close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଟିମ ଇଣ୍ଡିଆକୁ ବଡ଼ ଝଟକା, ଆହତ ହେଲେ ରୋହିତ

ବାଂଲାଦେଶ ବିରୋଧରେ ନଭେମ୍ୱର ୩ରୁ ଆରମ୍ଭ ହେବ ଟି-୨୦ ସିରିଜ । ଏହା ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା । ଏହି ସିରିଜରେ ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ସମ୍ଭାଳି ଥିବା ରୋହିତ ଶର୍ମାଙ୍କୁ ଅଭ୍ୟାସ ସମୟରେ ଆଘାତ ବୋଲ ଲାଗିଛି । ଶୁକ୍ରବାର ଅଭ୍ୟାସ ବେଳେ ବୋଲ ରୋହିତଙ୍କ ଜଙ୍ଘରେ ଲାଗିଥିଲା । ଯାହା ପରେ ତାଙ୍କୁ ନେଟ ପ୍ରେକ୍ଟିସ ଛାଡି ଯିବାକୁ ପଡିଥିଲା ।

ଟିମ ଇଣ୍ଡିଆକୁ ବଡ଼ ଝଟକା, ଆହତ ହେଲେ ରୋହିତ

ନୂଆଦିଲ୍ଲୀ: ବାଂଲାଦେଶ ବିରୋଧରେ ନଭେମ୍ୱର ୩ରୁ ଆରମ୍ଭ ହେବ ଟି-୨୦ ସିରିଜ । ଏହା ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା । ଏହି ସିରିଜରେ ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ସମ୍ଭାଳି ଥିବା ରୋହିତ ଶର୍ମାଙ୍କୁ ଅଭ୍ୟାସ ସମୟରେ ଆଘାତ ବୋଲ ଲାଗିଛି । ଶୁକ୍ରବାର ଅଭ୍ୟାସ ବେଳେ ବୋଲ ରୋହିତଙ୍କ ଜଙ୍ଘରେ ଲାଗିଥିଲା । ଯାହା ପରେ ତାଙ୍କୁ ନେଟ ପ୍ରେକ୍ଟିସ ଛାଡି ଯିବାକୁ ପଡିଥିଲା ।

ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ୩ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜର ନେତୃତ୍ୱ କରୁଛନ୍ତି । ରୋହିତଙ୍କୁ ଏହି ବୋଲ ନେଟ ସେଶନର ଆରମ୍ଭରେ ହିଁ ଲାଗିଥିଲା । କିଛି ଥ୍ରୋଡାଉନ ପରେ ଏକ ଦ୍ରୁତ ବୋଲ ତାଙ୍କ ଜଙ୍ଘରେ ଆସି ଲାଗିଥିଲା ।

ଭାରତୀୟ ଟିମ ବାମ ହାତର ଥ୍ରୋଡାଉନ ବିଶେଷଜ୍ଞଙ୍କୁ ରଖିଥିଲା । କାରଣ ଟିମକୁ ବାମ ହାତର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କ ସାମ୍ନା କରିବାର ଅଛି । ମୁଖ୍ୟତ ବ୍ୟାଟ୍ସମ୍ୟାନ ଦ୍ରୁତ ବୋଲରଙ୍କ ସାମ୍ନା କରିବା ପାଇଁ ପ୍ରଥମରୁ ନେଟ ଅଭ୍ୟାସ କରନ୍ତି । ଖବର ଅନୁସାରେ ଏହି ବୋଲ ଲାଗିବା ପରେ ଏହାର ଉପଚାର ନେଉଛନ୍ତି । ପରେ ସେ ଅଭ୍ୟାସ ପାଇଁ ଆଉଁ ନେଟକୁ ଫେରି ନଥିଲେ ।

ସେହିପରି ସଞ୍ଜୁ ସ୍ୟାମସନ ୱିକେଟକିପିଂ ପରିବର୍ତ୍ତେ ଖେଳାଳିଙ୍କ ସହ ଫିଲ୍ଡିଂ କରୁଥିବାର ନଜରକୁ ଆସିଥିଲେ ।  ଅନ୍ୟପକ୍ଷେ ପ୍ରଥମ ପସନ୍ଦ ଋଷଭ ପନ୍ତ ୱିକେଟକିପିଂ କରୁଥିବାର ନଜରକୁ ଆସିଛି । ସମସ୍ତଙ୍କ ନଜର ମୁମ୍ୱାଇର 'ବିଗ ହିଟର' ଅଲରାଉଣ୍ଡର ଶିବମ ଦୁବେଙ୍କ ଉପରେ ରହିଛି । ସେ ନେଟ ପ୍ରେକ୍ଟିସ ସମୟରେ କୋଚ ରବି ଶାସ୍ତ୍ରଙ୍କ ସହ ଆଲୋଚନା କରୁଥିଲେ ।