ଅଧାପନ୍ତରିଆ କାମ, ଦୁର୍ଦ୍ଦଶାରେ ବାସିନ୍ଦା

ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଗମନାଗମନ ସୁବିଧା ପାଇଁ ବହୁ ପଦକ୍ଷେପ ନେଉଛନ୍ତି । କିନ୍ତୁ ଗ୍ରାମାଞ୍ଚଳରେ କାଯ୍ୟକାରୀ ହେଉଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର ମନ୍ଥରତା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ସାଧାରଣ ଲୋକ । ଏଭଳି କିଛି ଘଟଣା ଦେଖିବାକୁ ମିଲିଛି ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକରେ  ।  ସମ୍ବଲପୁର ଜିଲ୍ଲାର ଏ

ଅଧାପନ୍ତରିଆ କାମ, ଦୁର୍ଦ୍ଦଶାରେ ବାସିନ୍ଦା

ସମ୍ବଲପୁର: ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଗମନାଗମନ ସୁବିଧା ପାଇଁ ବହୁ ପଦକ୍ଷେପ ନେଉଛନ୍ତି । କିନ୍ତୁ ଗ୍ରାମାଞ୍ଚଳରେ କାଯ୍ୟକାରୀ ହେଉଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର ମନ୍ଥରତା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ସାଧାରଣ ଲୋକ । ଏଭଳି କିଛି ଘଟଣା ଦେଖିବାକୁ ମିଲିଛି ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକରେ  । 

ସମ୍ବଲପୁର ଜିଲ୍ଲାର ଏହା ହେଉଛି ସିନ୍ଦୁରପଙ୍କ - ଲଇଡା (ରାଞ୍ଚି ରାସ୍ତା)ର ଗମ୍ଭାରୀପଙ୍କ ଛକରୁ ଵୈକୁଣ୍ଠପୁର ଗ୍ରାମକୁ ଯାଇଥିବା ନିର୍ମାଣଧିନ ରାସ୍ତାର ଦୄଶ୍ୟ । ଏହି ନିର୍ମାଣଧିନ ୫ କିମି ରାସ୍ତାକୁ ଟିକିଏ ଭଲ କରି ନଜର ପକାନ୍ତୁ ରାସ୍ତା ନିର୍ମାଣ କାମ ଶେଷ ନ ହୋଇଥିବା ବେଲେ ରାସ୍ତା ରୁ ପିଚୁ ଉଠି ଯାଉଛି । ଏଥିରୁ ଅନୁମାନ କରାଯାଇପାରିବ ଯେ ଏହି ରାସ୍ତା କେଉଁ ମାନର ନିର୍ମାଣ କରାଯାଇଛି । ଏହା ସହ ସବୁଠୁ ଆଶ୍ଚର୍ଯ୍ୟ ବିଷୟ ଯେ ଏହି ୫ କିମି ରାସ୍ତା ନିର୍ମାଣ ମଧ୍ୟରେ ରାସ୍ତାର ୪ ଗୋଟି ସ୍ଥାନରେ ୨୫୦ ମିଟରରୁ ଅଧିକ ଦୁରତା ପର୍ଯ୍ୟନ୍ତ ରାସ୍ତା ତିଆରି ହୋଇନି ।  

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଏହି ରାସ୍ତା ତିଆରି ହୋଇଥିବା ବେଳେ ରାସ୍ତା ତିଆରିରେ ଵ୍ୟବହୁତ ହେଉଥିବା ସାମଗ୍ରୀ ଉପଯୁକ୍ତ ପରିମାଣରେ ଵ୍ୟବହାର କରାଯାଇ ନଥିବାରୁ ନିର୍ମାଣ କାର୍ଯ୍ୟ ଶେଷ ନ ହେବା ପୁର୍ବରୁ ରାସ୍ତାରୁ ପିଚୁ ଉପୁଡି ପଡୁଥିବା କହିଛନ୍ତି ଲୋକେ । ତେବେ ଗ୍ରାମବାସୀଙ୍କ ଏହି ବହୁ ପ୍ରତିକ୍ଷିତ ରାସ୍ତାର ନିର୍ମାଣ ଅବଧି ପୁରଣ ହୋଇ ସାରିଥିବା ପରେ ବି କାମ ଶେଷ ହୋଇନି । ଏନେଇ ସାଧାରଣ ଲୋକ ବହୁ ଅସୁବିଧା ଭୋଗ କରୁଛନ୍ତି।

ସମ୍ବଲପୁର ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତାର ନିର୍ମାଣ କାଯ୍ୟ କରାଯାଉଥିବା ବେଳେ ଏହି ୫ କିମି ରାସ୍ତା ନିର୍ମାଣ ସହ ଏକ ବ୍ରିଜ ମଧ୍ୟ କରାଯିବା କଥା । ତେବେ ବ୍ରିଜ ନିର୍ମାଣ ରେ ମଧ୍ୟ ବହୁ ବିଳମ୍ବ ହେଉଥିବା ରୁ ସାଧାରଣ ଲୋକେ ଏଥିଯୋଗୁ ଅସୁବିଧା ଭୋଗୁଛନ୍ତି । ଅସମ୍ପୂର୍ଣ୍ଣ ବ୍ରିଜ ପାଇଁ ବର୍ଷା ସମୟରେ ଗ୍ରାମରୁ କାମରେ ବାହାରକୁ ଗଲାବେଳେ ୫ରୁ  ୬ କିମି ବୁଲିକି ଯିବାକୁ ପଡିଥାଏ । ଏହା ସହ ଅଧପନ୍ତିରିଆ ବ୍ରିଜ ପାଇଁ ବିଭିନ୍ନ ସମୟରେ ଛୋଟ ବଡ  ଦୁର୍ଘଟଣା ମଧ୍ୟ ଘଟିଥାଏ । ତେବେ ଲୋକଙ୍କ ଏହି ସମସ୍ୟା ବାବଦରେ ସମ୍ବଲପୁର ଗ୍ରାମ ଉନ୍ନୟନ ବିଭାଗ ର ନିର୍ବାହି ଯନ୍ତ୍ରୀ ଙ୍କୁ ପଚାରିବାରୁ  ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇଥିବା କଥା  କହିଛନ୍ତି । ଏହା ସହ ଏହି ରାସ୍ତା କାମ କରୁଥିବା ଠିକାଦାର ଙ୍କୁ ନୋଟିସ ଦିଆଯିବା ସହ ରାସ୍ତା କାମ ଯେଭଲି  ଠିକ ମାନ ର ହେବ ସେ ନେଇ ନିର୍ଦେଶ ଦିଆଯାଇଥିବା କହିଛନ୍ତି ।