ଅଯୋଧ୍ୟା ରାୟ: ସାମ୍ବାଦିକ ସମ୍ମିଳନୀ କରିବ ଆରଏସ୍ଏସ୍
Advertisement

ଅଯୋଧ୍ୟା ରାୟ: ସାମ୍ବାଦିକ ସମ୍ମିଳନୀ କରିବ ଆରଏସ୍ଏସ୍

ଆଜି ପ୍ରକାଶ ପାଉଛି ଅଯୋଧ୍ୟା ରାୟ । ବହୁ ପ୍ରତୀକ୍ଷିତ ଏହି ରାୟ ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି । ବର୍ଷ ବର୍ଷ ଧରି ଯେଉଁ ରାୟ ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଥିଲା, ଆଜି ସେହି ରାୟ ଆସିବ । ତେବେ ରାୟ ଆସିବା ପରେ ସାମ୍ବାଦିକ ସମ୍ମିଳନୀ କରିବ ଆରଏସଏସ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଉଛି ଅଯୋଧ୍ୟା ରାୟ । ବହୁ ପ୍ରତୀକ୍ଷିତ ଏହି ରାୟ ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି । ବର୍ଷ ବର୍ଷ ଧରି ଯେଉଁ ରାୟ ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଥିଲା, ଆଜି ସେହି ରାୟ ଆସିବ । ତେବେ ରାୟ ଆସିବା ପରେ ସାମ୍ବାଦିକ ସମ୍ମିଳନୀ କରିବ ଆରଏସଏସ । 

ସୂଚନା ଅନୁସାରେ ଅପରାହ୍ନ ଗୋଟିଏ ବେଳେ ସାମ୍ବାଦିକ ସମ୍ମିଳନୀ କରିବ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ(ଆରଏସଏସ) । ସଙ୍ଘର ମୁଖ୍ୟ ମୋହନ ଭାଗବତ ସମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବେ । ଦିଲ୍ଲୀ କେଶବକୁଞ୍ଜ ପରିସରରେ ନିଜର କଥା ରଖିବେ ଆରଏସଏସ ମୁଖ୍ୟ । ତେବେ ଶାନ୍ତି ଓ ସଦଭାବନା ବଜାୟ ରଖିବା ପାଇଁ ଲୋକଙ୍କୁ ସେ ଅପିଲ କରିଛନ୍ତି । 

ରାୟ ପ୍ରକାଶ ପୂର୍ବରୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରୁଛି ଜୀ ଓଡିଶା । ଭାଇଚାରା ହିଁ ଆମ ଧର୍ମ ନିରପେକ୍ଷତାର ପରିଚୟ । 

(୧) ଭାଇଚାରା ଭାରତର ସବୁଠୁ ବଡ଼ ଶକ୍ତି, ତେଣୁ ଭାଇଚାରା ବଜାୟ ରଖନ୍ତୁ ।
(୨) ଅଯୋଧ୍ୟା ମାମଲାର ରାୟପ୍ରକାଶ ଭାରତ ପାଇଁ ଏକ ବଡ଼ ଅଗ୍ନି ପରୀକ୍ଷା ।
(୩) ଭାରତର ହିନ୍ଦୁ ଓ ମୁସଲମାନଙ୍କ ପାଖରେ ଏକ ବଡ ସୁଯୋଗ ରହିଛି । ଆଜି ବିଶ୍ୱକୁ ଭାରତର ଧର୍ମ ନିରପେକ୍ଷତା ଉପରେ ବର୍ତ୍ତା ଦେଇହେବ ।

(୪) ପ୍ରଭୁ ଶ୍ରୀରାମ ଜଣେ ମର୍ଯ୍ୟାଦା ପୁରୁଷତ୍ତୋମ ଓ ଧର୍ଯ୍ୟବାନ ଥିଲେ । ତେଣୁ ସେହିପରି ଭାବରେ ଭାରତବାସୀଙ୍କୁ ଆଜି ମର୍ଯ୍ୟାଦା ଏବଂ ଧର୍ଯ୍ୟ ରଖିବାର ଆବଶ୍ୟକତା ରହିଛି ।