ରାସ୍ତା ସମ୍ପ୍ରାସାରଣ: ନିଜ ମନ୍ଦିର ପ୍ରାଚୀର ଏବଂ ଦୋକାନ ଭାଙ୍ଗିବାକୁ ସିଏମ ଯୋଗୀଙ୍କ ନିର୍ଦ୍ଦେଶ
Advertisement
Article Detail0/zeeodisha/odisha685534

ରାସ୍ତା ସମ୍ପ୍ରାସାରଣ: ନିଜ ମନ୍ଦିର ପ୍ରାଚୀର ଏବଂ ଦୋକାନ ଭାଙ୍ଗିବାକୁ ସିଏମ ଯୋଗୀଙ୍କ ନିର୍ଦ୍ଦେଶ

ଲେନ ରାସ୍ତା ନିର୍ମାଣ ପାଇଁ ନିଜ ମନ୍ଦିର ପାଚେରୀ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଏମ ଯୋଗୀ |   

ରାସ୍ତା ସମ୍ପ୍ରାସାରଣ: ନିଜ ମନ୍ଦିର ପ୍ରାଚୀର ଏବଂ ଦୋକାନ ଭାଙ୍ଗିବାକୁ ସିଏମ ଯୋଗୀଙ୍କ ନିର୍ଦ୍ଦେଶ

ଲକ୍ଷ୍ନୌ: ଶାସନ ଗାଦିରେ ବସିବା ପରଠୁ ରାଜ୍ୟରେ ବିକାଶ ଉପରେ ସର୍ବଦା ଧ୍ୟାନ ଦେଇ ଆସୁଛନ୍ତି ଉତ୍ତର ପ୍ରଦେଶରେ କ୍ଷମତାସୀନ ଯୋଗୀ ଆଦିତ୍ୟନାଥଙ୍କ ସରକାର | ଏହି କ୍ରମରେ ନିଜର ରାଜନୈତିକ କର୍ମଭୂମି ଗୋରଖପୁର  ସହରରେ ୪ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ଗୋରଖନାଥ ମନ୍ଦିର ଏବଂ ଏହା ସଂଲଗ୍ନ ଦୋକାନ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଏମ ଯୋଗୀ |

ଗୋରଖପୁରର ଆରାଧ୍ୟ ଦେବତା ଗୋରଖନାଥ ପୀଠର ମୁଖ୍ୟ ମହନ୍ତ ଏବଂ ପୀଠାଧିଶ୍ୱର ହେଉଛନ୍ତି ସ୍ୱୟଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ | ସେ ମନ୍ଦିରର ପ୍ରାଚୀର ଥିବା ଏହାକୁ ଲାଗିଥିବା ଦୋକାନକୁ ଭାଙ୍ଗିବା ପାଇଁ ସେ  ନିଜେ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ମନ୍ଦିର ଦାୟିତ୍ୱରେ ଥିବା ଅଧିକାରୀ |     

ସିଏମ ଯୋଗୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଲୋକ ନିର୍ମାଣ ବିଭାଗ(ପିଡବ୍ଲ୍ୟୁଡି) ଗୋରଖନାଥ ମନ୍ଦିରର ମୁଖ୍ୟ ଦ୍ୱାର ଠାରୁ ଦ୍ୱିତୀୟ ଦ୍ୱାର ପର୍ଯ୍ୟନ୍ତ ଥିବା ୫୦ ଦୋକାନକୁ ଉଚ୍ଛେଦ କରିଛି | ପିଡବ୍ଲ୍ୟୁଡି ପରିଯୋଜନାର ପ୍ରବନ୍ଧକ  ଏମକେ ଅଗ୍ରୱାଲ କହିଛନ୍ତି ଆସନ୍ତା ଜୁନ ୩୦ ମଧ୍ୟରେ ଏହି ୪ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କାମ ସରିବ |     

କୋଡିୟାରୁ ମୋହଦ୍ଦୀପୁର ପର୍ଯ୍ୟନ୍ତ ନିର୍ମାଣ ହେବାକୁ ୧୭ କିଲୋମିଟର ଦୂରତା ବିଶିଷ୍ଟ ୪ ଲେନ ରାସ୍ତା ନିର୍ମାଣରେ ମୁଖ୍ୟ ସମସ୍ୟା ଥିଲା ମନ୍ଦିରର ପ୍ରାଚୀର | ତିନି ଦିନ ପୂର୍ବରୁ ଏଥିପାଇଁ ଅନେକ ଦୋକାନକୁ ହଟାଯାଇଛି | ଜଏଣ୍ଟ ମାଜିଷ୍ଟ୍ରେଟ ଗୌରବ ସିଂହ ସୋହଗରବାଲ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହମତି କ୍ରମେ ମନ୍ଦିର ପ୍ରାଚୀରକୁ ଲାଗି ଥିବା ୫୦ ଦୋକାନ ସହ ଅନ୍ୟ ୧୫୦ଟି ଦୋକାନକୁ ଉଚ୍ଛେଦ କରାଯାଇଛି | ଯେଉଁ ଘରୋଇ ଦୋକାନକୁ ଉଚ୍ଛେଦ କରାଯାଇଛି ସେମାନଙ୍କୁ କ୍ଷତିପୂରଣ ଦିଆଯାଇଛି | ଏହି ଯୋଜନାର ଆରମ୍ଭ କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ଦେଢ ବର୍ଷ ପୂର୍ବେ ହୋଇଥିଲା | 

 

 

;