ଚଳିତ ବିଧାନସଭା ନିର୍ବାଚନରେ ଆରଜେଡିର ହେବ ଶୋଚନୀୟ ପରାଜୟ: ନୀରଜ କୁମାର
Advertisement

ଚଳିତ ବିଧାନସଭା ନିର୍ବାଚନରେ ଆରଜେଡିର ହେବ ଶୋଚନୀୟ ପରାଜୟ: ନୀରଜ କୁମାର

ଏଥରର ନିର୍ବାଚନର ଆରଜେଡିର ଶୋଚନୀୟ ପରାଜୟର ସାମ୍ନା କରିବ ବୋଲି କହିଛନ୍ତି ମନ୍ତ୍ରୀ ନୀରଜ କୁମାର |  

 ଚଳିତ ବିଧାନସଭା ନିର୍ବାଚନରେ ଆରଜେଡିର ହେବ ଶୋଚନୀୟ ପରାଜୟ: ନୀରଜ କୁମାର

ପାଟନା: କୋରୋନା ତାଣ୍ଡବ ଠାରୁ ବଳିଯାଇଛି ବିହାରରେ ରାଜନୈତିକ ତାତି | ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ବର୍ତ୍ତମାନ ରାଜ୍ୟରେ ଶାସକ ଏବଂ ବିରୋଧି ଦଳ ମଧ୍ୟରେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଜାରିରହିଛି | ବିହାର ସରକାରଙ୍କ ଆୟୋଜିତ ହେଉଥିବା ଭର୍ଚ୍ୟୁଆଲ ରାଲିକୁ ନେଇ ରାଜ୍ୟ ସରକାରଙ୍କ ମନ୍ତ୍ରୀ ନୀରଜ କୁମାର ବିରୋଧି ଆରଜେଡିକୁ ଟାର୍ଗେଟ କରିଛନ୍ତି |   

କୋଭିଡ19 ବାବଦରେ ଲୋକଙ୍କୁ ସଚେତନ କରିବା ପାଇଁ ଭର୍ଚ୍ୟୁଆଲ ରାଲି ଆୟୋଜିତ ହେଉଛି | ଅନ୍ୟ କୌଣସି କାରଣ ପାଇଁ ଏପରି ରାଲିର ଆୟୋଜନ କରାଯାଉନାହିଁ | ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସରକାରଙ୍କ ସଫଳତା ବାବଦରେ ଅବଗତ କରାଯିବ | ଏହା ପରେ ଲୋକଙ୍କୁ ଏ ବାବଦରେ ଜଣାଇ ଦିଆଯିବ | କୋରୋନା ମୁକାବିଲା ପାଇଁ ଥାଳି ବଜା ଯାଉଥିଲା, ହେଲେ ଏବେ ଆରଜେଡି କ'ଣ ପାଇଁ ବଜାଯାଉଛି ସେ ନେଇ ଜାଣିବାକୁ ଚାହିଁଛନ୍ତି |   

ବିରୋଧିଙ୍କୁ ଟାର୍ଗେଟ କରି ମନ୍ତ୍ରୀ କହିଛନ୍ତି, ଆରଜେଡି ଥାଳି ନୁହେଁ ଛାତି ପଟିବା ଦରକାର | ଏଥରର ବିଧାନସଭା ନିର୍ବାଚନରେ ବିରୋଧି ଦଳର ମୂଳପୋଛ ହେବା ନିଶ୍ଚିତ | ଏଥିପାଇଁ ଲୋକେ ମନସ୍ଥ କରି ସାରିଛନ୍ତି | ତେଜସ୍ୱୀ ଯାଦବଙ୍କ ମୁହିଁରୁ ଶ୍ରମବୀର ଶବ୍ଦ ବାହାରିବା ଶୋଭା ଦେଉନାହିଁ | ତାଙ୍କର ଶାସନ କାଳ ମଧ୍ୟରେ ଗରିବ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇ ପଡିଥିଲା | ତଥ୍ୟ ଆଧାରରେ ସେ ପ୍ରତିକ୍ରିୟା ଦେବା ଆବଶ୍ୟକ ।

ଆରଜେଡିରେ ସହଯୋଗୀ କଂଗ୍ରେସକୁ ଟାର୍ଗେଟ କରି ମନ୍ତ୍ରୀ କହିଛନ୍ତି କଂଗ୍ରେସ ଏକ ପରଜୀବୀ ଯିଏ ଅନ୍ୟର ଦୟାରେ ବଞ୍ଚିଥାଏ | କେତେବେଳେ ଲାଲୁ ଯାଦବଙ୍କ କରୁଣାରେ, କେତେବେଳେ ଅନ୍ୟ କାହା ଦୟାରେ |