"ରୋହିତ ହେଉଛନ୍ତି କୋହଲିଙ୍କ ଠାରୁ ବଡ଼ ଖେଳାଳି"
Advertisement

"ରୋହିତ ହେଉଛନ୍ତି କୋହଲିଙ୍କ ଠାରୁ ବଡ଼ ଖେଳାଳି"

ରୋହିତ ଶର୍ମାଙ୍କ ବ୍ୟାଟିଂର ପ୍ରଶଂସା କରିଛନ୍ତି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହୱାଗ । ବାଂଲାଦେଶ ବିରୋଧରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଧମକାଦାର ବ୍ୟାଟିଂ କରି ଟିମ ଇଣ୍ଡିଆକୁ ବିଜୟର ସ୍ୱାଦ ଚଖାଇଥିଲେ ହିଟମ୍ୟାନ ରୋହିତ । ଯାହା ପରେ ତାଙ୍କ ବ୍ୟାଟିଂର ପ୍ରଶଂସା କରିଛନ୍ତି ସେହୱାଗ । ଏହି ମ୍ୟାଚରେ ରୋହିତ ୮୫ ରନର ଇଂନିସ ଖେଳିଥିଲେ । ଫଳରେ ଏହି ସିରିଜକୁ ୧-୧ରେ ବରାବରି କରି ନେଇବାରେ ସଫଳ ହୋଇଥିଲେ ଭାରତ । 

"ରୋହିତ ହେଉଛନ୍ତି କୋହଲିଙ୍କ ଠାରୁ ବଡ଼ ଖେଳାଳି"

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ବ୍ୟାଟିଂର ପ୍ରଶଂସା କରିଛନ୍ତି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହୱାଗ । ବାଂଲାଦେଶ ବିରୋଧରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଧମକାଦାର ବ୍ୟାଟିଂ କରି ଟିମ ଇଣ୍ଡିଆକୁ ବିଜୟର ସ୍ୱାଦ ଚଖାଇଥିଲେ ହିଟମ୍ୟାନ ରୋହିତ । ଯାହା ପରେ ତାଙ୍କ ବ୍ୟାଟିଂର ପ୍ରଶଂସା କରିଛନ୍ତି ସେହୱାଗ । ଏହି ମ୍ୟାଚରେ ରୋହିତ ୮୫ ରନର ଇଂନିସ ଖେଳିଥିଲେ । ଫଳରେ ଏହି ସିରିଜକୁ ୧-୧ରେ ବରାବରି କରି ନେଇବାରେ ସଫଳ ହୋଇଥିଲେ ଭାରତ । 

ରୋହିତଙ୍କ ବ୍ୟାଟିଂକୁ ଦେଖି ସେହାୱାଗ କହିଛନ୍ତି ଯେ ଯେତେବେଳେ ଦ୍ରୁତ ଗତିରେ ରନ କରିବାର ଆବଶ୍ୟକତା ହୁଏ, ଦଳର ନିୟମିତ ଅଧିନାୟକ ବିରାଟ କୋହଲି ମଧ୍ୟ ଏପରି ନିରନ୍ତରତା ଦେଖାଇ ପାରିବେ ନାହିଁ ଯେପରି ରୋହିତ ଦେଖାଇଛନ୍ତି । ଗୋଟିଏ ଓଭରରେ ୩-୪ ଛକ୍କା ମାରିବା ଓ ୪୫ ବଲରେ ୮୦-୯୦ ରନ ସଂଗ୍ରହ କରିବା ଏକ କଳା, ଯାହା ମୁଁ ବିରାଟଙ୍କ ମଧ୍ୟରେ ସେପରି ନିରନ୍ତରତା ଦେଖିପାରୁ ନାହିଁ ଯେତିକି ରୋହିତଙ୍କ ମଧ୍ୟରେ ରହିଛି ।

ସେ ଆହୁରି କହିଛନ୍ତି ଯେ ସଚିନ ସର୍ବଦା କହୁଥିଲେ ଯାହା ମୁଁ ମୈଦାନରେ କରି ପାରେ ତାହା ଆପଣଙ୍କ କାହିଁକି କରି ପାରନ୍ତି ନାହିଁ? କିନ୍ତୁ ସେ କେବେ ମଧ୍ୟ ବୁଝି ପାରି ନଥିଲେ ଯେ ଭଗବାନ କେବଳ ଗୋଟିଏ ହିଁ ହୋଇଥାଏ । ଆଉଁ ଭଗବାନ ଯାହା କରି ପାରନ୍ତି, ତାହା ଅନ୍ୟ କେହି କରି ପାରନ୍ତି ନାହିଁ ।

ଭାରତ ଓ ବାଂଲାଦେଶ ମଧ୍ୟରେ ଗୁରୁବାର ରାତିରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ ରୋହିତଙ୍କ କ୍ୟାରିୟର ୧୦୦ତମ ମ୍ୟାଚ ଥିଲା । ସେ ଏହି ମ୍ୟାଚରେ ୪୩ ବଲରେ ୮୫ ରନର ଇଂନିସ ଖେଳିଥିଲେ । ତାଙ୍କୁ ମଧ୍ୟ ମ୍ୟାନ ଅଫ ଦା ମ୍ୟାଚ ପୁରସ୍କାର ଦିଆଯାଇଥିଲା ।