ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
trendingNow,recommendedStories0/zeeodisha/odisha598173

ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ବାଙ୍ଗିରିପୋଷି ଘାଟିରୁ ଖସିଲା ଲୁହା ବଝେଇ ଟ୍ରକ

ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଙ୍ଗିରିପୋଷି ଘାଟିରୁ ଖସିଲା ଲୁହା ବଝେଇ ଟ୍ରକ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ  ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ୬୮ନଂ ଜାତୀୟ ରାଜପଥ ଦେଇ ଟ୍ରକଟି କଲିକତା ଯାଉଥିବା ବେଳେ ସକାଳେ ଘାଟିରୁ  ପ୍ରାୟ  ୬୦ ଫୁଟ ତଳକୁ ଖସିଲା ଲୁହା ବୋଝେଇ ଟ୍ରକ୍ । ସ୍ଥାନୀୟ ଲୋକ ଓ ଦମକଳ ବାହିନୀଙ୍କ ସହାୟତାରେ ଟ୍ରକରେ ଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି । ତେବେ ଦୁର୍ଘଟଣା ବେଳେ ଘଟଣାସ୍ଥଳ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବଂ ଘଟଣାରେ ଜଣେ ଗୁରୁତର ଆହତଙ୍କୁ ବାଙ୍ଗିରିପୋଷି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ହେଲେ  ଦିଲ୍ଲୀପ ଦାସ । ତାଙ୍କୁ ବାରିପଦା ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  । ଘଟଣାକୁ ନେଇ ପୋଲିସର ତଦନ୍ତ ଆରମ୍ଭ ହୋଇଛି ।

Trending news