Advertisement
Article Detail0/zeeodisha/odisha696690
Zee OdishaOther Newsସରପଞ୍ଚଙ୍କ ହତ୍ୟା ଘଟଣାର ନିଆଗଲା ପ୍ରତିଶୋଧ, ଅପରେସନରେ ଟଳିପଡିଲା ହିଜିବୁଲ ଟପ କମାଣ୍ଡର

ସରପଞ୍ଚଙ୍କ ହତ୍ୟା ଘଟଣାର ନିଆଗଲା ପ୍ରତିଶୋଧ, ଅପରେସନରେ ଟଳିପଡିଲା ହିଜିବୁଲ ଟପ କମାଣ୍ଡର

କାଶ୍ମୀର ଘାଟିରେ ହୋଇଥିବା ସରପଞ୍ଚଙ୍କ ହତ୍ୟା ଘଟଣାର ପ୍ରତିଶୋଧ ନିଆଯାଇଛି |  

ସରପଞ୍ଚଙ୍କ ହତ୍ୟା ଘଟଣାର ନିଆଗଲା ପ୍ରତିଶୋଧ, ଅପରେସନରେ ଟଳିପଡିଲା ହିଜିବୁଲ ଟପ କମାଣ୍ଡର

ଶ୍ରୀନଗର: ମଙ୍ଗଳବାର ଜମ୍ମୁକାଶ୍ମୀରର ସୋପିଆନରେ ସୁରକ୍ଷା ବାହିନୀକୁ ବଡ ଧରଣର ସଫଳତା ମିଳିଛି | ଏହି ଅଞ୍ଚଳରେ ଲୁଚି ରହିଥିବା 3 ଆତଙ୍କବାଦୀ ସୁରକ୍ଷା ବାହିନୀ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଛନ୍ତି | ଏହା ସହିତ କାଶ୍ମୀର ଘାଟିରେ ହୋଇଥିବା ସରପଞ୍ଚ ଅଜୟ ପଣ୍ଡିତଙ୍କ ହତ୍ୟାର ବଦଲା ନିଆଯାଇଛି | 

ମୃତକ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ହିଜିବୁଲ ଟପ କମାଣ୍ଡର ରହିଛି | ବିଗତ ୧ ମାସ ମଧ୍ୟରେ ସୁରକ୍ଷାବଳ ପକ୍ଷରୁ ଚାଲିଥିବା ଘନ ଘନ ଅପରେସନରେ ପ୍ରାୟ ୩୦ ଆତଙ୍କବାଦୀ ଟଳିପଡିଲେଣୀ | ଗତ ୧୦ ଦିନରେ ସୋପିଆନରେ ୧୭ ଆତଙ୍କୀ ସେନା ଅପରେସନରେ ପ୍ରାଣ ହରାଇଛନ୍ତି | ଚଳିତ ବର୍ଷ ଆରମ୍ଭରୁ ସୁରକ୍ଷାବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ମୋଟ ୯୫ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି |

ଏହି ସାମରିକ କାର୍ଯ୍ୟାନୁଷ୍ଠାନ ବାବଦରେ ପ୍ରତିକ୍ରିୟା ରଖି ଜମ୍ମୁ କାଶ୍ମୀର ପୋଲିସ ଡିଜି ଦିଲବାଗ ସିଂହ କହିଛନ୍ତି,"ମଙ୍ଗଳବାର ସୁରକ୍ଷାବାହିନୀ ପକ୍ଷରୁ ହୋଇଥିବା ଅପରେସନରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି | ସେମାନଙ୍କ ମଧ୍ୟରେ ହିଜିବୁଲର ଜଣେ ଟପ କମାଣ୍ଡର ରହିଛି | ସମସ୍ତ ମୃତକ ଆତଙ୍କବାଦୀ କାଶ୍ମୀର ଘାଟିରେ ହୋଇଥିବା ସରପଞ୍ଚ ଅଜୟ ପଣ୍ଡିତଙ୍କ ହତ୍ୟା ଘଟଣାରେ ଜଡିତ ଥିଲେ | "   

Add Zee News as a Preferred Source

କାଶ୍ମୀର ହୋଇଥିବା ସରପଞ୍ଚଙ୍କ ହତ୍ୟା ମାମଲାରେ ନିଜକୁ ଦାୟୀ କରିଛି "ଲସ୍କର ଏ ତୋଇବା"(Lashkar e Taiba-LeT)ସହ ଜଡିତ ସଙ୍ଗଠନ "ଦ ରେଜିଷ୍ଟାନ୍ସ ଫ୍ରଣ୍ଟ" (The Resistance Front-TRF)|  ଆତଙ୍କବାଦୀଙ୍କୁ ଘାଟିରୁ ସଫା କରିବା ପାଇଁ ସୁରକ୍ଷାବଳଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଛି |  ଘଟଣାସ୍ଥଳରୁ ଅନେକ ପରିମାଣର ଗୋଳାବାରୁଦ ଜବତ କରାଯାଇଛି  |  

ମଙ୍ଗଳବାର ହୋଇଥିବା ଜଏଣ୍ଟ ମିଲିଟାରୀ ଅପରେସନରେ ସାମିଲ ହୋଇଥିଲେ ୪୪ ରାଷ୍ଟ୍ରୀୟ ରାଇଫଲ(Rashtriya Rifles-RR), ଜମ୍ମୁ କାଶ୍ମୀର ପୋଲିସ, ସିଆରପିଏଫ(CRPF)| ସୋପିଆନ ଯେଉଁ ଅଞ୍ଚଳରେ ଆତଙ୍କବାଦୀ ଛପି ରହିଥିଲେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ସୁରକ୍ଷା ବାହିନୀ | ଆତ୍ମସମର୍ପଣ କରିବାକୁ ଆତଙ୍କବାଦୀଙ୍କୁ କୁହାଯିବା ସତ୍ତ୍ୱେ ସେମାନେ ଏହାକୁ  ଖାତିର ନକରି ସୁରକ୍ଷା ବଳ ଉପରେ ଗୁଳିମାଡ କରିଥିଲେ | ଏହାର ଜବାବ ଦେବାକୁ ଯାଇ ପାଲଟା ଆକ୍ରମଣ କରିଥିଲା ସୁରକ୍ଷାବାହିନୀ |