close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ହିଟମ୍ୟାନଙ୍କ ଧମାଲ: ଚୌକା ମାରି ଦ୍ୱି-ଶତକ ପୂରଣ କଲେ ରୋହିତ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଛି ଟେଷ୍ଟ ସିରିଜ । ଏହି ସିରିଜର ତୃତୀୟ ତଥା ଶେଷ ମ୍ୟାଚ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଖେଳା ଯାଉଛି । ଶନିବାର ଟସ୍ ଜିତି ପ୍ରଥମେ  ବ୍ୟାଟିଂ କରିବାକୁ ମୈଦାନରେ ଓହ୍ଲାଇଥଲେ ବିରାଟ ବାହିନୀ । ରବିବାର ଏହି ମ୍ୟାଚର ଦ୍ୱିତୀୟ ଦିନରେ ବର୍ତ୍ତମାନ ଯାଏ ଟିମ ଇଣ୍ଡିଆ ୫ ୱିକେଟ ହରାଇ ୩୮୬ ରନ କରି ନେଇଛି । ରିଦ୍ଧିମାନ ଶାହା ୮ ରନ ଓ ରବିନ୍ଦ୍ର ଜାଡେଜା ୨୨ ରନ କରି କ୍ରିଜରେ ଅଛନ୍ତି । 

ହିଟମ୍ୟାନଙ୍କ ଧମାଲ: ଚୌକା ମାରି ଦ୍ୱି-ଶତକ ପୂରଣ କଲେ ରୋହିତ

ରାଞ୍ଚି: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଛି ଟେଷ୍ଟ ସିରିଜ । ଏହି ସିରିଜର ତୃତୀୟ ତଥା ଶେଷ ମ୍ୟାଚ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଖେଳା ଯାଉଛି । ଶନିବାର ଟସ୍ ଜିତି ପ୍ରଥମେ  ବ୍ୟାଟିଂ କରିବାକୁ ମୈଦାନରେ ଓହ୍ଲାଇଥଲେ ବିରାଟ ବାହିନୀ । ରବିବାର ଏହି ମ୍ୟାଚର ଦ୍ୱିତୀୟ ଦିନରେ ବର୍ତ୍ତମାନ ଯାଏ ଟିମ ଇଣ୍ଡିଆ ୫ ୱିକେଟ ହରାଇ ୩୮୬ ରନ କରି ନେଇଛି । ରିଦ୍ଧିମାନ ଶାହା ୮ ରନ ଓ ରବିନ୍ଦ୍ର ଜାଡେଜା ୨୨ ରନ କରି କ୍ରିଜରେ ଅଛନ୍ତି । 

ଭାରତର ପ୍ରଥମ ୱିକେଟ ମୟଙ୍କ ଅଗ୍ରୱାଲ(୧୦) ଭାବେ ହରାଇବାକୁ ପଡିଥିଲା ।  ଏହାପରେ ଚେତେଶ୍ବର ପୂଜାରା ୦, ଅଧିନାୟକ ବିରାଟ କୋହଲି ୧୨ ଓ ରୋହିତ ଶର୍ମା ୨୧୨ ଓ ଅଜିଙ୍କ୍ୟ ରାହାଣେ ୧୧୫ ରନ କରି ଆଉଟ ହୋଇଥିଲେ । 

ରୋହିତଙ୍କ ପ୍ରଥମ ଟେଷ୍ଟ ଡବଲ ସେଞ୍ଚୁରୀ
ହିଟମ୍ୟାନ ରୋହିତ ରାଞ୍ଚି ଟେଷ୍ଟରେ ଧମାକାଦାର ଫର୍ମ ଜାରି ରଖି ଟେଷ୍ଟ କ୍ରିକେଟରେ ପ୍ରଥମ ଥର ଦ୍ୱି ଶକକ ହାସଲ କରିଛନ୍ତି । ପ୍ରଥମ ଦିନରେ ସେ ୧୧୭ ରନର ଅପରାଜିତ ଇଂନିସ ଖେଳିବା ପରେ ଦ୍ୱିତୀୟ ଦିନରେ ପୁରା ଜୋଶ ସହ ମୈଦାନକୁ ଓହ୍ଲାଇଥିଲେ । ଦେଖୁ ଦେଖୁ ସେ ଟେଷ୍ଟ କ୍ୟାରିୟରରେ ପ୍ରଥମ ଦ୍ୱି ଶତକ ହାସଲ କରିଥିଲେ । ସେ ୨୪୯ ବଲରେ ୨୮ଟି ଚୌକା ଓ ୫ଟି ଛକ୍କା ସାହାଯ୍ୟରେ ନିଜ ଡବଲ ସେଞ୍ଚୁରୀ ହାସଲ କରିଥିଲେ । ସବୁଠାରୁ ବଡ଼ କଥା ହେଉଛି ସେ ଚୌକା ମାରି ଦ୍ୱି-ଶତକ ପୂରଣ କରିଥିଲେ । 

ରୋହିତ ହେଉଛନ୍ତି ଟେଷ୍ଟ ଓ ଏକ ଦିବସୀୟ କ୍ରିକେଟରେ ୨୦୦ ପ୍ଲସ ରନ କରିଥିବା ଚତୁର୍ଥ ବ୍ୟାଟ୍ସମ୍ୟାନ । ଏହାପୂର୍ବରୁ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହେୱାଗ ଓ କ୍ରିଗ ଗେଲ ଏପରି କୀର୍ତ୍ତିମାନ କରି ସାରିଛନ୍ତି । ରୋହିତ ୨୧୨ ରନ କରି ଆଉଟ ହୋଇଥିଲେ । 

ରୋହିତଙ୍କ ଷଷ୍ଠ ଟେଷ୍ଟ ଶତକ 
ଏହାପୂର୍ବରୁ ଶନିବାର ରୋହିତ ଶର୍ମା ଟେଷ୍ଟ କ୍ରିକେଟରେ ଷଷ୍ଠ ଶତକ ଲଗାଇଥିଲେ । ସେ ୧୩୦ ବଲରେ ୧୩ଟି ଚୌକା ଓ ୪ଟି ଛକ୍କା ସାହାଯ୍ୟରେ ସେଞ୍ଚୁରୀ କରିଥିଲେ ।  ସେ ୪୫ ଓଭରର ଚତୁର୍ଥ ବଲରେ ଛକ୍କା ମାରି ନିଜ ସେଞ୍ଚୁରୀ ପୂରଣ କରିଥିଲେ । କ୍ରମାଗତ ୩ଟି ମ୍ୟାଚରେ ସେ ୩ଟି ଶତକ ଲଗାଇଛନ୍ତି  । 

ରୋହିତଙ୍କ ଲଗାତର ୯ଟି ଇଂନିସ
୨୧୨
୧୪
୧୨୭
୧୭୬
୫୦(ନଟ ଆଉଟ)
୬୫
୧୦୨(ନଟ ଆଉଟ)
୫୧(ନଟ ଆଉଟ)
୮୨ 
ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରେ ଭାରତ ୨-୦ରେ ଆଗରେ ରହିଛି । ଭାରତ ବିଶାଖାପାଟନମରେ ଦକ୍ଷିଣ ଆଫ୍ରିକାକୁ ୨୦୩ ରନରେ ପରାଜିତ କରିଥିଲା । ସେହିପରି ପୁଣେ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ଇଂନିସ ଓ ୧୩୭ ରନରେ ମାତ୍ ଦେଇଥିଲେ ବିରାଟ ବାହିନୀ । ବିଶ୍ୱ ଚାମ୍ପିୟନସିପରେ ବର୍ତ୍ତମାନ ଯାଏ ଭାରତକୁ ୪ଟି ମ୍ୟାଚରେ ୨୦୦ ପଏଣ୍ଟ ମିଳିଛି ।