ରୋବର୍ଟ ଦୌଡାଇଲେ ଛାତ୍ରଛାତ୍ରୀ
Advertisement

ରୋବର୍ଟ ଦୌଡାଇଲେ ଛାତ୍ରଛାତ୍ରୀ

ଗୋଟିଏ ପଛରେ ଦୌଡୁଛି ଆଉ ଏକ ରୋବର୍ଟ...ବେଙ୍ଗାଳୁରୁରେ ହୋଇଛି ରୋବର୍ଟ ରେସ୍ ପ୍ରତିଯୋଗିତା...

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଜିନୁ ଜେନା, ନୂଆଦିଲ୍ଲୀ: ରୋବର୍ଟ ରେସରେ ଗୋଟିଏ ପରେ ଗୋଟିଏ ରୋବର୍ଟ ବାଧାକୁ ଅତିକ୍ରମ କରି ଆଗକୁ ଯିବାକୁ ପ୍ରୟାସ କରୁଛନ୍ତି । ବେଙ୍ଗାଳୁରୁରେ ଆୟୋଜିତ ଏହି ପ୍ରତିଯୋଗିତାରେ କିଛି ସ୍କୁଲ ଛାତ୍ର ମଧ୍ୟ ଭାଗ ନେଇଥିଲେ । ରୋବର୍ଟ ରେସରେ ଛାତ୍ରଙ୍କ ୧୪ଟି ଦଳ ଭାଗ ନେଇଥିଲେ । ରୋବର୍ଟ ରେସ ସହ ଏଠାରେ ହର୍ଡଲ ରେସ ବି ଆୟୋଜିତ ହୋଇଥିଲା । ଯାହା ଆକର୍ଷଣର କେନ୍ଦ୍ରରେ ରହିଥିଲା । 

ପ୍ରତିଯୋଗିତା ବେଙ୍ଗାଲୁରୁରେ ଆରମ୍ଭ ହୋଇଥିବା ହାଇଟେକ ସମିତିର ଏକ ଅଂଶ ଥିଲା । ଯେଉଁଥିଲେ ଚଳିତ ଥର ଅନେକ ରୋବର୍ଟକୁ ସାମିଲ କରାଯାଇଥିଲା । ଖାସ କଥା ହେଉଛି ଏଥର ପ୍ରତିଯୋଗିତାରେ ସାମିଲ ହୋଇଥିବା ସମସ୍ତ ରୋବର୍ଟର ନିର୍ମାଣ ଓ ଡିଜାଇନ ଏହି ସ୍କୁଲ ପିଲାମାନେ ହିଁ କରିଛନ୍ତି । ରୋବର୍ଟ ରେସ ଦେଖିବାକୁ ଫିନଲାଣ୍ଡରୁ ଏକ ପ୍ରତିନିଧି ଦଳ  ମଧ୍ୟ ପହଞ୍ଚିଥିଲେ । ପ୍ରତିଯୋଗିତା ଦେଖିବାକୁ ହଜାର ହଜାର ଲୋକ ଆସିଥିଲେ । ରୋବର୍ଟ ରେସ ଦେଖି ଖୁସି ହୋଇଥିଲେ ।

fallback

ଏଭଳି ରୋବର୍ଟ ରେସ ଅନ୍ୟସ୍କୁଲ ପିଲା ଓ ଦର୍ଶକଙ୍କୁ ରୋବର୍ଟ ଜ୍ଞାନ କୌଶଳ ସହ ପରିଚିତ କରାଇଥିବା ବେଳେ ବେଶ ଖୋରାକ୍ ଯୋଗାଇଥିଲା । କୌତୁହଳୀ ରୋବୋରେସର ମଜ୍ଜା ନେଇଥିଲେ ଦେଶୀ ବିଦେଶୀ ପର୍ଯ୍ୟଟକ । ଆଗାମୀ ଦିନରେ ଆଉ କିଛି ନିର୍ମାଣ କରି ଦେଖାଇବାକୁ ଆଗ୍ରହ ରଖିଛନ୍ତି ଏହି ପିଲାମାନେ ।