇସିୟୁରୁ ବାହାରକୁ ଅଣାଯାଇଛି। ସେମାନେ ଖୁବ ଶୀଘ୍ର ସୁସ୍ଥ ହେଉଛନ୍ତି। ସେହିପରି ଏକ ବେସରକାରୀ ଡାକ୍ତରଖାନାରୁ ମଧ୍ୟ ପ୍ଲାଜମା ଥେରାପି ସମ୍ପର୍କରେ ମଧ୍ୟ ସକରାତ୍ମକ ତଥ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ ଖୁସି ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ।  

ସେପଟେ ଆସନ୍ତା ସପ୍ତାହରେ ଗୁରୁତର କୋରୋନା ରୋଗୀଙ୍କ ଉପରେ ପ୍ଲାଜମା ଥେରାପି ପ୍ରୟୋଗ କରିବାକୁ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ମାଗିବେ ବୋଲି କେଜରିଓ୍ୱାଲ କହିଛନ୍ତି। ସେହିପରି ଡାକ୍ତର ସିରିନ କହିଛନ୍ତି କି, ଏହି ଥେରାପିରେ ଅନେକ ସମସ୍ୟା ମଧ୍ୟ ସାମ୍ନାକୁ ଆସିଛି। କୋରୋନାରୁ ସୁସ୍ଥ ହୋଇଥିବା ଲୋକ ରକ୍ତ ଦେଲେ ସେଥିରୁ ହିଁ ପ୍ଲାଜମା ପ୍ରସ୍ତୁତ ହୋଇଥାଏ। ଏହାର ଏକମାତ୍ର କାରଣ ରହିଛି ଯେ, କୋରୋନାରୁ ସୁସ୍ଥ ହୋଇଥିବା ଲୋକ ମଧ୍ୟରେ ରୋଗ ପ୍ରତିଷେଧକ ଶକ୍ତି ଅଧିକ ରହିଥାଏ। ତେବେ ସେମାନଙ୍କ ରକ୍ତ ଅନ୍ୟମାନଙ୍କ କ୍ଷେତ୍ରରେ ଅଧିକ ଲାଭ ଦାୟକ ହେବ ବୋଲି ସେ କହିଛନ୍ତି।  

About the Author