Advertisement
Article Detail0/zeeodisha/odisha674890
Zee OdishaOther Newsବାପାଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚି ପାରିଲେନି ଝିଅ, ବାଧା ସାଜିଲା କୋରୋନା

ବାପାଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚି ପାରିଲେନି ଝିଅ, ବାଧା ସାଜିଲା କୋରୋନା

ବାପାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇପାରିଲେ ନାହିଁ ଝିଅ ରିଦ୍ଧିମା କପୁର. ସବୁ କିଛି ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ଶେଷଥର ପାଇଁ ନିଜ ବାପା ଋଷି କପୁରଙ୍କୁ ଦେଖି  ପାରିଲେନି ଝିଅ ରିଦ୍ଧିମା.

ବାପାଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚି ପାରିଲେନି ଝିଅ, ବାଧା ସାଜିଲା କୋରୋନା

ନୂଆଦିଲ୍ଲୀ: ବାପାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇପାରିଲେ ନାହିଁ ଝିଅ ରିଦ୍ଧିମା କପୁର. ସବୁ କିଛି ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ଶେଷଥର ପାଇଁ ନିଜ ବାପା ଋଷି କପୁରଙ୍କୁ ଦେଖି  ପାରିଲେନି ଝିଅ ରିଦ୍ଧିମା. କାରଣ ଝିଅ ରିଦ୍ଧିମା ଦିଲ୍ଲୀରେ ରହୁଥିବା ବେଳେ ଋଷି କପୁରଙ୍କ ଅନ୍ତିମ କ୍ରିୟା ସନ୍ଧ୍ୟା ୫ଟା ପୂର୍ବରୁ ଶେଷ ହୋଇ ସାରିଛି. 

ମିଳିଥିବା ସୂଚନା ମୁତାବକ ଦେଶରେ ବର୍ତ୍ତମାନ ମାରାତ୍ମକ କୋରୋନା ଭାଇରସ ପାଇଁ ଲକଡାଉନ ସ୍ଥିତି ଜାରି ରହିଛି. ଏହି ସମୟ ମଧ୍ୟରେ କୌଣସି ନାଗରିକ ଦେଶ ମଧ୍ୟରେ ଚଳପ୍ରଚଳ ପାଇଁ ଅନୁମତି ପ୍ରଦାନ କରାଯାଉ ନାହିଁ. ଜରୁରୀକାଳୀନ ଭିତ୍ତିରେ ସୀମିତ ଅନୁମତି ପ୍ରଦାନ କରାଯାଉଛି. ତେବେ ଦିଲ୍ଲୀରେ ରହୁଥିବା ଝିଅ ରିଦ୍ଧିମା ସଡ଼କ ପଥରେ ଯିବା ପାଇଁ ମନସ୍ଥ କରି ସାରିଥିଲେ. ଏଥିପାଇଁ ଦିଲ୍ଲୀ ସରକାରଙ୍କ ନିକଟରୁ ଅନୁମତି ମଧ୍ୟ ପାଇ ସାରିଥିଲେ. ଆଉ ଦିଲ୍ଲୀରୁ ମୁମ୍ବାଇ ସଡ଼କ ପଥରେ ଯିବାକୁ ହେଲେ ପାଖାପାଖି ୧୪ ରୁ ୧୫ ଘଣ୍ଟାର ସମୟ ଆବଶ୍ୟକ ହୋଇଥାଏ. 

ସେପଟେ ମହାରାଷ୍ଟ୍ରରେ କୋରୋନା ସ୍ଥିତି ମଧ୍ୟ ସଙ୍ଗୀନ ଅବସ୍ଥାରେ ରହିଛି. ଫଳରେ ପ୍ରଶଂସକ ତଥା ସମ୍ପର୍କୀୟମାନଙ୍କୁ ଅନ୍ତିମ ଦର୍ଶନ ପାଇଁ ଅନୁମତି ପ୍ରଦାନ କରିନଥିଲା ମୁମ୍ବାଇ ପୋଲିସ. ଏପରିକି ସନ୍ଧ୍ୟା ସୁଦ୍ଧା ଋଷିଙ୍କର ଅନ୍ତ୍ୟେଷ୍ଟି କ୍ରିୟା ଶେଷ କରିବାକୁ ମଧ୍ୟ ପୋଲିସ କଡ଼ା ନିର୍ଦ୍ଦେଶ ଦେଇଥିଲା. ତେବେ ଏତେ କମ ସମୟ ମଧ୍ୟରେ ରିଦ୍ଧିମାଙ୍କୁ ମୁମ୍ବାଇରେ ପହଞ୍ଚିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଥିଲା. ଫଳରେ ବାପାଙ୍କର ଶେଷ ଦର୍ଶନ କରିବାକୁ ବଞ୍ଚିତ ହୋଇଥିଲେ ରିଦ୍ଧିମା. 

Add Zee News as a Preferred Source

ସୂଚନା ଯୋଗ୍ୟ ଆଜି ପୂର୍ବାହ୍ଣ ସାଢେ ୮ ସମୟରେ ଋଷି ଇହଧାମ ତ୍ୟାଗ କରିଥିଲେ. ଅପରାହ୍ଣ ସାଢେ ୪ଟାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା. ମାତ୍ର ୨୦ ଜଣ ସମ୍ପର୍କୀୟ ଓ ସେଲିବ୍ରିଟିଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଥିଲା. 

About the Author