ନବନିର୍ବାଚିତ ବିଧାୟକଙ୍କ ବୈଠକ ଡାକିଲା କଂଗ୍ରେସ
Advertisement

ନବନିର୍ବାଚିତ ବିଧାୟକଙ୍କ ବୈଠକ ଡାକିଲା କଂଗ୍ରେସ

ଝାଡ଼ଖଣ୍ଡ ବିଧାନସଭାରେ ଭଲ କାମ କରିଛି କଂଗ୍ରେସ ରଣନୀତି । ଗତ ୨୦୧୪ ବିଧାନସଭା ନିର୍ବାଚନରେ ଏକାକୀ ଲଢି ମାତ୍ର ୬ ଆସନ ପାଇଥିଲା ଦଳ । ମାତ୍ର ଏଥର ଜେଏମଏମ ଏବଂ ଆରଜେଡି ସହ ମେଣ୍ଟ କରି ଦଳକୁ ଆହୁରି ଅଧିକ ସଫଳତା ମିଳିଛି । ୪୭ ଆସନ ପାଇ ଏହି ମେଣ୍ଟ ଏବେ ସରକାର ଗଢିବାକୁ ଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମେଣ୍ଟରେ କଂଗ୍ରେସର ୧୬ ବିଧାୟକ ଅଛନ୍ତି । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭାରେ ଭଲ କାମ କରିଛି କଂଗ୍ରେସ ରଣନୀତି । ଗତ ୨୦୧୪ ବିଧାନସଭା ନିର୍ବାଚନରେ ଏକାକୀ ଲଢି ମାତ୍ର ୬ ଆସନ ପାଇଥିଲା ଦଳ । ମାତ୍ର ଏଥର ଜେଏମଏମ ଏବଂ ଆରଜେଡି ସହ ମେଣ୍ଟ କରି ଦଳକୁ ଆହୁରି ଅଧିକ ସଫଳତା ମିଳିଛି । ୪୭ ଆସନ ପାଇ ଏହି ମେଣ୍ଟ ଏବେ ସରକାର ଗଢିବାକୁ ଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମେଣ୍ଟରେ କଂଗ୍ରେସର ୧୬ ବିଧାୟକ ଅଛନ୍ତି । 

ଆଜି ସମସ୍ତ ନବ ନିର୍ବାଚିତ ବିଧାୟକଙ୍କ ବୈଠକ ଡାକିଛି କଂଗ୍ରେସ । ଦଳର ଝାଡ଼ଖଣ୍ଡ ପ୍ରଭାରୀ ଆରପିଏନ୍ ସିଂହ ଏହି ବୈଠକ ଡାକିଛନ୍ତି । ରାଞ୍ଚି ସ୍ଥିତ କଂଗ୍ରେସର ରାଜ୍ୟ କାର୍ଯ୍ୟାଳୟରେ ଏହି ବୈଠକ ହେବ । ବୈଠକରେ ରାଜ୍ୟର ଅନ୍ୟ କଂଗ୍ରେସ ନେତୃତ୍ୱମାନେ ମଧ୍ୟ ସାମିଲ ହେବେ ବୋଲି ଜଣାପଡିଛି । 

ଗତକାଲି ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ବାହାରିଥିଲା । ଏହି ନିର୍ବାଚନରେ ଜେଏମଏମ ନେତୃତ୍ୱାଧିନ ମେଣ୍ଟକୁ ବହୁମତ ମିଳିଛି । ଗତ ୫ ବର୍ଷ ହେବ ରାଜ୍ୟରେ ଶାସନ କରୁଥିବା ବିଜେପି ସପକ୍ଷରେ ଏଥର ଜନାଦେଶ ମିଳିନି । ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ମ୍ୟାଜିକ ନମ୍ବର ୪୧ । ତେବେ ଜେଏମଏମ ନେତୃତ୍ୱାଧିନ ମେଣ୍ଟକୁ ୪୭ ଆସନ ମିଳିଛି ।  ଏହାରି ଭିତରେ କେବଳ ଜେଏମଏମର ସଂଖ୍ୟା ହେଉଛି ୩୦ । 

ତେବେ ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଜେଏମଏମ ନେତା ହେମନ୍ତ ସୋରେନ ଶପଥ ନେବେ ବୋଲି ଜଣାପଡିଛି । ଅନ୍ୟପଟେ ହେମନ୍ତ ତାଙ୍କ ମନ୍ତ୍ରିମଣ୍ଡଳରେ ସହଯୋଗୀ ଦଳ କଂଗ୍ରେସକୁ କେତୋଟି ମନ୍ତ୍ରୀପଦ ଦେବେ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଅନ୍ୟ ସହଯୋଗୀ ଦଳ ଆରଜେଡିକୁ ମାତ୍ର ଗୋଟିଏ ହିଁ ଆସନ ମିଳିଛି । ସେହିପରି ମୁଖ୍ୟମନ୍ତ୍ରୀ ଥିବା ରଘୁବର ଦାସ ନିଜ ଆସନରେ ହିଁ ପରାଜିତ ହେବା ପରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଥିଲେ । ଝାଡ଼ଖଣ୍ଡ ରାଜ୍ୟ ବିଜେପି ସଭାପତି ମଧ୍ୟ ଏଥର ନିର୍ବାଚନରେ ପରାଜିତ ହୋଇଛନ୍ତି । ତେଣୁ ବିରୋଧୀ ଦଳ ନେତା କିଏ ହେବେ, ତାକୁ ନେଇ ମଧ୍ୟ ସ୍ପଷ୍ଟ ଚିତ୍ର ଆସିପାରିନି । 

ଆହୁରି ପଢନ୍ତୁ; କଂଗ୍ରେସ ମୁକ୍ତ ଭାରତ; ଆକାଶ କଇଁଆ ଚିଲିକା ମାଛ !